ବ୍ରହ୍ମପୁର : ସମ୍ପର୍କୀୟ ଭାଇର ଗୁଳିମାଡ଼ରେ ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗ୍ରାମରେ ଘଟିଛି ଏଭଳି ଘଟଣା । ଗ୍ରାମର ବିଜୟ ଦଳେଇଙ୍କ ପୁଅ ବିରେନ୍ ନିଜ ଘରେ ଶୋଇଥିବାବେଳେ ତାରି ଉପରକୁ ଉକ୍ତ ଗ୍ରାମର ସମ୍ପର୍କୀୟ ଭାଇ ସୁରଥ ଦଳେଇ ଚାରି ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ ।
ଗୁଳିମାଡ଼ରେ ଆହତ ବିରେନଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପାରିବାରିକ ବିବାଦ ତଥା ଜମିଜମାକୁ ନେଇ ଏଭଳି ହୋଇଥିବା ଅନୁମାନ କରାଯାଉଛି । ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବାବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ ।
ଇଟିଭି ଭାରତ, ବ୍ରହ୍ମପୁର