ETV Bharat / state

ମଶାଣିକୁ ନୁହେଁ, ମୃତଦେହ ଗଲା ମେଡ଼ିକାଲ କଲେଜ - Donated

ମୃତ୍ୟୁପରେ ମଶାଣି ବଦଳରେ ମୃତଦେହ ଗଲା ଏମକେସିଜି ଆନାଟୋମି ଡିପାର୍ଟମେଣ୍ଟ । ମୃତକଙ୍କ ଶେଷ ଇଚ୍ଛା ମୁତାବକ ମେଡ଼ିକାଲ ଛାତ୍ରଙ୍କ ଗବେଷଣା ଲାଗି ମରଶରୀରକୁ ଦାନ କଲେ ପରିବାର ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jun 4, 2019, 10:14 PM IST

ବ୍ରହ୍ମପୁର: ପ୍ରତିଟି ମଣିଷର ଇଛା ‘ମଲାପରେ ପୁଅ ମୋର ମୁହଁରେ ନିଆଁ ଦେବ । ଶବ ସତ୍କାର ଲାଗି ସ୍ବର୍ଗଦ୍ବାର ନେଇଯିବ । ଗଙ୍ଗାରେ ଅସ୍ଥି ବିସର୍ଜନ କରି ଗୟାରେ ଶ୍ରାଦ୍ଧ ପକାଇବ।’ ହେଲେ ଏ ଥିଲେ ଜଣେ ନିଆରା ମଣିଷ । କାରଣ ତାଙ୍କ ଜୀବନର ଅନ୍ତିମ ମୁହୂର୍ତ୍ତ ବି ଥିଲା ଏମିତି ନିଆରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର ସହର ନିବାସୀ ଅବସରପ୍ରାପ୍ତ ବିଡିଓ ରାଧାବଲ୍ଲଭ ପଟ୍ଟନାୟକ । ବଞ୍ଚି ଥାଉଥାଉ ପରିବାରବର୍ଗଙ୍କୁ ରୋକଠୋକ କହିଦେଇଥିଲେ....‘ମୁଁ ମଲା ଶରୀର ଯିବ ତ ଏମକେସିଜି ମେଡ଼ିକାଲ କଲେଜର ଆନାଟୋମି ଡିପାର୍ଟମେଣ୍ଟକୁ, ମଶାଣିକୁ ନୁହେଁ।’ ଦୁଇ ଦିନ ତଳେ ତାଙ୍କର ଦେହାନ୍ତ ହୋଇଛି । ଆଉ ତାଙ୍କର ଶେଷ ଇଛାକୁ ସମ୍ମାନ ଜଣାଇ ପରିବାର ଲୋକେ ମୃତଦେହଟିକୁ ମେଡ଼ିକାଲ କଲେଜକୁ ଦାନ କରିଛନ୍ତି ।

ଏନେଇ ସିପିଆଇଏମ୍ ନେତା ତଥା ମୃତକଙ୍କ ବାଲ୍ୟବନ୍ଧୁ ଅଳି କିଶୋର ପଟ୍ଟନାୟକ କହିଛନ୍ତି, ‘ରାଧାବଲ୍ଲଭ ପଟ୍ଟନାୟକ ବହୁ ଆଗରୁ(ବଞ୍ଚିଥିବା ଅବସ୍ଥାରେ) ପରିବାର ଲୋକଙ୍କୁ ନିଜର ଇଚ୍ଛାଟି ବାବଦରେ ଜଣାଇ ସାରିଥିଲେ । ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଉଛି ସେମାନେ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇଛନ୍ତି । ଏହା ଏକ ମତହ କାର୍ଯ୍ୟ । ମେଡ଼ିକାଲ ସାଇନ୍ସ ଓ ଗବେଷଣାକୁ ଆଗକୁ ବଢ଼ାଇବାରେ ଏହି ମୃତଶରୀର ବେଶ ସହାୟକ ହେବ । ମୋ ସ୍ତ୍ରୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ମରଶରୀରକୁ ଏହି ବିଭାଗକୁ ଦାନ କରିଛି । ରାଧାବାବୁ ହେଉଛନ୍ତି ଏହି ଲିଷ୍ଟରେ ଚତୁର୍ଥ ବ୍ୟକ୍ତି ।’

ମେକେସିଜି ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବାପରେ ପ୍ରଥମେ ଟ୍ରେଡ଼ ୟୁନିୟନ ନେତା ରାମଚନ୍ଦ୍ର ନାୟକଙ୍କ ମରଶରୀର ଆନାଟୋମି ବିଭାଗକୁ ଦାନ ସ୍ବରୂପ ଆସିଥିଲା । ତାଙ୍କର ଶେଷଇଛା ମୁତାବକ ପରିବାର ଲୋକେ ଏପରି କରିଥିଲେ । ପରେ ଚିକିଟିର ଲକ୍ଷ୍ମୀପ୍ରିୟା ସାହୁ, ଅଳିକିଶୋର ପଟ୍ଟନାୟକଙ୍କ ପତ୍ନୀ କୁସୁମ ଦାଶ ଏବଂ ଏବେ ରାଧାବଲ୍ଲଭ ପଟ୍ଟନାୟକଙ୍କ ଶରୀର ଏଠାକୁ ଆସିଛି । ପରିବାର ଲୋକେ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସଂସ୍କାର ନୀତି ପାଇଁ କେବଳ ମୃତ ଶରୀରର ନଖ ଓ କେଶକୁ ରଖିଥିବା ଜଣାଇଛନ୍ତି ।

ବ୍ରହ୍ମପୁର ଅଞ୍ଚଳରେ ବର୍ତ୍ତମାନ ଲୋକେ ମୃତଦେହ ଦାନ କରିବାକୁ ଆଗେଇ ଆସୁଛନ୍ତି । ଦିନକୁ ଦିନ ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ବୃଦ୍ଧି ପାଉଥିବା ଅଳିକିଶୋର ପଟ୍ଟନାୟକ ନିଜ ବିବୃତିରେ କହିଛନ୍ତି । ଏନେଇ ଏମକେସିଜି ଆନାଟୋମି ବିଭାଗ ମୁଖ୍ୟ ଡାକ୍ତର ସଦାନନ୍ଦ ରଥ କହନ୍ତି କି ‘ଏକ ମୃତ ଶରୀର ବଞ୍ଚିଥିବା ଲୋକଙ୍କୁ ଜ୍ଞାନ ପ୍ରଦାନ କରିବ । ଏହାଠାରୁ ବଡ଼ କଥା କିଛି ନାହିଁ ।’

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

dfsd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.