ETV Bharat / state

ଗଞ୍ଜାମରେ କୋଭିଡ ପରିଚାଳନା ବୈଠକ, ଅଧିକ ପରୀକ୍ଷଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସଂକ୍ରମଣରେ ଲଗାମ ଲଗାଇବା ପାଇଁ ଗଞ୍ଜାମରେ ହୋଇଛି କୋଭିଡ ପରିଚାଳନା ବୈଠକ । ପ୍ରତି ବ୍ଲକରେ ଦୈନିକ ଆର୍.ଟି.ପି.ସି.ଆର୍ ଓ ଆଣ୍ଟିଜେନ୍ ଟେଷ୍ଟ ଅଧିକ କରିବା ପାଇଁ ଜିଲ୍ଲାପାଳ ଦେଇଛନ୍ତି ନିର୍ଦ୍ଦେଶ । ଅଧିକ ପଢନ୍ତୁ...

author img

By

Published : Jun 1, 2021, 10:25 PM IST

ଗଞ୍ଜାମରେ କୋଭିଡ ପରିଚାଳନା ବୈଠକ , ଅଧିକ ପରୀକ୍ଷଣ  ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର: କୋରୋନାର ଦ୍ବିତୀୟ ଲହର ପ୍ରାଦୁର୍ଭାବକୁ ପ୍ରତିହତ ପାଇଁ ଗଞ୍ଜାମ ଜିଲ୍ଲା କୋଭିଡ୍ ପରିଚାଳନା ବୈଠକରେ ନିଆଯାଇଛି ଅନେକ ନିଷ୍ପତ୍ତି । ପ୍ରତି ବ୍ଲକରେ ଦୈନିକ ଆର୍.ଟି.ପି.ସି.ଆର୍ ଓ ଆଣ୍ଟିଜେନ୍ ଟେଷ୍ଟ ଅଧିକ କରିବା ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ଭିଡିଓ କନଫରେନ୍ସି ଜରିଆରେ ହୋଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୈନିକ ଟେଷ୍ଟର ସମୀକ୍ଷା କରିଛନ୍ତି । ଏଥିସହ ଏହାର ତଦାରଖ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ବିଡିଓ ମାନେ ଦୈନିକ ଦୁଇ ତିନୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ଲୋକ ପ୍ରତିନିଧି, କୋଭିଡ୍ ମନିଟର୍ ମାନଙ୍କ ସହ ଆଲୋଚନା କରି ଜନସାଧାରଣଙ୍କ ସୁରକ୍ଷା ଲାଗି ଉଚିତ୍ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସ୍ବେଚ୍ଛାସେବୀ ଅନୁଷ୍ଠାନ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ମାସ୍କ ଓ ସାନିଟାଇଜର୍ ବଣ୍ଟନ କରିବା ପାଇଁ ପରାମର୍ଶ ଦେଇଛନ୍ତି । କୋରୋନା ଚେନ୍ ଭାଙ୍ଗିବା ନିମନ୍ତେ ତହସିଲଦାର ମାନେ ପୂର୍ବାହ୍ନ ୧୧ ଘଣ୍ଟା ପରେ ଲକଡାଉନ କଡାକଡି ପାଳନ ହେଉଛି କି ନାହିଁ ତାହା ତଦାରଖ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାର ଯେଉଁ ଯେଉଁ ଅଞ୍ଚଳରେ ଅଧିକ ମାତ୍ରାରେ କୋରୋନା ସଂକ୍ରମିତ ବାହାରୁଛନ୍ତି ସେଠାରେ କଣ୍ଟେନମେଣ୍ଟ ଜୋନ୍ କରି ତା ଉପରେ କଡା ନଜର ରଖିବା ପାଇଁ ବିଡିଓ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କହିଛନ୍ତି । ସ୍ବାସ୍ଥ୍ୟ କେନ୍ଦ୍ର ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ସିସି ଟିଭି ଲଗାଇବା ସହ କୋରୋନା ଆକ୍ରାନ୍ତ ମାନଙ୍କୁ ଗରମ ପାଣି ଯୋଗାଇବା ବ୍ୟବସ୍ଥା, କଲ୍ ସେଣ୍ଟରରୁ ଦୈନିକ ଦୁଇଥର କଲ୍ ଯାଉଛି କି ନାହିଁ ତାହାମଧ୍ୟ ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି ।

ଉପ ଜିଲ୍ଲାପାଳମାନେ ନିଜ ନିଜ ଉପଖଣ୍ଡର ସୁବିଧା ଅସୁବିଧା ତଦାରଖ କରିବା ସହ ସମସ୍ତେ ସଜାଗ ରହିଲେ ବଡ ବଡ ଦୁର୍ଘଟଣାକୁ ଏଡାଇ ହେବ ବୋଲି ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ବହୁମୂଲ୍ୟ ଜୀବନ ଯେପରି ସୁରକ୍ଷିତ ରହିବ ସେହି ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମହିଳା, ଶିଶୁ, ଗର୍ଭବତୀ ଓ ପ୍ରସୂତୀଙ୍କ ସୁରକ୍ଷା ଲାଗି ସମସ୍ତ ସି.ଡି.ପି.ଓ. ଏବଂ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କ ସୁରକ୍ଷା ଲାଗି ଉଚିତ୍ ପଦକ୍ଷେପ ନେବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘର ପାଖରେ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ରାଜସ୍ବ ରଥ ଦୈନିକ ଦୁଇଟି ଗ୍ରାମ ପଞ୍ଚୟତକୁ ଯାଇ ବିଭିନ୍ନ ପ୍ରମାଣ ପତ୍ର, ପଟ୍ଟା ପ୍ରଦାନ କରିବେ । ମଧୁବାବୁ ପେନସନ୍ ଯୋଜନା, ରାସନ୍ କାର୍ଡ ବଣ୍ଟନ ଆଦି ଘର ପାଖରେ ପହଞ୍ଚାଇ ପାରିଲେ ଲକ୍ଷ୍ୟ ସାଧିତ ହୋଇ ପାରିବ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍, ପ୍ରକଳ୍ପ ନିର୍ଦ୍ଦେଶକ ଡୁଡା ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ଭଞ୍ଜନଗର ରାଜେନ୍ଦ୍ର ମିଞ୍ଜ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.