ETV Bharat / state

୫ଟି ସଚିବଙ୍କୁ ସାକ୍ଷାତ କରିବେ ଦୀପିକା, ନ୍ୟାୟ ପାଇଁ କରିବେ ଅନୁରୋଧ - deepika to meet 5t secretary

ବହୁଦିନ ଧରି ନିଜ ପ୍ରେମିକ ଘର ଆଗରେ ଧାରଣା ଦେଇ ଚର୍ଚ୍ଚାରେ ଥିବା ବ୍ରହ୍ମପୁର କେ ଦୀପିକା ୫ଟି ସଚିବଙ୍କୁ ଭେଟି ନ୍ୟାୟ ଅଭିଯୋଗ ପତ୍ର ଦେବେ ବୋଲି କହିଛନ୍ତି । ୫ଟି ସଚିବଙ୍କ ଗ୍ରସ୍ତ ସମୟରେ ସାକ୍ଷତ କରି ନ୍ୟାୟ ପାଇଁ ସଂପୂର୍ଣ୍ଣ ନିୟମ ଅନୁସାରେ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଅନୁରୋଧ କରିବେ । ଅଧିକ ପଢନ୍ତୁ...

୫ଟି ସଚିବଙ୍କୁ ସାକ୍ଷାତକରି ନ୍ୟାୟ ପାଇଁ ଅନୁରୋଧ କରିବ କେ.ଦୀପିକା

author img

By ETV Bharat Odisha Team

Published : Aug 23, 2023, 8:04 PM IST

୫ଟି ସଚିବଙ୍କୁ ସାକ୍ଷାତକରି ନ୍ୟାୟ ପାଇଁ ଅନୁରୋଧ କରିବ କେ.ଦୀପିକା

ବ୍ରହ୍ମପୁର: ବହୁଦିନ ଧରି ନିଜ ପ୍ରେମିକ ଘର ଆଗରେ ଧାରଣା ଦେଇ ଚର୍ଚ୍ଚାରେ ଥିବା ବ୍ରହ୍ମପୁର କେ. ଦୀପିକା ୫ଟି ସଚିବଙ୍କୁ ଭେଟି ନ୍ୟାୟ ପାଇଁ ଅଭିଯୋଗ ପତ୍ର ଦେବେ ବୋଲି ସୂଚନା ମିଳିଛି । ରାଜ୍ୟର ୫ଟି ସଚିବ ତିନି ଦିନିଆ ଗଞ୍ଜାମ ଜିଲ୍ଲାର ଗସ୍ତ କରିବାର କାର୍ଯକ୍ରମ ରହିଛି । ଏହି ସମୟରେ ବ୍ରହ୍ମପୁରରେ ହେବାକୁ ଥିବା ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ୫ଟି ସଚିବଙ୍କୁ ସାକ୍ଷାତକରି ନ୍ୟାୟ ପାଇଁ ଅନୁରୋଧ କରିବେ ବ୍ରହ୍ମପୁରର କେ.ଦୀପିକା ।

ବ୍ରହ୍ମପୁର ସହରର ଦେଶୀ ବେହେରା ସାହିରେ ନିଜ ପୁଅକୁ ବାପାର ଅଧିକାର ପ୍ରଦାନ କରିବା ଦାବିରେ ଗତ କିଛି ମାସ ଧରି ନିଜର ପ୍ରେମିକର ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ଇତି ମଧ୍ୟରେ ଦୀପିକାଙ୍କ ପୁଅର ଡିଏନ୍‌ଏ ରିପୋର୍ଟରେ ଆସି ଯାଇଛି । ଡିଏନ୍‌ଏ ରିପୋର୍ଟରେ ତାଙ୍କ ସନ୍ତାନର ବାପା କେ. ଦିନେଶ ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା ଦିନେଶଙ୍କ ପରିବାର ବର୍ଗ ଏହାକୁ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି । ସେ ନ୍ୟାୟ ପାଇବାକୁ ବ୍ରହ୍ମପୁରଠାରେ ହେବାକୁ ଥିବା ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ 5T ସଚିବଙ୍କୁ ସାକ୍ଷାତକରି ନ୍ୟାୟ ପାଇଁ ଅନୁରୋଧ କରିବେ ।

ଏହା ପୂର୍ବରୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିଛନ୍ତି ଦୀପିକା । 5T ସଚିବ ଭିକେ ପାଣ୍ଡିଆନଙ୍କ ନିକଟକୁ ଅଭିଯୋଗ ପତ୍ର ଦେବା ପାଇଁ ଅନୁମତି ପ୍ରଦାନ ପାଇଁ ଉପଜିଲ୍ଲାପାଳଙ୍କୁ ବ୍ରହ୍ମପୁର ଏସ୍‌ପି ପରାମର୍ଶ ଦେଇଥିବା ଦୀପିକା କହିଛନ୍ତି । ସେ କହିଛନ୍ତି, "ରାଜ୍ୟର 5T ସଚିବ ଭି କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ପରିକ୍ରମା କରି ଜନସାଧାରଣଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି । ତେଣୁ ମୁଁ ମୋର ଅଭିଯୋଗ ପତ୍ର 5T ସଚିବକୁ ପ୍ରଦାନ କରିବି ଏବଂ ଆଶା ଅଛି ସେ ମୋତେ ନ୍ୟାୟ ଦେବାରେ ସହାୟକ ହେବେ ।"

ଏହା ମଧ୍ୟ ପଢନ୍ତୁ ...ପୁଅକୁ ବାପାର ପରିଚୟ ଦାବି: ପୁଣିଥରେ ଦିନେଶଙ୍କ ଘର ସାମ୍ନାରେ ବସିଲେ ଦୀପିକା

ପୂର୍ବରୁ ଥାନାରୁ ସାର୍ଟିଫାଏଡ଼ କପି ଆଣିଥିଲେ ଦୀପିକା । ଦୀପିକା ଡିଏନ୍ଏ ରିପୋର୍ଟକୁ ପୋଷ୍ଟର କରି ପ୍ରେମିକ ଦିନେଶର ଘର ସମ୍ମୁଖରେ ଧାରଣାରେ ବସିଥିଲେ । କଣ ହେବ ଦୀପିକାଙ୍କ ସନ୍ତାନର ଭାଗ୍ୟ ତାହାକୁ ନେଇ ପ୍ରଶ୍ନ ଉଠିଛି । 2022ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ୍ ଲ୍ୟାବ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ଗତ 2021ରେ ହୋଇଥିବା ମାମଲାରେ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଆବେଦନ କରାଯାଇଥିଲା । 2022ରେ ଏହି ରିପୋର୍ଟକୁ ଏସ୍‌ଡିଜେଏମ କୋର୍ଟ ଓ ବ୍ରହ୍ମପୁର ଏସ୍‌ପିଙ୍କୁ ପ୍ରଦାନ କରିଥିଲେ । କେ. ଦୀପିକା ସ୍ତ୍ରୀର ମାନ୍ୟତା ଦାବି କରି ଦୀର୍ଘ ଦିନ ହେଲା ଶାଶୁ ଘର ଆଗରେ ଧାରଣାରେ ବସିଥିଲେ । ଦୀର୍ଘ ଦିନରେ ବିରତି ପରେ ଗୁରୁବାର ବ୍ରହ୍ମପୁରର ଦେଶୀବେହେରା ସାହିରେ ଶ୍ବଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ ଦୀପିକା । ପୁଅକୁ ବାପାର ପରିଚୟ ଓ ନ୍ୟାୟ ପାଇବା ପାଇଁ 6 ମାସ ପରେ ପୁଣି ଧାରଣା ଦେଇଛନ୍ତି ଦୀପିକା । ଡିଏନଏ ରିପୋର୍ଟ ମିଳିଲେ ଛୁଆକୁ ବାପାର ପରିଚୟ ମିଳିପାରିବ ବୋଲି କହିଛନ୍ତି ଦୀପିକା ।

ଇଟିଭି ଭାରତ ,ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.