ETV Bharat / state

କୋରୋନା ସଚେତନ କରିବ କୋଭିଡ ସଚେତନତା ରଥ

ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ କୋରାେନା ନେଇ ଅଧିକ ସଚେତନ କରିବ କୋଭିଡ ସଚେତନତା ରଥ । ଅଧିକ ପଢନ୍ତୁ...

ଗଞ୍ଜାମ ଜିଲ୍ଲାରେ କୋଭିଡ ସେଚେତନତା ରଥ
ଗଞ୍ଜାମ ଜିଲ୍ଲାରେ କୋଭିଡ ସେଚେତନତା ରଥ
author img

By

Published : Dec 25, 2020, 1:00 PM IST

Updated : Dec 25, 2020, 1:07 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ବହୁତ ଅଧିକ ରହିଥିଲା । ଦିନକୁ ପ୍ରାୟ 200ରୁ 300 କୋରୋନା ସଂକ୍ରମଣ ଚିହ୍ନଟ ହେଉଥିଲେ । କୋରୋନା ଭ୍ୟାକ୍ସନିକ ନ ଆସିବା ଯାଏଁ ଲୋକମାନଙ୍କୁ ସଚେତନତାର ଆବଶ୍ୟକତା ରହିଛି । ଏ ନେଇ ଜିଲ୍ଲାରେ ଏକ କୋଭିଡ ସଚେତନତା ରଥର ଶୁଭାରମ୍ଭ ହୋଇଛି ।

ଗଞ୍ଜାମ ଜିଲ୍ଲାରେ କୋଭିଡ ସେଚେତନତା ରଥ

କୋଭିଡ୍ ସଂପର୍କରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଅଧିକ ସଚେତନତା କରିବ କୋଭିଡ ସଚେତନତା ରଥ । ସରକାରଙ୍କ ଏହି ରଥକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପତକା ଦେଖାଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଅଧିକ ସତର୍କ ରହିବାକୁ ସରକାରଙ୍କଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସବୁ ମହଲରେ ଆହ୍ବାନ କରାଯାଉଥିବା ବେଳେ ଏଭଳି ସମୟରେ ସରକାରଙ୍କ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ୟୁନିସେଫ୍ ଓଡିଶା ଶାଖା ସହାୟତାରେ ଏହି ରଥ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରିବ ।

ଚଳିତ ମାସର ୨୯ ତାରିଖ ପର୍ଯ୍ୟନ୍ତ ଏହି ରଥ ପରିକ୍ରମା କରିବା ସମୟରେ ଜିଲ୍ଲାର କଳାକାରମାନେ ସାମିଲ ହୋଇ ଜନସାଧାରଣଙ୍କୁ ସଚେତନ କରିବେ । ରଥର ଶୁଭାରମ୍ଭ ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ରହିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 25, 2020, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.