ETV Bharat / state

ପଞ୍ଚାୟତ ନିର୍ବାଚନକୁ ବିତିଲାଣି ୧୫ମାସ, ସମିତି ବୈଠକ ନହେବା ବିରୋଧରେ କଂଗ୍ରେସର ପ୍ରତିବାଦ - ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବିତିଲାଣି ୧୫ ମାସରୁ ଅଧିକା ସମୟ । ଆଜିଯାଏଁ ହୋଇନାହିଁ ପଞ୍ଚାୟତ ସମିତି ବୈଠକ । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ସମିତି ବୈଠକ ନହେବା ବିରୋଧରେ କଂଗ୍ରେସର ପ୍ରତିବାଦ

author img

By

Published : May 27, 2023, 7:39 PM IST

ସମିତି ବୈଠକ ନହେବା ବିରୋଧରେ କଂଗ୍ରେସର ପ୍ରତିବାଦ

ବ୍ରହ୍ମପୁର: ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବାର ୧୫ ମାସ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇନାହିଁ ପଞ୍ଚାୟତ ସମିତି ବୈଠକ । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ବିରୋଧରେ ଏପରି ଅଭିଯୋଗ ଆଣି ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଛି କଂଗ୍ରେସ । ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ମାନେ ଏକତ୍ରୀତ ହୋଇ ସ୍ଥାନୀୟ କଂଗ୍ରେସ ନେତା ଡବ୍ଲ୍ୟୁ. ବାଲକ୍ରିଷ୍ଣାଙ୍କ ନେତୃତ୍ବରେ ବିକ୍ଷୋଭ ସହିତ ଘେରାଉ କରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପୀତବାସ ପଣ୍ଡା ଓ ମହିଳା କଂଗ୍ରେସ ନେତା ବନଜା ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହି ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକରେ ନିୟମିତ ବୈଠକ ହେଉଥିବା ବେଳେ ରଙ୍ଗେଇଲୁଣ୍ଡାରେ ଗତ ପଞ୍ଚାୟତ ନିର୍ବାଚନ ସରିବାର ୧୫ ମାସ ବିତିଗଲାଣି, କିନ୍ତୁ ଗୋଟିଏ ଥର ମଧ୍ୟ ସମିତି ବୈଠକ ବସିନଥିବା ଘଟଣାକୁ ନିନ୍ଦା କରାଯାଇଛି । ପ୍ରତି ୪ ମାସକୁ ଥରେ ପଞ୍ଚାୟତ ସମିତି ବୈଠକ ଡାକିବା ବାଧ୍ୟତାମୂଳକ । ହେଲେ ସରକାରୀ ଅଧିକାରୀ ମାନେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହୋଇ ବୈଠକ ଡାକୁନଥିବା ଅଭିଯୋଗ କରିବା ସହିତ ବ୍ଲକରେ ବିକାଶ ସ୍ଥାଣୁ ହୋଇଯାଇଥିବା ଏବଂ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ଆଣିଛି କଂଗ୍ରେସ ।

ନିର୍ବାଚିତ ପ୍ରତିନିଧି ମାନଙ୍କୁ କୋଣଠେସା କରି ସମ୍ବିଧାନର ମର୍ଯ୍ୟାଦାହାନୀ କରାଯିବା ଘଟଣାକୁ ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । ଦଳର ଏହି ଦାବିକୁ ଗୁରୁତ୍ଵ ଦିଆନଗଲେ, ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି । ଏହି ଅବସରରେ କଂଗ୍ରେସ ଦଳର ଦାବିପତ୍ର ପ୍ରଦାନ ପରେ ଗଣମାଧ୍ୟମରେ ଏନେଇ କୌଣସି ପ୍ରତିକ୍ରିୟା ଦେବା ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନା କରିଥିଲେ । ସେପଟେ ଘେରାଉ କାର୍ଯ୍ୟକ୍ରମରେ କଂଗ୍ରେସର ପଦ୍ମ ଚରଣ ସାହୁ, ମହେଶ୍ବର ପାତ୍ର, ଭୀମରାଜୁ ରେଡ୍ଡୀ, ଗୋକୁଳ କର, ଧୀର ପାତ୍ର, ଶିବ ସାମନ୍ତରାୟ, ତ୍ରୀପତି ପ୍ରଧାନ, ଭାଗିରଥୀ ରେଡ୍ଡୀ, ଉମାକାନ୍ତ ସାସ୍‌ମଲ, ପ୍ରବୀର ରଞ୍ଜନ, ବାସୁଦେବ ପାତ୍ର ପ୍ରମୁଖ କର୍ମୀ ମାନେ ଯୋଗ ଦେଇଥିଲେ । ଏନେଇ କଂଗ୍ରେସ ଦଳର ନେତା ଓ କର୍ମୀଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.