ଭଞ୍ଜନଗର: ଅବୈଧ ସମ୍ପର୍କର କରୁଣ ପରିଣତି । କଳହରୁ କୀଟନାଶକ ପିଇଲେ ସ୍ବାମୀ ସ୍ତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ ବୋରସିଙ୍ଗ ଗ୍ରାମରେ । ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର । ସୂଚନାଅନୁସାରେ, କାଳିଆ ଗୁଡା ଗ୍ରାମର ବଳରାମ ବିଷୋୟୀ(୩୨) ପଞ୍ଚାନନ ଗୌଡ଼ଙ୍କ ଝିଅ ସନ୍ତୋଶିନୀ ଗୌଡ଼କୁ ଚାରି ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ସ୍ୱାମୀ ବଳରାମ ସୁରଟରେ କାମ କରିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ତାଙ୍କ ପଡିଶା ଘରେ ରହୁଥିବା ଜଣେ ଯୁବକ ବଳରାମ ଜେନା ସହ ସନ୍ତୋଷିନୀ ଗୌଡ଼ର ଅନୈତିକ ସମ୍ପର୍କ ଗଢିଉଠିଥିଲା ବୋଲି ଅଭିଯୋଗ ହୁଏ ।
ବଳରାମ ଏସବୁ ଜାଣିବା ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମନ ମାଳିନ୍ୟ ରହିଥିଲା । କିନ୍ତୁ ଆଜି(ବୁଧବାର) ସକାଳୁ ଦୁହେଁ କୀଟନାଶକ ପିଇଥିବା ଜଣାପଡିଛି । ସ୍ୱାମୀ ଗ୍ରାମ ନିକଟ ଏକ ବିଲରେ ମୃତ୍ୟୁ ବରଣ କରି ପଡିଥିବାବେଳେ ସ୍ତ୍ରୀ ଘରେ ଗୁରୁତର ହୋଇ ପଡ଼ି ରହିଥିବା ଦେଖିଥିଲେ ଗ୍ରାମବାସୀ । ପରିବାର ଲୋକେ ମୂର୍ମୁଷ ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛନ୍ତି l ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଗାଙ୍ଗପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବଳରାମ ବିଶୋଇଙ୍କ ବଡ ଭାଇ କାଳିଆ ବିଷୋୟୀଙ୍କ ଅଭିଯୋଗ ପ୍ରକାରେ ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ