ETV Bharat / state

ଆସିକାରେ ଶାନ୍ତିଶୃଙ୍ଖଳାର ସହ ସମବାୟ ନିର୍ବାଚନ ଶେଷ

author img

By

Published : Oct 30, 2022, 9:58 PM IST

ସମବାୟ ବ୍ୟାଙ୍କ କେନ୍ଦ୍ର ପରିଚାଳନା ପରିଷଦ ନିର୍ଦ୍ଦେଶକ ପଦ ଲାଗି ଭୋଟ ଗ୍ରହଣ ହୋଇଥିଲା । ଗଞ୍ଜାମ ଜିଲ୍ଲା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର ପରିଚାଳନା ନିର୍ଦ୍ଦେଶକ ପଦଲାଗି ଏହି ନିର୍ବାଚନ ହୋଇଥିଲା । ଅଧିକ ପଢ଼ନ୍ତୁ

ଆସିକାରେ ଶାନ୍ତିଶୃଙ୍ଖଳାରେ ଚାଲିଛି ସମବାୟ ନିର୍ବାଚନ

ଭଞ୍ଜନଗର: ଆସିକା ସମବାୟ ବ୍ୟାଙ୍କ କେନ୍ଦ୍ର ପରିଚାଳନା ପରିଷଦ ନିର୍ଦ୍ଦେଶକ ପଦ ଲାଗି ଭୋଟ ଗ୍ରହଣ ହୋଇଥିଲା । ଗଞ୍ଜାମ ଜିଲ୍ଲା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର ପରିଚାଳନା ନିର୍ଦ୍ଦେଶକ ପଦଲାଗି ଆଜି ଅନୁଷ୍ଠିତ ହୋଇଥିଲା ଏହି ନିର୍ବାଚନ ।

ଏନେଇ ଆସିକା ହରିହର ହାଇସ୍କୁଲ ଠାରେ ସକାଳ 7ଟା ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ମୋଟ 15ଟି ଜୋନରେ ଏହି ନିର୍ବାଚନ ହୋଇଛି । ଗତ 8 ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିଲା । 14 ତାରିଖ ନାମାଙ୍କନ ପ୍ରତ୍ୟାହାର ଏବଂ 15 ତାରିଖରେ ଚିହ୍ନ ସହିତ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା ।

ଏହାମଧ୍ୟ ପଢ଼ନ୍ତୁ.ଖୋର୍ଦ୍ଧାରେ ଶାନ୍ତିଶୃଙ୍ଖଳା ରେ ଚାଲିଛି ସମବାୟ ନିର୍ବାଚନ

ଏଥିରେ 8ଟି ଜୋନର ପ୍ରତିନିଧି ଅପ୍ରତିଦ୍ବନ୍ଦି ରହିଥିବା ବେଳେ 11 ନଂ ଜୋନରେ କୌଣସି ପ୍ରାର୍ଥୀ ରହିନାହାଁନ୍ତି । ଅନ୍ୟ 6ଟି ଜୋନ୍‌ରେ ମୋଟ 26 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ଏନେଇ ଆଜି ନିଜ ମତସାବ୍ୟସ୍ତ କରିଥିଲେ ଭୋଟର । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ତେବେ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି ଏହି ନିର୍ବାଚନ । ଅନ୍ୟପକ୍ଷରେ ବୁଥ କେନ୍ଦ୍ରରେ ଅସ୍ଥାୟୀ ସିସିଟିଭି ସର୍ଭେଲାନ୍ସ ଖଞ୍ଜା ଯାଇଥିଲା । ଏହାସହ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ ହୋଇଥିଲେ ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.