ବ୍ରହ୍ମପୁର: ପର୍ଯ୍ୟଟନ କ୍ଷେତ୍ରରେ ପୁରୀ ଓ କୋଣାର୍କ ପରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବ ଗୋପାଳପୁର । ଦିନକୁ ଦିନ ଗୋପାଳପୁର ପର୍ଯ୍ୟଟନ ସ୍ଥଳ ଏହାର ମାନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିବର୍ଷ ଏଠାକୁ ପର୍ଯ୍ୟଟକଙ୍କ ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟୁଥିବାରୁ ଗୋପାଳପୁର ହୋଟେଲ ବ୍ୟବସାୟରେ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ । ଗୋପାଳପୁର ଠାରେ ଏକ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲ ନିମନ୍ତେ ଭିଡିଓ କନଫେରନ୍ସ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନକରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଲଗଜୁରିଓ ଅସେଟ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହାକୁ ପ୍ରାୟ ୧୫୦ କୋଟି ବିନିଯୋଗରେ ୫ ଏକର ଜମିରେ ଏହା ନିର୍ମାଣ ହେବାକୁ ରହିଥିବା କୁହାଯାଇଛି ।
ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ଏହି ପଞ୍ଚତାରକା ହୋଟେଲ ନିର୍ମାଣ ଶେଷ ହେବାକୁ ରହିଥିବା ବେଳେ ଗୋପାଳପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଲଗଜୁରିଓ ଅସେଟ୍ସ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ଡିଏନ ଗ୍ରୁପର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ । ରାଜ୍ୟରେ ୧୬ ତମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରଶାସନିକ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ଠାରେ ଏଭଳି ହୋଟେଲ ଶିଳ୍ପର ବିକାଶ ପାଇଁ ବଡ ଇନଭେଷ୍ଟମେଣ୍ଟ ପାଇଁ ପରିକଳ୍ପନା କରାଯାଇଛି । ଏପରିକି ଓଡିଶାକୁ ଆସୁଥିବା ପର୍ଯ୍ୟଟକ ମାନେ ଗୋପାଳପୁରକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଏହାକୁ ପ୍ରଥମ ପସନ୍ଦ ଭାବରେ ନିଆଯାଇଥିବା ବେଳେ ଏଥିରେ ପ୍ରାୟ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ପ୍ରାୟ ପାଞ୍ଚ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି ।
କାର୍ଯ୍ୟକ୍ରମରେ ଡିଏନ ଗ୍ରୁପର ଅଧକ୍ଷ ଜଗଦିଶ ପ୍ରସାଦ ନାୟକ ନିଜ ବକ୍ତବ୍ୟରେ ଦୀର୍ଘଦିନ ଧରି ଏଭଳି ଏକ ପରିକଳ୍ପନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ନେଇ ଖୁସି ପ୍ରକଟ କରିଥିଲେ । ଏହାସହ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଶିଳ୍ପ ଆରମ୍ଭ କରାଯାଇଥିବା ବେଳେ ଗୋପାଳପୁର ଠାରେ ହେବାକୁ ଥିବା ପଞ୍ଚତାରାକା ହୋଟେଲକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସହବନ୍ଧିତା ମାଧ୍ୟମରେ କରାଯିବ । ମୁଖ୍ୟତଃ ଆମ ରାଜ୍ୟରେ ହକି ବିଶ୍ୱକପ୍, ଓଡିଶା କନକ୍ଲେଭ, କ୍ରିକେଟ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମୟରେ ହୋଟେଲ ସିପ୍ ବହୁ ମାତ୍ରାରେ ଆବଶ୍ୟକତା ରହୁଥିବାରୁ ଏହାର ବିକାଶର ଆହୁରୀ ଆବଶ୍ୟକତା ରହୁଥିବା କୁହାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର