ETV Bharat / state

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା - CM Special Secretary IN GANJAM

ଗଞ୍ଜାମ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ଆର୍‌.ଭିନିଲ କ୍ରୀଷ୍ଣା । ଅଧିକ ପଢନ୍ତୁ...

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Jun 26, 2021, 10:43 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ଆର୍‌.ଭିନିଲ କ୍ରୀଷ୍ଣା । ଜିଲ୍ଲା ଗ୍ରସ୍ତରେ ଆସି ସଚିବ କ୍ରିଷ୍ଣା ପ୍ରଥମେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ପହଞ୍ଚି ନୂତନ ହକି ସିନ୍ଥେଟିକ୍ ଟ୍ରଫି ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଇଣ୍ଡୋର ଷ୍ଟାଡିୟମର କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ ।

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ପରେ ବ୍ରହ୍ମପୁର ଗସ୍ତ କରି ଷ୍ଟାଡିୟମର ଉନ୍ନତିକରଣ ପାଇଁ ୩୭ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟର ସମୀକ୍ଷା କରିଥିଲେ । ଷ୍ଟାଡିୟମ୍ ପରିସରରେ ନିର୍ମାଣାଧୀନ କ୍ରୀଡ଼ା ଛାତ୍ରାବାସ, ଖେଳ ପଡ଼ିଆ, ସ୍ବୁମିଙ୍ଗପୁଲ ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନିର୍ମାଣ କାର୍ଯ୍ୟ ତ୍ବାରାନିତ ଭାବେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସହରର ବୈକୁଣ୍ଠନଗର ଠାରେ ନିର୍ମାଣାଧୀନ ସ୍ପୋର୍ଟ୍ସ ଏରିନା ପରିଦର୍ଶନ କରିଥିଲେ । ବ୍ରହ୍ମପୁର ଗସ୍ତ ପରେ ସଚିବ ଆର. ଭିନିଲ କ୍ରୀଷ୍ଣା ହିଞ୍ଜିଳି ଗସ୍ତକରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।

ପଞ୍ଚାୟତ ସଭାଗୃହରେ ପୌରପରିଷଦ ପ୍ରତିନିଧି ଓ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିବାବେଳେ ହିଞ୍ଜିଳି ବାର ଆସୋସିଏସନ ପକ୍ଷରୁ ସଭାପତି ସବ-ଜଜ କୋର୍ଟ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ସଚିବଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସଚିବ ଜନ ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ବିଭିନ୍ନ ବିଭାଗର ପଦାଧିକାରୀମାନଙ୍କ ସହ ଉନୟନ ମୂଳକ କାମ ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବ ଶୁଭ୍ରାଂଶୁ ମିଶ୍ର , ଜିଲ୍ଲାପାଳ ବିଜୟ ଅମୃତା କୁଲେଙ୍ଗ,ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳୀରାମ ବନ୍ଦୋର , ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜି , ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ଜନ ପ୍ରତିନିଧି ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.