ETV Bharat / state

ସମ୍ପୂର୍ଣ୍ଣ ତାଲିମ ନେଇ ଏଭରେଷ୍ଟ ଚଢିବେ ମଧୁସ୍ମିତା, ପ୍ରଶଂସାରେ ପୋତିଲେ ମୁଖ୍ୟମନ୍ତ୍ରୀ

author img

By

Published : Feb 19, 2023, 8:43 PM IST

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଝିଅ ମଧୁସ୍ମିତା ପାତ୍ର ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜରୋକୁ ସଫଳତାର ସହ ଆରୋହଣ କରି ଘରକୁ ଫେରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Mountaineer Madhusmita Patra
Mountaineer Madhusmita Patra
ପର୍ବତାରୋହୀ ମଧୁସ୍ମିତା

ବ୍ରହ୍ମପୁର: ଘରକୁ ଫେରିଲେ ବ୍ରହ୍ମପୁର ଝିଅ ତଥା ପର୍ବତାରୋହୀ ମଧୁସ୍ମିତା ପାତ୍ର । ଆଫ୍ରିକା ମହାଦେଶର ୫୮୯୫ ମିଟର ବିଶିଷ୍ଟ ଉଚ୍ଚତମ ଶୃଙ୍ଗ କିଲିମାଞ୍ଜରୋକୁ ସଫଳତାର ସହ ଆରୋହଣ କରିବା ପରେ ନିଜ ଘରକୁ ଫେରିଛନ୍ତି ମଧୁସ୍ମିତା ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ମଧୁସ୍ମିତାଙ୍କୁ ପ୍ରଶଂସା କରିଛନ୍ତି । ଏହିପରି ଓଡ଼ିଶାର ନାଁକୁ ଗୌରାବନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ଝିଅ ନିଜର ସ୍ବପ୍ନ ପୂରଣ କରି ହୋମ ଟାଉନକୁ ଫେରିଥିବାରୁ ପରିବାରରେ ଖେଳିଯାଇଛି ଖୁସିର ଲହରୀ । ଆଗକୁ ସମ୍ପୂର୍ଣ୍ଣ ତାଲିମ ନେଇ ଏଭରେଷ୍ଟ ଚଢିବାକୁ ମଧୁସ୍ମିତା ଲକ୍ଷ୍ୟ ରଖିଥିବା କହିଛନ୍ତି ।

ମଧୁସ୍ମିତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଥିବା ବେଳେ ଆଗାମୀ ଦିନରେ ମଧୁସ୍ମିତା ଅନ୍ୟ ମହାଦେଶର ଉଚ୍ଚତମ ପାହାଡ ଏବଂ ବିଶ୍ବର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ଏଭରେଷ୍ଟ ଚଢିବା ଏତେ ସହଜ ନଥିବାରୁ ଏହାକୁ ନେଇ ପ୍ରସ୍ତୁତ ହେଉଥିବା ବେଳେ ସମ୍ପୂର୍ଣ୍ଣ ତାଲିମ ନେଇସାରିବା ପରେ ଚଢିବେ ବୋଲି କହିଛନ୍ତି । ଏଣୁ ଆଗାମୀ ଦିନରେ ଅଧିକରୁ ଅଧିକ ଉଚ୍ଚତା ବିଶିଷ୍ଟ ଅନ୍ୟାନ୍ୟ ଉଚ୍ଚତମ ପାହାଡ ଚଢିବା ପରେ ଏଭରେଷ୍ଟ ଚଢିବେ ବୋଲି କହିଛନ୍ତି ।

ଗତ ୧୦ ତାରିଖରେ କିଲିମାଞ୍ଜରୋ ପାଦଦେଶ ମରାଙ୍ଗୁ ଫାଟକ ଦେଇ କିଲିମାଞ୍ଜାରୋ ଆରୋହଣ ଅଭିମୁଖେ ବାହାରିଥିଲେ । ପ୍ରତ୍ୟେକ ଦିନ ପ୍ରାୟ ୫ରୁ ୭ ଘଣ୍ଟା ପାହାଡ ଚଢି ଆଗକୁ ଗୋଟିଏ ପରେ ଗୋଟିଏ ଡ୍ୟାମଗୁଡିକରେ ରାତ୍ରଯାପନ କରି ଶେଷରେ ଫେବୃୟାରୀ ୧୨ ତାରିଖରେ ମଧୁସ୍ମିତା ଶେଷ ବେସକ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ରାତ୍ର ୧୨ଟା ସମୟରେ ଆଫ୍ରିକାନ ତାଞ୍ଜାନିଆର ନିଜ ଗାଇଡ୍‌ ସହିତ ବାହାରି ପଡ଼ିଥିଲେ କିଳିମାଞ୍ଜରୋର ଅନ୍ତିମ ଆରୋହଣରେ ଅଭିମୁଖେ । ସେଠାକାର ରାତ୍ର ସମୟରେ ମାଇନସ ତାପମାତ୍ରା ଏବଂ ଅଲଟିଚ୍ୟୁଡ ପ୍ରେସର ପର୍ବତାରୋହୀଙ୍କ ଉପରେ ପ୍ରଭାବ ପକାଇଥାଏ ।

ଏହା ବି ପଢନ୍ତୁ- ଅଭିନେତା ପପୁ ପମପମ୍‌ଙ୍କୁ ପଥର ମାଡ଼, ଅଧାରୁ ବନ୍ଦ ହେଲା କାର୍ଯ୍ୟକ୍ରମ

ଏହାଦ୍ବାରା ଚାଲିବାର ବେଗ ବହୁତ କମିଯାଇଥାଏ ଏବଂ ପର୍ବତାରୋହୀଙ୍କୁ କ୍ଲାନ୍ତ ଅନୁଭବ କରାଇଥାଏ । ଏହାର ପ୍ରଭାବରେ ମଧୁସ୍ମିତା ମଧ୍ୟ ସାମାନ୍ୟ କ୍ଲାନ୍ତ ଅନୁଭବ କରିଥିଲେ । କିନ୍ତୁ ମଧୁସ୍ମିତା ଏଠାରେ ହାର ନମାନି ଗାଇଡ୍‌ ସହ ଆଗକୁ ବଢି ଚାଲିବା ସହିତ ଫେବୃୟାରୀ ୧୩ ତାରିଖ ସକାଳ ୭.୦୫ଟା ସମୟରେ କିଲିମାଞ୍ଜରୋ ଶିଖରରେ (ଯାହା ଉହୁରୁ ପିକ୍ ଭାବେ ପରିଚିତ) ପହଞ୍ଚି ନିଜ ଦେଶର ଜାତୀୟ ପତକାକୁ ଉଡାଇବାରେ ସକ୍ଷମ ହୋଇଥିଲେ । ବେଶ କିଛି ସମୟ ଶିଖରରେ ରହିବା ପରେ ପୁନର୍ବାର ବେସକ୍ୟାମ୍ପ ଦେଇ ତଳକୁ ଓଲ୍ଲାଇ ଆସିଥିଲେ । ପ୍ରାୟ ୧୧ କି.ମି ଚାଲିବା କଷ୍ଟକର ହୋଇଥିଲେ ମଧ୍ୟ ଏହା ଏକ ନିଆରା ଅନୁଭୂତି ହୋଇ ରହିବ ବୋଲି ମଧୁସ୍ମିତା କହିଛନ୍ତି ।

ସେପଟେ ବ୍ରହ୍ମପୁର ରେଳ ଷ୍ଟେସନରେ ମଧୁସ୍ମିତା ପହଞ୍ଚିବା ପରେ ପରିବାର ବର୍ଗ ପରସ୍ପର ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିବା ବେଳେ ମଧୁସ୍ମିତାଙ୍କ ମା' ପୁଷ୍ପାଞ୍ଜଳୀ ଦେବୀ ନିଜ ଝିଅ ଏଭଳି ସଫଳତାକୁ ନେଇ ବେଶ ଗର୍ବିତ ବୋଲି କହିଛନ୍ତି । ସେପଟେ ମଧୁସ୍ମିତାଙ୍କ ବାପା ପ୍ରେମାନନ୍ଦ ପାତ୍ର ମଧ୍ୟ ବେଶ ଖୁସି ରହିଥିବା କହିଛନ୍ତି । ପରିବାର ପକ୍ଷରୁ ମଧୁସ୍ମିତାଙ୍କୁ ନିଜ ଲକ୍ଷ୍ୟ ପୂରଣ ନେଇ ସମର୍ଥନ ମିଳିଥିବା ସେ କହିଛନ୍ତି ।

  • ଆଫ୍ରିକୀୟ ମହାଦେଶର ସର୍ବୋଚ୍ଚ ଶିଖର #MountKilimanjaro ଆରୋହଣ କରି ବିରଳ କୃତିତ୍ୱ ପ୍ରତିଷ୍ଠା କରିଥିବା ବ୍ରହ୍ମପୁରର ମଧୁସ୍ମିତା ପାତ୍ରଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆଗାମୀଦିନରେ ଏହିପରି ଓଡ଼ିଶା ପାଇଁ ଆହୁରି ଗୌରବ ଆଣିବା ସହ ତାଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରୁଛି।

    — Naveen Patnaik (@Naveen_Odisha) February 18, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁସ୍ମିତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇ କହିଛନ୍ତି, "ବ୍ରହ୍ମପୁର ସହର ଗୋଷାଣିନୂଆଗାଁ ଅଞ୍ଚଳର ମଧୁସ୍ମିତା ପାତ୍ର ଗତ ୧୩ ତାରିଖ ଦିନ ସକାଳ ୭.୦୫ଟାରେ ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋକୁ ସଫଳତାର ସହ ଆରୋହଣ କରିବାରେ ସଫଳ ହୋଇଥିଲେ । ଏପରି ସେ ଓଡ଼ିଶାକୁ ଗୌରବାନ୍ବିତ କରନ୍ତୁ ।" ସୂଚନା ଥାଉ କି ମଧୁସ୍ମିତା ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ ହୋଇଥିବା ବେଳେ ସେ ୨୦୨୨ରେ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ହିମାଳୟ ପର୍ବତରୋହଣ ସଂସ୍ଥା (HMI) ଶିକ୍ଷାନୁଷ୍ଠାନରୁ ଶିକ୍ଷା ଲାଭ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ମାଉଣ୍ଟ ରେନକ, ଚାଦର, କେଦାରକଣ୍ଟ ଆଦି ଆରୋହଣ କରିଥିଲେ । ଏପରିକି ସେ କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଚେନ୍ନାଇସ୍ଥିତ ଏକ କମ୍ପାନୀରେ କାର୍ଯ୍ୟରତ ରହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.