ETV Bharat / state

ତିନି ଦଫା ଦାବି ୨୫୮ କାର୍ଯ୍ୟରତ ସମିତି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By

Published : Apr 19, 2023, 7:12 AM IST

ତିନି ଦଫା ଦାବି ନେଇ ଗଞ୍ଜାମ ଓ ଗଜପତି ଜିଲ୍ଲାର ୨୫୮ କାର୍ଯ୍ୟରତ ସମିତି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

cooperative society workers protest
କାର୍ଯ୍ୟରତ ସମିତି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବ୍ରହ୍ମପୁର: ତିନି ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଅଧିନରେ କାର୍ଯ୍ୟ କରୁଥିବା ୨୫୮ ଗୋଟି କାର୍ଯ୍ୟରତ ସମିତି କର୍ମଚାରୀ । ଗ୍ରାମାଞ୍ଚଳମାନଙ୍କରେ କାର୍ଯ୍ୟ କରୁଥିବା ସମିତି ସମ୍ପାଦକ ଓ କର୍ମଚାରୀମାନେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର କର୍ମକର୍ତ୍ତାଙ୍କ ନିକଟରେ ବାରମ୍ୱାର ନିଜର ଦାବିକୁ ଉପସ୍ଥାପନ କରିବା ସହିତ ବିଭିନ୍ନ ଫୋରମରେ ଏହାକୁ ନେଇ ଆଲୋଚନା କରିଥିଲେ । ଏପ୍ରିଲ ୧୭ ତାରିଖ ମଧ୍ୟରେ ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ । ଏହା ସତ୍ତ୍ବେ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ନ ଦେବାରୁ ବାଧ୍ୟ ହୋଇ ଏପରି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ସମିତି କର୍ମଚାରୀମାନେ କହିଛନ୍ତି ।

ମୁଖ୍ୟତଃ ଗଞ୍ଜାମ ଓ ଗଜପତି ଜିଲ୍ଲାରେ କାର୍ଯ୍ୟରତ ପାକ୍ସ ଏବଂ ଲାମ୍ପସ୍ ସମିତିର କର୍ମଚାରୀଙ୍କ ସମସ୍ତ ପ୍ରକାର ବ୍ୟବସାୟର ଲାଭାଂଶକୁ ଧରାଯାଇ ଭୁବନେଶ୍ୱର ସ୍ଥିତ ନିବନ୍ଧକ ସମବାୟ ସମିତି ସମୂହର ନିର୍ଦ୍ଧାରିତ ନିର୍ଦ୍ଦେଶନାମା ପତ୍ର ପ୍ରକାରେ ସମିତି କର୍ମଚାରୀଙ୍କ ଦରମା ପରିଚାଳନା ପରିଷଦ ଦ୍ୱାରା ଗୃହୀତ ବାର୍ଷିକ ଆୟବ୍ୟୟ ଅଟକଳକୁ ସ୍ୱୀକୃତି ପ୍ରଦାନ କରିବା ଲାଗି ଦାବି ହୋଇଛି । ସେହିପରି ନିର୍ଦ୍ଧାରିତ ଏଚ୍.ଆର୍.ପଲିସି -୨୦୧୧ ଆଧାରରେ ପ୍ରଥମିକ ସେବା ସମବାୟ ସମିତି କର୍ମଚାରୀ ମାନଙ୍କୁ ୩୦ ପ୍ରତିଶତ ନିୟମ ମୁତାବକ ବ୍ୟାଙ୍କିଂ ଆସିସମେଣ୍ଟ ହିସାବରେ ପଦୋନ୍ନତି କରି ବ୍ୟାଙ୍କରେ ନିଯୁକ୍ତି କରାଯିବା ଓ କାର୍ଯ୍ୟରତ ସମିତିର କର୍ମଚାରୀଙ୍କ ବ୍ୟାଙ୍କ ତରଫରୁ ପ୍ରିମିୟମ୍ ପ୍ରଦାନ କରି ଗୋଷ୍ଠୀ ସ୍ୱାସ୍ଥ୍ୟ ବୀମା ଭୁକ୍ତ କରାଇବା ନେଇ ସମିତି କର୍ମଚାରୀ ସଂଘ ତରଫରୁ ବହୁବାର ଲିଖିତ ଭାବେ ଜଣାଇଲେ ସୁଦ୍ଧା ସେମାନଙ୍କ ନ୍ୟାର୍ଯ୍ୟ ଦାବିକୁ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ସଂଙ୍ଘର କର୍ମକର୍ତ୍ତା ଓ କର୍ମଚାରୀ । ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: Sambalpur Violence: ନ୍ୟାୟ ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପସିଲେ ହିନ୍ଦୁ ସଂଗଠନ

ଏନେଇ ଆନ୍ଦୋଳନକାରୀ କହିଛନ୍ତି, "ବର୍ଷତମାମ ଏହି ସମିତି ଜରିଆରେ ଧାନର ବିହନ ବଣ୍ଟନ ଠାରୁ ଧାନ ସଂଗ୍ରହ ପର୍ଯ୍ୟନ୍ତ କାର୍ଯ୍ୟ କରିବା ସହିତ ସରକାରଙ୍କ ଯୋଜନାର ସଫଳ ରୂପାୟନ ପାଇଁ ଗ୍ରାମାଞ୍ଚଳରେ ପ୍ରାୟ ୬୮ ପ୍ରତିଶତ କୃଷକଙ୍କ ପାଇଁ ତୃଣମୂଳସ୍ତରରେ ଉଦ୍ୟମ କରି ଆସୁଛନ୍ତି । କିନ୍ତୁ ସରକାର ଆମ ପ୍ରତି ଅବହେଳା କରୁଛନ୍ତି । ତେଣୁ ତୁରନ୍ତ ଏହି ସମସ୍ତ ଦାବିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହୋଇଛି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.