ETV Bharat / state

ଟୁଟୁ ହାତୀଙ୍କୁ ଆକ୍ରମଣ ଘଟଣା, 3 ଗିରଫ - three arrested

ଟୁଟୁ ହାତୀଙ୍କୁ ଆକ୍ରମଣ ଘଟଣାରେ 3ଜଣକୁ ଗିରଫ କଲା ପୋଲିସ । ଟୁଟୁ ହାତୀ ସେମାନଙ୍କୁ ବାରମ୍ବାର ମାଡ ମାରୁଥିବା ଯୋଗୁଁ ଏଭଳି କାଣ୍ଡ ଭିଆଇଛନ୍ତି ଅଭିଯୁକ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 17, 2019, 5:13 PM IST

ବ୍ରହ୍ମପୁର: ଟୁଟୁ ହାତୀଙ୍କୁ ଆକ୍ରମଣ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଘଟଣାରେ ସମ୍ପୃକ୍ତ ଥିବା 3ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ନାବାଳକ ଓ 2ଜଣ ଯୁବକଙ୍କୁ ବାନ୍ଧିଛି ପୋଲିସ । ପୁରୁଣା ବ୍ରହ୍ମପୁର ସୀତା ଢିମିରା ସାହିର ଗିରଫ 2 ଯୁବକ ହେଲେ ବାୟା ହାତୀ ଓରଫ୍ ଜଗା ଓ ଅମୂଲ୍ୟ ଘଡେଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଗୁରୁବାର ସନ୍ଧ୍ୟା ସମୟରେ ସହରର ବଡବଜାର ଥାନା ଅଞ୍ଚଳର କାଞ୍ଜିବାରି ସାହିରେ ଟୁଟୁଙ୍କୁ ଆକ୍ରମଣ ହୋଇଥିଲା । ଘଟଣାରେ 3ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଖଣ୍ଡା ଓ ମୋଟର ସାଇକେଲକୁ ଜବତ କରାଯାଇଛି । ଏପରିକି ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯିବା ନେଇ ଅତିରିକ୍ତ ଏସପି ମାୟାଧର ସେଠୀ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି ।

ଟୁଟୁ ହାତୀ ସେମାନଙ୍କୁ ବାରମ୍ବାର ମାଡ ମାରୁଥିବା ଯୋଗୁଁ ସେମାନେ ଆକ୍ରମଣ କରିଥିବାର ସ୍ବୀକାର କରିଛନ୍ତି ଅଭିଯୁକ୍ତ । ଅନ୍ୟପଟେ ଆହତ ଟୁଟୁଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରୁ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.