ETV Bharat / state

ଛତିଶଗଡ ରାୟପୁର ବସ୍ ଦୁର୍ଘଟଣା ଘଟଣା, ଅଷ୍ଟମ ବ୍ୟକ୍ତିଙ୍କ ମିଳିଲା ପରିଚୟ - labour death for road accident

ଗତ 5 ତାରିଖରେ ରାୟପୁର ନିକଟସ୍ଥ ଚେରିଖେଡୀଠାରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା 8 ଜଣଙ୍କ ମଧ୍ୟରୁ 7 ଜଣଙ୍କ ପରିଚୟ ମିଳିଥିବା ବେଳେ ଅଷ୍ଟମ ବ୍ୟକ୍ତିଙ୍କ ପରିଚୟ ମିଳିଛି । ସେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ଗ୍ରାମର ଭଜରାମ ଡାକୁଆଙ୍କ ପୁଅ ବୁଲୁ ଡାକୁଆ (45) ବୋଲି ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଚେରିଖେଡୀଠାରେ ବସ୍ ଦୁର୍ଘଟଣା ମାମଲା, ଅଷ୍ଟମ ବ୍ୟକ୍ତିଙ୍କ ମିଳିଲା ପରିଚୟ

author img

By

Published : Sep 7, 2020, 11:03 PM IST

ଭଞ୍ଜନଗର: ଗତ 5 ତାରିଖରେ ରାୟପୁର ନିକଟସ୍ଥ ଚେରିଖେଡୀଠାରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା 8 ଜଣଙ୍କ ମଧ୍ୟରୁ 7 ଜଣଙ୍କ ପରିଚୟ ମିଳିଥିବା ବେଳେ ଅଷ୍ଟମ ବ୍ୟକ୍ତିଙ୍କ ପରିଚୟ ମିଳି ନଥିଲା । ତେବେ ସୋମବାର ବ୍ରହ୍ମପୁର ବଡ଼ ମେଡ଼ିକାଲରେ ସେହି ବ୍ୟକ୍ତି ଜଣଙ୍କର ମୃତଦେହକୁ ଚିହ୍ନଟ କରାଯାଇଛି । ସେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ଗ୍ରାମର ଭଜରାମ ଡାକୁଆଙ୍କ ପୁଅ ବୁଲୁ ଡାକୁଆ (45) ବୋଲି ଜଣାପଡିଛି ।

ଚେରିଖେଡୀଠାରେ ବସ୍ ଦୁର୍ଘଟଣା ମାମଲା, ଅଷ୍ଟମ ବ୍ୟକ୍ତିଙ୍କ ମିଳିଲା ପରିଚୟ
ଚେରିଖେଡୀଠାରେ ବସ୍ ଦୁର୍ଘଟଣା ମାମଲା, ଅଷ୍ଟମ ବ୍ୟକ୍ତିଙ୍କ ମିଳିଲା ପରିଚୟ

ସ୍ଥାନୀୟ ସରପଞ୍ଚ ଓ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ପରେ ପ୍ରଶାସନ ତରଫରୁ ମରଶରୀରକୁ ଗ୍ରାମକୁ ଅଣାଯାଉଛି । ବୁଲୁ ପ୍ରାୟ 20 ବର୍ଷ ତଳୁ ପରିବାର ପ୍ରତି ପୋଷଣ ପାଇଁ ଗୁଜୁରାଟର ସୁରତରେ ସୁତାକଳରେ କାମ କରି ଆସୁଥିଲା । ଗତ ଲକଡ଼ାଉନରେ କାମ ଧନ୍ଦା ହରାଇବାରୁ ଗାଆଁକୁ ଚାଲି ଆସିଥିଲା । ବୁଲୁ ଏକ ମାତ୍ର ଘରର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ଘର ଚଳାଇବା ତା' ପାଇଁ କଷ୍ଟସାଧ୍ୟ ହୋଇଥିଲା । ଲକଡ଼ାଉନ ଭିତରେ ବୁଲୁର ବଡ଼ ଝିଅ ରୀନାର ବାହା ଘର ଦେଢ଼ ମାସ ତଳେ ହୋଇଥିଲା । ଝିଅ ବାହାଘରରେ ବୁଲୁ ଲକ୍ଷାଧିକ ଟଙ୍କା ବାହାରୁ କରଜ ଆଣିଥିଲା । ଶେଷରେ ଘର ବନ୍ଧା ପକାଇ 50,000 ଟଙ୍କା ମଧ୍ୟ ଆଣିଥିଲା । ଘରେ ବୃଦ୍ଧ ମାଆ ଶୋଭା, ସ୍ତ୍ରୀ ବିଧି ଓ ଆଉ ଦୁଇ ଝିଅ ସହ ଏକ ପୁଅକୁ ମିଶାଇ ପାଞ୍ଚ ପାରିବାର ହେଉଥିବାରୁ ଏପଟେ ପରିବାରର ବୋଝ ସେପଟେ କରଜ ଆଣିଥିବା ଟଙ୍କା ଶୁଝିବାକୁ ନେଇ ଚିନ୍ତାରେ ରହୁଥିଲା ।

3 ତାରିଖରେ ସୁତାକଳ ମାଲିକ ଗାଡ଼ି ପଠାଇଥିବା ଖବର ପାଇଥିଲା । ସୁତା କଳ ଚାଲୁ ହୋଇଯାଇଥିବାରୁ ଘରେ ନରହି କର୍ମସ୍ଥଳୀକୁ ଯିବାକୁ ମନସ୍ଥ କରିଥିଲା ବୁଲୁ । 4 ତାରିଖରେ ସେହି ଗ୍ରାମର ଧୋବା ଜେନାଙ୍କ ପୁଅ ଟୁକୁନା (34) ଓ ବୁଲୁ ଦୁହେଁ ସେହି ବସ୍ ରେ ଚଢି ଥିଲେ । ଟୁକୁନାର ଗୋଡ଼ ମାଡ ହୋଇଥିବା ବେଳେ ସେ ରାୟପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଖବର ଗାଆଁରେ ପହଞ୍ଚିଥିଲା । କିନ୍ତୁ ବୁଲୁ ବିଷୟରେ କେହି କିଛି କହି ପାରୁନଥିଲେ । ବିଭିନ୍ନ ଆଶଙ୍କା ଭିତରେ ବୁଲୁ ଫେରିବ ବୋଲି ଚାତକ ଭଳି ଚାହିଁ ରହିଥିବା ବୁଲୁର ପରିବାରକୁ ଆଜି 12 ଘଣ୍ଟ 30 ମିନିଟ୍ ସମୟରେ ଲେବର ଅଫିସରୁ ଫୋନ୍ ଆସିଥିଲା ମୃତଦେହ ଚିହ୍ନଟ କରିବା ପାଇଁ ।

ତହସିଲଦାର ସରୋଜ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଖଇରପୁଟି ସରପଞ୍ଚ ପ୍ରତିନିଧି ଦିଲ୍ଲୀ ଜେନା ଓ ବୁଲୁଙ୍କ ସମ୍ପର୍କିୟମାନେ ଯାଇ ମୃତଦେହଟି ବୁଲୁ ଡାକୁଆର ବୋଲି ଚିହ୍ନଟ କରିଥିଲେ । ବୁଲୁଙ୍କ ମରଶରୀର ନିଜ ଗ୍ରାମରେ ପହଞ୍ଚିବା ପାଇଁ ବିଡିଓ ଶଶୀ ଭୂଷଣ ମହାପାତ୍ର ଏକ ମହା ପ୍ରୟାଣ ଗାଡ଼ିକୁ ବ୍ରହ୍ମପୁର ପଠାଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା, ରେଡକ୍ରସରୁ 10 ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ 2 ହଜାର ଟଙ୍କା ଯୋଗାଇ ଦିଆଯିବା ସହ ବିଭିନ୍ନ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଡିଓ ପ୍ରକାଶ କରିଥିଲେ । ବୁଲୁର ମୃତ୍ୟୁ ଖବର ପହଞ୍ଚିବା ପରେ ପରିବାରର କାନ୍ଦ ବୋବାଳିରେ ଗାଆଁ ଫାଟି ପଡ଼ୁଛି । ବୁଲୁ ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିବାରୁ ଏବଂ ତା ଉପରେ ପରିବାରର 5 ଜଣ ବ୍ୟକ୍ତି ନିର୍ଭର କରୁଥିବାରୁ ବୁଲୁର ମୃତ୍ୟୁ ତା ପରିବାର ପାଇଁ ବଜ୍ର ଚଡକ ସମ ହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.