ETV Bharat / state

ବ୍ରହ୍ମପୁର ଦୀପିକା ଧାରଣା ମାମଲା, 8 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCଙ୍କ ନିର୍ଦ୍ଦେଶ - ବ୍ରହ୍ମପୁର ଏସପିଙ୍କୁ NHRCଙ୍କ ନିର୍ଦ୍ଦେଶ

ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା । ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣା ଦେବାରେ ଦୀପିକାଙ୍କର ମାସେ ପୁରିଛି । ଏନେଇ କେନ୍ଦ୍ର ମାନବ ଅଧିକାର କମିଶନ ଉକ୍ତ ମାମଲାର ବିଚାରକରି 8 ସପ୍ତାହ ଭିତରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାପାଇଁ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ବ୍ରହ୍ମପୁର ଦୀପିକା ଧାରଣା ମାମଲା, 8 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCଙ୍କ ନିର୍ଦ୍ଦେଶ

author img

By

Published : Aug 30, 2022, 10:31 PM IST

ଗଞ୍ଜାମ: ସ୍ତ୍ରୀର ହକ ସହ ଛୁଆକୁ ବାପାର ପରିଚୟ ଦେବା ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା । ବଡବଜାର ଥାନା ଅନ୍ତର୍ଗତ ଦେଶୀବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଏକ ମାସ ହେଲା ଧାରଣା ଦେଇଛନ୍ତି ଦୀପିକା । ଏହି ଘଟଣାରେ ଗତ ଅଗଷ୍ଟ ୯ ତାରିଖରେ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ନିକଟରେ କେଶ ନମ୍ବର 13213/2022 ରେ ଦ୍ଵାରସ୍ତ ହୋଇଥିଲେ ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶ । ଏନେଇ କେନ୍ଦ୍ର ମାନବ ଅଧିକାର କମିଶନ ଉକ୍ତ ମାମଲାର ବିଚାରକରି 8 ସପ୍ତାହ ଭିତରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାପାଇଁ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁର ଦୀପିକା ଧାରଣା ମାମଲା, 8 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCଙ୍କ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ଦୀପିକା ଏବଂ ଦିନେଶଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହେବା ପରେ ଦୀପିକା ଗର୍ଭବତୀ ହୋଇଥିଲେ । ଏହା ଜାଣିବା ପରେ ଦୀପିକାଙ୍କୁ ଦିନେଶ ଗ୍ରହଣ କରିବାକୁ ରାଜି ହୋଇନଥିଲେ । ଏନେଇ ଦୀପିକା ଦେଢ ବର୍ଷ ପୂର୍ବେ ଟାଉନ ଥାନାରେ ଏତଲା ଦେଇଥିଲେ । ଦୀପିକାଙ୍କ ଏତଲାକ୍ରମେ ଦିନେଶଙ୍କୁ ପୁଲିସ ଗିରଫ କରିଥିଲା । ୪ ମାସ ପରେ ସେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲେ । ସେହି ସମୟରେ ହାଇକୋର୍ଟ ଦିନେଶଙ୍କୁ ପ୍ରତି ସପ୍ତାହର ସୋମବାର ଦିନ ଥାନାରେ ହାଜର ହେବା ପାଇଁ କହିବା ସହ ଗଣ୍ଡଗୋଳ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଦିନେଶ ହାଇକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିଥିଲେ । ଦୀପିକାଙ୍କ ପେଟ୍‌ ସପ୍‌କୁ ଯାଇ ଗଣ୍ଡଗୋଳ ମଧ୍ୟ କରିଥିଲେ । ଏହାକୁ ନେଇ ଦୀପିକା ତାଙ୍କ ଓକିଲଙ୍କ ଜରିଆରେ ହାଇକୋର୍ଟରେ କୋର୍ଟଙ୍କ ଆଦେଶ ଅବମାନନା ଓ ଜାମିନ ବାତିଲ ପାଇଁ ପିଟିସନ ଦାଖଲ କରିଥିଲେ ।

ସେଥିରେ ଦିନେଶ ଦୀପିକାଙ୍କ ଦୋକାନରେ ଗଣ୍ଡଗୋଳ କରିବାର ସିସିଟିଭି ଫୁଟେଜ ଏବଂ ଥାନାରେ ପ୍ରତି ସୋମବାର ଦିନ ହାଜର ନ ହେବାର ଥାନାର ଆରଟିଆଇ ରିପୋର୍ଟ ସହ କୋର୍ଟରେ କାଗଜପତ୍ର ସହ ଦାଖଲ କରିଥିଲେ । ସେପଟେ ଦୀପିକାଙ୍କୁ ସମର୍ଥନ କରି ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଧାରଣା ଦେଇଥିଲେ । ଏହି ଘଟଣାରେ ଗତ ଅଗଷ୍ଟ ୯ ତାରିଖରେ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ନିକଟରେ କେଶ ନମ୍ବର 13213/2022 ରେ ଦ୍ଵାରସ୍ତ ହୋଇଥିଲେ ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶ । ଏନେଇ କେନ୍ଦ୍ର ମାନବ ଅଧିକାର କମିଶନ ଉକ୍ତ ମାମଲାର ବିଚାରକରି ୮ ସପ୍ତାହ ଭିତରେ ସଂପୂର୍ଣ୍ଣ ଘଟଣାର ତଦନ୍ତ କରି ରିପୋର୍ଟ ଦେବାପାଇଁ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.