ETV Bharat / state

କୋଭିଡ ନିୟମ ଭାଙ୍ଗିଲେ, ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର କଲେ - ନିୟମ ଭାଙ୍ଗି ଦୋକାନ ଖୋଲିବା ଖବର ବ୍ରହ୍ମପୁର

କୋଭିଡ ନିୟମ ଉଲ୍ଲଙ୍ଘନ କରି ଚାଲିଥିଲା ଦୋକାନ । ଦୋକାନ ସିଲ୍ କରିବାରୁ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାରର କରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

କୋଭିଡ ନିୟମ ଭାଙ୍ଗିଲେ, ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର କଲେ

author img

By

Published : Jun 3, 2021, 8:54 AM IST

ବ୍ରହ୍ମପୁର: ପ୍ରଥମରେ ନିୟମ ଭାଙ୍ଗିବେ ଦ୍ବିତୀୟରେ ଆକଟ କଲେ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର ମଧ୍ୟ କରିବେ । ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ । କୋଭିଡ ନିୟମ ଉଲ୍ଲଙ୍ଘନ କରି ଦୋକାନ ଖୋଲା ରଖିଥିବାରୁ ପ୍ରଶାସନିକ ଟିମ ଚଢାଉ କରିଥିଲେ । ଏହି ସମରେ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନିକଟରେ ଏକ ଜଳଖିଆ ଦୋକାନରେ କୋଭିଡ ନିୟମ ଉଲଙ୍ଘନ କରାଯାଉଥିବା ଖବର ମିଳିଥିଲା । ଖବର ପାଇ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଦୋକାନକୁ ସିଲ୍ କରିଥିଲେ । ଏହାକୁ ନେଇ ଆଙ୍କୁଲିର କିଛି ଯୁବକ ଘଟଣା ପାଟିତୁଣ୍ଡ କରିବା ସହ ସରକାରୀ କର୍ମଚାରୀ ତଥା ସହକାରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିଥିଲେ । ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଏନେଇ ଥାନାରେ ଏକ ମାମଲା ରୁଜ ହୋଇଥିଲା । ପୋଲିସ ଶିବ ନାୟକ ନାମକ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.