ETV Bharat / state

'ଫନି' ଫିଅର: ଡାକବାଜି ଯନ୍ତ୍ରରେ ସଚେତନ କଲା ପ୍ରଶାସନ

'ଫନି'କୁ ନେଇ ସମୁଦ୍ରକୂଳିଆ ଅଞ୍ଚଳକୁ ହାଇଆଲର୍ଟ । ଗଞ୍ଜାମ ଜିଲ୍ଲାର 5ଟି ବ୍ଲକ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ରହିଥିବାରୁ ଏହି ଗ୍ରାମ ଗୁଡିକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ଆରମ୍ଭ କରାଯାଇଛି ।

author img

By

Published : May 1, 2019, 5:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ 'ଫନି'ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲାର 5ଟି ବ୍ଲକ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ରହିଥିବାରୁ ଏହି ଗ୍ରାମ ଗୁଡିକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ଆରମ୍ଭ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସମୁଦ୍ର ମଧ୍ୟକୁ କୌଣସି ମତ୍ସ୍ୟଜୀବୀ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଇଛି । ଏହାସହ ଡଙ୍ଗା ଏବଂ ମାଛ ମାରିବା ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଣିପାଗର ପରବର୍ତ୍ତୀ ସୂଚନା ମିଳିବା ପରେ ସମସ୍ତେ ସତର୍କତା ସହ ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ସାଥୀରେ ନେଇଯିବାକୁ କୁହାଯାଇଛି ।

ଯଦି ଆବଶ୍ୟକ ପଡେ ତେବେ ସମୁଦ୍ରକୂଳିଆ ବାସିନ୍ଦାଙ୍କୁ ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ସାଙ୍ଗରେ ଧରି ତୁରନ୍ତ ସ୍ଥାନାନ୍ତରିତ ହେବାକୁ ସଚେତନ କରାଯାଇଛି । ସେପଟେ ବାରମ୍ୱାର ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବାତ୍ୟା ଓ ପବନକୁ ସମ୍ମୁଖିନ ହୋଇଥିବା ଗ୍ରାମବାସୀ ପୁଣି ଏକ ବାତ୍ୟାର ସୂଚନା ପାଇବା ପରେ ଚିନ୍ତିତ ହୋଇପଡିଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

gssdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.