ETV Bharat / state

ଖଇରାରେ ଗୋଷ୍ଠୀ ସଂଙ୍ଘର୍ଷ: ଜଣେ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ - VILLAGE

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଖଇରା ଗାଁରେ ଗୋଷ୍ଠୀ ସଙ୍ଘର୍ଷରେ ଜଣେ ୧୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି । ଖଇରା ଗାଁରେ ଏସଡିପିଓଙ୍କ ସମେତ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 15, 2019, 5:03 PM IST

ବ୍ରହ୍ମପୁର: ପାତ୍ରପୁର ବ୍ଲକ ଖଇରା ଗାଁରେ ଗୋଷ୍ଠୀ ସଙ୍ଘର୍ଷ । ଏଥିରେ ଜଣେ ୧୬ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଏଥିରେ ଉଭୟ ଗୋଷ୍ଠୀର ୧୦ରୁ ଉର୍ଦ୍ଧ୍ବ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନାନୂଯାୟୀ, ତାଣ୍ଡିପୁର ପଞ୍ଚାୟତର ଖଇରା ଗାଁରେ ପୂର୍ବରୁ ଏକ ବିବାହ ଭୋଜିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାର ସମାଧାନ ପାଇଁ ମଙ୍ଗଳବାର ରାତିରେ ଉଭୟ ଗୋଷ୍ଠୀର ସଦସ୍ୟଙ୍କୁ ନେଇ ଏକ ବୈଠକ ବସିଥିଲା । କିନ୍ତୁ ପୁଣି ଥରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା । ଯେଉଁଥିରେ ନାବାଳକ ରାଜା ପ୍ରଧାନର ମୃତ୍ୟୁ ଘଟିଛି ।

ଏହାପରେ ସଂପୃକ୍ତ ଗାଁରେ ଚାପା ଉତ୍ତେଜନା ଲାଗିଛି । ଯେପରି ଗାଁରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ଏସଡିପିଓଙ୍କ ସମେତ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସେପଟେ ଏହି ଘଟଣାରେ ମାମଲା ରୁଜୁ ପରେ ଗଣ୍ଡଗୋଳରେ ସଂପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ସ୍ଲଗ :- ଖଇରା ଗ୍ରାମରେ ଗୋଷ୍ଠୀ ସଂଙ୍ଘର୍ଷ -ଜଣେ ମୃତ, ୧୦ ରୁ ଉର୍ଦ୍ଧ ଆହାତ.....
ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ବାଇଟ୍,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    : ୧୫-୦୫-୧୯. :(ଭିଜୁଆଲ ଏଫ୍.ଟି.ପି  ରେ ଯାଇଛି.)
 (ଆଙ୍କର):- ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ଖଇରା ଗ୍ରାମରେ ଗୋଷ୍ଠୀ ସଂଙ୍ଘର୍ଷ ଘଟି ଜଣେ ୧୬ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଏଥିରେ ଉଭୟ ଗୋଷ୍ଠୀର ୧୦ ରୁ ଉର୍ଦ୍ଧ ଆହାତ ହୋଇଥିବା ଅଭିଯୋଗ ହୋଇଛି  । ତାଣ୍ଡିପୁର ପଞ୍ଚାୟତର ଖଇରା ଗ୍ରାମରେ ପୂର୍ବରୁ ଏକ ବିବାହ ଭୋଜି କୁ ନେଇ ହୋଇତିବା ଦୁଇ ଗୋଷ୍ଠିର ଗଣ୍ଡଗୋଳ ର ସମାଧାନ କରିବା ପାଇଁ ଗତକାଲି ରାତ୍ର ସମୟରେ ଉଭୟ ଗୋଷ୍ଠୀର ସଦସ୍ୟ ଙ୍କୁ ନେଇ ଏକ ବୈଠକ ବସିଥିବା ବେଳେ ହଠାତ୍ ସେହି ସମୟରେ ପୁଣି ଥରେ ଗୋଷ୍ଠୀ ମଧ୍ୟରେ ମାରପିଟ ହେବା ପରେ ଏଥିରେ ନାବାଳକ  ରାଜା ପ୍ରଧାନ ର ମୃତ୍ୟୁ ଘଟିଥିଲା  । ଏହା ପରେ ସଂପୃକ୍ତ ଗ୍ରାମରେ ଚାପା ଉତ୍ତୋଜନା ଲାଗି ରହିଥିବା ବେଳେ ଗ୍ରାମରେ ଏସ୍.ଡି.ପିଓ  ସମେତ ବ୍ୟାପକ ପୋଲିସ ମୃର୍ତ୍ତୟନ ହୋଇଥିବା ଦେଖାଯାଇଛି ।ସେପଟେ ଏହି ଘଟଣାରେ ଏତଲା ମିଳିବା ପରେ ଏହାକୁ ରୁଜ କରାଯାଇ ଯେଉଁମାନେ ଏଥିରେ ସଂପୃକ୍ତ ରହିଛନ୍ତି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍.ପି  ।
ବାଇଟ୍-ପିନାକ ମିଶ୍ର(ଆରକ୍ଷୀ ଅଧିକ୍ଷକ,ବ୍ରହ୍ମପୁର)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.