ETV Bharat / state

କୋରୋନା କାଳରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଅଣଦେଖା

ଜିଲ୍ଲାର ପୋଲସରା ଏନ୍.ଏ.ସିରେ କୋରୋନା ଯୋଦ୍ଧା ତଥା ଅସ୍ଥାୟୀ ସଫେଇ କର୍ମଚାରୀଙ୍କୁ ଅସମ୍ମାନ ଘଟଣା ସାମନାକୁ ଆସିଛି । କର୍ମଚାରୀମାନେ କୋରୋନା କାଳରେ ନିଜ କର୍ତ୍ତବ୍ୟରୁ ଓହରି ନଥିବା ବେଳେ ସେମାନଙ୍କୁ ଇପିଏଫ୍ ଜମା ଟଙ୍କା ଦିଆଯାଇନାହିଁ, ଯାହାକୁ ବିରୋଧ କରି କର୍ମଚାରୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 17, 2020, 3:04 PM IST

କୋରୋନା କାଳରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଅଣଦେଖା
କୋରୋନା କାଳରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଅଣଦେଖା

ଭଞ୍ଜନଗର: ଜିଲ୍ଲାର ପୋଲସରା ଏନ୍.ଏ.ସିରେ କାର୍ଯ୍ୟ କରୁଥିବା କୋରୋନା ଯୋଦ୍ଧା ତଥା ସଫେଇ କର୍ମଚାରୀମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ସଫେଇ କର୍ମଚାରୀମାନେ କୋରୋନା ସମୟରେ ନିଜ କର୍ତ୍ତବ୍ୟରୁ ଓହରି ନଥିବା ବେଳେ ଇପିଏଫ୍ ଜମା ଟଙ୍କା ସେମାନଙ୍କୁ ଦିଆଯାଇ ନାହିଁ । ତେବେ ସେମାନଙ୍କର ଇପିଏଫ୍ ଜମା ଟଙ୍କା ନ ଦିଆଗଲେ ରାଜରାସ୍ତାକୁ କର୍ମଚାରୀମାନେ ଓହ୍ଲାଇବେ ବୋଲି ଶନିବାର ଚେତାବନୀ ଦେବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।

କୋରୋନା ମହାମାରୀ ସମୟରେ ସଫେଇ କର୍ମଚାରୀମାନେ ନିଜ ଜୀବନକୁ ଖାତିର ନକରି ଦୀର୍ଘଦିନ ଧରି ସଫେଇ କାର୍ଯ୍ୟ କରି ଆସୁଛନ୍ତି । କିନ୍ତୁ ନିଜ ହକ୍ ପାଇଁ ସ୍ବର ଉତ୍ତୋଳନ କରିଥିବାରୁ ସେମାନଙ୍କୁ 8 ଦିନ ହେଲା କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସମସ୍ତ ଅସ୍ଥାୟୀ ସଫେଇ କର୍ମଚାରୀ ଏକତ୍ରିତ ହୋଇ ପୋଲସରା ତହସିଲ ଓ ଏନ୍.ଏ.ସି କାର୍ଯ୍ୟାଳୟ ଘେରାଉ କରିବା ସହ ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସଠିକ୍ ସମୟରେ ସେମାନଙ୍କର ଇପିଏଫ୍ ଜମା ଟଙ୍କା ଦିଆନଗଲେ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.