ETV Bharat / state

କୋଭିଡ୍ ସଚେତନତା ସପ୍ତାହରେ ମିଳୁଛି ଅନେକ ସଫଳତା: ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୨୪ ତାରିଖ ଠାରୁ ଆସନ୍ତା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା କୋଭିଡ୍ ସଚେତନତା ସପ୍ତାହରେ ମିଳୁଛି ଅନେକ ସଫଳତା। ଏନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଧିକାରୀ ମାନଙ୍କୁ ପ୍ରଶଂସା କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

author img

By

Published : Sep 29, 2020, 1:43 PM IST

covid Awareness Week has been successed: Ganjam District Magistrate
କୋଭିଡ୍ ସଚେତନତା ସପ୍ତାହରେ ମିଳୁଛି ଅନେକ ସଫଳତା: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୨୪ ତାରିଖ ଠାରୁ ଆସନ୍ତା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା କୋଭିଡ୍ ସଚେତନତା ସପ୍ତାହରେ ମିଳୁଛି ଅନେକ ସଫଳତା। ଜନ ସାଧାରଣଙ୍କ ମଧ୍ୟରେ ସୃଷ୍ଟି କରାଯାଇଥିବା କୋଭିଡ୍ ସଚେତନତା ଅବସରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅନେକ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି । ନିଜେ ସଚେତନତା ହେଉଥିବା ସହିତ ଅନ୍ୟକୁ ସଚେତନ କରୁଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସୁଥିବା ଖୋଦ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି ।

ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍ ପରିଚାଳନା ନେଇ ଭିଡିଓ କନଫରେନ୍ସିଂରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ମାନଙ୍କୁ କୋଭିଡ୍ ସପ୍ତାହ ପାଳନର ସଫଳତା ଯୋଗୁଁ ପ୍ରଶଂସା କରିଥିଲେ । ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିଛି ସତ କିନ୍ତୁ ବର୍ତ୍ତମାନ ମଧ୍ୟ ସଂକ୍ରମଣର ଭୟ ରହିଛି । ସଚେତନତା ସହିତ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବା ଜରୁରୀ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଯେପରି ମାସ୍କର ବ୍ୟବହାର କରିବେ ସେଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି । ଗଞ୍ଜାମ ଜିଲ୍ଲାର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କ ଦ୍ବାରା ଅନ୍ୟମାନେ ଯେପରି ସଂକ୍ରମଣ ହେବେ ନାହିଁ ସେଥିପ୍ରତି ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ ।

ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲପାଳ କିର୍ତ୍ତୀ ଭାସନ୍ ଭି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଆଦି ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.