ETV Bharat / state

ଜାନିବିଲ ପ୍ରକଳ୍ପ ଶୀଘ୍ର ସାରିବାକୁ ସିପିଆଇଏମର ବିକ୍ଷୋଭ

ଜାନିବିଲ ପ୍ରକଳ୍ପ ପାଇଁ ସରକାର ଖୋଳି ପକାଇଛନ୍ତି ସହର । ରାସ୍ତା ସାଜିଛି ମରଣଯନ୍ତା । ଯାହାକୁ ନେଇ ଶୋଭାଯାତ୍ରା ମାଧ୍ୟମରେ ଆନ୍ଦୋଳନ କରିଛି ସିପିଆଇଏମ୍ ଦଳ ।

author img

By

Published : Jun 25, 2019, 9:26 PM IST

ଫଟୋ ସୌଜନ୍ଯ: ପ୍ରତିନିଧି, ବ୍ରହ୍ମପୁର

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ଜାନିବିଲ ପାନୀୟ ପ୍ରକଳ୍ପ ଯୋଗୁଁ ରାସ୍ତା ପାଲଟିଛି ମରଣଯନ୍ତା । ପ୍ରକଳ୍ପକୁ କାର୍ଯକ୍ଷମ କରିବା ସହ ରାସ୍ତା ଖୋଳି ପାଇପ୍ ବିଛାଯାଇଥିବା କାର୍ଯ୍ୟକୁ ମଧ୍ୟ ଶୀଘ୍ର ସାରିବା ପାଇଁ ବିକ୍ଷୋଭ କରିଛି ବ୍ରହ୍ମପୁର ସିପିଆଇଏମ୍ ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ବ୍ରହ୍ମପୁର

ପ୍ରଥମେ ଦଳ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜାନିବିଲି ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ନେଇଥିବା ଏଲ୍ ଏଣ୍ଡ ଟି କମ୍ପାନୀର ମନମୁଖୀ କାର୍ଯ୍ୟକୁ ବିରୋଧ କରିବା ସହ ଆଗାମୀ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ୍ ଗୁଡିକର ମରାମତି ଓ ନିର୍ମାଣ କରିବା ପାଇଁ ଦଳ ଦାବି କରିଛି ।

ପ୍ରଶାସନ ଯଦି ଦାବି ପ୍ରତି ଗୁରୁତ୍ୱ ନଦିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବାକୁ ଚେତାବନୀ ଦେଇଛି ସିପିଆଇଏମ୍ ପାର୍ଟି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଜାନିବିଲି ପ୍ରକଳ୍ପକୁ ଅତିଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ପାଇପ ବିଛାଇବା ନାମରେ ସହରର ରାସ୍ତା ଗୁଡିକୁ ମରଣଯନ୍ତାରେ ପରିଣତ କରିବା କାର୍ଯ୍ୟକୁ ତୁରନି ବନ୍ଦ କରିବା ଦାବି ରେ ବ୍ରହ୍ମପୁର ଠାରେ ସିପିଆଇ ଏମ୍ ପକ୍ଷରୁ ବିକ୍ଷୋଭ କରାଯାଇଛି । ଦଳ ପକ୍ଷରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଏହି ଜାନିବିଲି ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ଙ୍କ ଠାରୁ ନେଇଥିବା ଏଲ୍ ଏଣ୍ଡ ଟି କମ୍ପାନୀ ର ମନମୁଖୀ କାର୍ଯ୍ୟକୁ ସମାଲୋଚନା କରାଯିବା ସହ ଆଗାମୀ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ୍ ଗୁଡିକ ର ମରାମତି ଓ ନିର୍ମାଣ କରିବା ପାଇଁ ଦଳ ଦାବି କରିବା ସହ ଏଥିପ୍ରତି ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ବ୍ୟାପକ କରାଯିବାକୁ ଚେତାବନୀ ଦିଆଯାଇଛି ।
ବାଇଟ୍-ଯୁଧିଷ୍ଠିର ବେହେରା(ବରିଷ୍ଠ ନେତା ,ସିପିଆଇ ଏମ୍)

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.