ETV Bharat / state

ଗାନ୍ଧୀ ଜୟନ୍ତୀରେ ଉଦଯାପିତ ହେଲା କୋଭିଡ ସଚେତନତା ସପ୍ତାହ - # gandhi jayanti

ଗାନ୍ଧୀଜୟନ୍ତୀ ଅବସରରେ ବ୍ରହ୍ମପୁର ସହରରେ ଉଦଯାପିତ ହୋଇଯାଇଛି କୋଭିଡ ସଚେତନତା ସପ୍ତାହ । ଅଧିକ ପଢ଼ନ୍ତୁ

ଗାନ୍ଧୀଜୟନ୍ତୀରେ ବ୍ରହ୍ମପୁରରେ ଉଦଯାପିତ ହେଲା କୋଭିଡ ସଚେତନତା ସପ୍ତାହ

author img

By

Published : Oct 2, 2020, 7:45 PM IST

ବ୍ରହ୍ମପୁର: ଗତ ଏକ ସପ୍ତାହ ଧରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସମ୍ପର୍କରେ ସାରା ଜିଲ୍ଲାବାସୀଙ୍କୁ ସଚେତନ କରାଯାଉଥିବା କୋଭିଡ ସଚେତନତା ସପ୍ତାହ ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ବ୍ରହ୍ମପୁର ସହରରେ ଉଦଯାପିତ ହୋଇଯାଇଛି ।

ଗାନ୍ଧୀଜୟନ୍ତୀରେ ବ୍ରହ୍ମପୁରରେ ଉଦଯାପିତ ହେଲା କୋଭିଡ ସଚେତନତା ସପ୍ତାହ

ବ୍ରହ୍ମପୁର ସହରର ଟାଉନ ହଲ ପରିସରରେ ଏହି ଅବସରରେ ସାମାଜିକ ଦୂରତ୍ବ ମଧ୍ୟରେ କୋଭିଡ ସପ୍ତାହ ଉଦଯାପନ ସହିତ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ରାଜ୍ୟ କୋଠାବାଡି ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଜିଲ୍ଲା ପ୍ରଶାସନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ଏହି ଅବସରରେ ଗଞ୍ଜାମ ଜିଲ୍ଲାରେ କୋଭିଡ ସଂଙ୍କ୍ରମଣ ରୋକିବା କ୍ଷେତ୍ରରେ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ଭୂମିକାକୁ ନେଇ ପ୍ରଂଶସା କରାଯାଇଥିଲା । ଏହାସହ ବର୍ତ୍ତମାନ ଧିରେ ଧିରେ ନୂତନ ସଂକ୍ରମଣ ସଂଖ୍ୟା କମୁଥିବା ନେଇ ଜିଲ୍ଲାବାସୀ ଏନେଇ ଏହା ଉତ୍ସବ ପାଳନର ସମୟ ନଥିବାରୁ ଆମ ପାଖରେ କୋରୋନା ଟିକା ନଆସିବା ପର୍ଯ୍ୟନ୍ତ ଆହୁରି ଅଧିକ ସତର୍କତାର ସହକାରେ ରହିବାକୁ ଆହ୍ବାନ କରାଯାଇଛି । ଏପରିକି ଜିଲ୍ଲାର ସୁସ୍ଥ ହାର ଦେଶରେ ରେକର୍ଡ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ସରକାର ଏବଂ ପ୍ରଶାସନର ନିର୍ଦେଶକୁ ସମସ୍ତେ ପାଳନ କରିବାକୁ ଆହ୍ବାନ କରାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.