ETV Bharat / state

ଗଞ୍ଜାମର ସବୁ ପ୍ରଵେଶ ପଥରେ ଲାଗିବ ସିସି କ୍ୟାମେରା, ମୃତୟନ ରହିବେ ମାଜିଷ୍ଟ୍ରେଟ

author img

By

Published : Apr 9, 2020, 10:02 PM IST

ଗଞ୍ଜାମରେ କଡାକଡି କୋରୋନା ଲଢେଇ । ସବୁ ପ୍ରବେଶ ପଥରେ ସି ସି କ୍ୟାମେରା ଲାଗିବା ସହ ମୃତୟନ ହେବେ ମାଜିଷ୍ଟ୍ରେଟ । ଏଥିସହ ମାସ୍କ ନ ପିନ୍ଧିଲେ ଆଦାୟ ହେବ ଜୋରିମାନା । ଅଧିକ ପଢନ୍ତୁ...

CCTV cameras will be installed on all entrances to Ganjam
ଗଞ୍ଜାମର ସବୁ ପ୍ରଵେଶ ପଥରେ ଲାଗିବ ସିସି କ୍ୟାମେରା, ମୃତୟନ ରହିବେ ମାଜିଷ୍ଟ୍ରେଟ

ବ୍ରହ୍ମପୁର: କୋରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର କଡା ପଦକ୍ଷେପ । ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଲାଗିବ ସିସି କ୍ୟାମେରା ଏବଂ ମୃତୟନ ରହିବେ ମାଜିଷ୍ଟ୍ରେଟ । ସବୁ ଯାନବାହାନ ଗୁଡିକୁ ଏହି ସମୟରେ କରାଯିବ ଯାଞ୍ଚ ।

ମାଲବାହୀ ଗାଡିର ଡ୍ରାଇଭର ଓ ହେଲପର ପରିଚୟ ପତ୍ର ଦେଖାଇଲେ ଜିଲ୍ଲା ଭିତରକୁ ପ୍ରବେଶ କରିବେ । ଆଉ ଯଦି ମାଲବାହୀ ଗାଡିରେ ଯାତ୍ରୀ ପରିବହନ ହେଉଥାନ୍ତି ତେବେ ଡ୍ରାଇଭରଙ୍କୁ ଗିରଫ କରାଯିବ । ଏଥି ସହ ଗାଡିକୁ ଜବତ କରାଯିବ । କୌଣସି କର୍ମଚାରୀ ମୁଖ୍ୟାଳୟ ଛାଡି ପାରିବେ ନାହିଁ ।

ଆବଶ୍ୟକ ବେଳେ କର୍ମଚାରୀ କାର୍ଯ୍ୟ ନ କଲେ ତାକୁ ମହାମାରୀ ଆଇନରେ ଗିରଫ କରାଯିବ । କୌଣସି ବାହାର ଲୋକ ଜିଲ୍ଲାରେ ମାସ୍କ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କଲେ ତାଙ୍କୁ ଏଥିରୁ ନିବୃତ କରାଯିବ । ସବୁ ଦୋକାନୀ ମାନେ ‘ମାସ୍କ ନାହିଁ ତ ସଉଦା ନାହିଁ ’ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପରିକି ଜିଲ୍ଲାରେ ମାସ୍କ ନ ଲଗେଇଥିବା ଲୋକଙ୍କ ଠାରୁ ପ୍ରାୟ ଏକ ଲକ୍ଷ ୧୭ ହଜ଼ାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ତେବେ ଯେଉଁମାନେ ମାସ୍କ ପିନ୍ଧୁନାହାନ୍ତି ସେମାନଙ୍କୁ 200ରୁ ଉର୍ଦ୍ଧ୍ବ ଜୋରିମାନା କରାଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୋରୋନା ମୁକାବିଲା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିଂନ୍ଦେ ଦତ୍ତାତ୍ରୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.