ETV Bharat / state

କୋରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କଲେ ସରପଞ୍ଚ - ganjam sarapanca cremation

ଗଞ୍ଜାମ ଜିଲ୍ଲା ଆସିକା ନିକଟସ୍ଥ ବାବନପୁର କୋଭିଡ ମେଡିକାଲରେ ମୃତ୍ୟୁବରଣ କରିଥିବା ତଅଁର ଗ୍ରାମର ରାମକୃଷ୍ଣ ପାଢୀ ନାମକ ବ୍ୟକ୍ତିଙ୍କ ମୃତଦେହର ଅନ୍ତିମ ସଂସ୍କାର କରିବା ନିମନ୍ତେ ଅଣ୍ଟା ଭିଡିଲେ ସରପଞ୍ଚ । ଅଧିକ ପଢନ୍ତୁ...

କୋରୋନାରେ ମୃତ ବ୍ୟକ୍ତିଙ୍କୁ ଅନ୍ତିମ ସଂସ୍କାର କଲେ ସରପଞ୍ଚ

author img

By

Published : May 6, 2021, 5:01 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ନିକଟସ୍ଥ ବାବନପୁର କୋଭିଡ ମେଡିକାଲରେ ମୃତ୍ୟୁବରଣ କରିଥିବା ତଅଁର ଗ୍ରାମର ରାମକୃଷ୍ଣ ପାଢୀ ନାମକ ବ୍ୟକ୍ତିଙ୍କ ମୃତଦେହ ଅନ୍ତିମ ସଂସ୍କାର କରିବା ନିମନ୍ତେ ଅଣ୍ଟା ଭିଡିଲେ ସରପଞ୍ଚ । ଆଜି ବାବନପୁର କୋଭିଡ ମେଡିକାଲରେ ରାମକୃଷ୍ଣ ପାଢୀଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ସରପଞ୍ଚ ପ୍ରତିନିଧି ଅନୀଲ କୁମାର ନାହାକ ପହଞ୍ଚି ମୃତଦେହ ସଂସ୍କାର ପାଇଁ ଗ୍ରାମର କିଛି ସ୍ବେଚ୍ଛାସେବୀଙ୍କୁ ଅନୁରୋଧ କରିଥିଲେ ।

କୋରୋନାରେ ମୃତ ବ୍ୟକ୍ତିଙ୍କୁ ଅନ୍ତିମ ସଂସ୍କାର କଲେ ସରପଞ୍ଚ
କୋରୋନାରେ ମୃତ ବ୍ୟକ୍ତିଙ୍କୁ ଅନ୍ତିମ ସଂସ୍କାର କଲେ ସରପଞ୍ଚ

ପାଞ୍ଚ ଜଣ ସ୍ବେଚ୍ଛାସେବୀ କାହ୍ନା ନାୟକ, ଦିଲିପ କୁମାର ନାୟକ, ସିପୁନ ପ୍ରଧାନ, ଆଦିତ୍ୟ ଜେନା, ପ୍ରଦୀପ ନାୟକ ପ୍ରମୁଖ ପିପିଇ କିଟ ପରିଧାନ କରି ମୃତକ ଜଣକୁ ନିକଟସ୍ଥ ଏକ ସ୍ଥାନରେ ଅନ୍ତିମ ସଂସ୍କାର କରିଥିଲେ । ଏହି ସମୟରେ ଆସିକା ତହସିଲଦାର ମଧ୍ୟ ଉପସ୍ଥିତ ରହିଥିଲେ । ଏହି ମହାନ କାର୍ଯ୍ୟ କରିଥିବା ଯୁବକ ମାନଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.