ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବଦ୍ୟାଳୟର ଇତିହାସରେ ଯୋଡ଼ି ହେଲା ନୂତନ ଫର୍ଦ୍ଦ । ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ନୂତନ ସଭାପତି ଭାବେ ନିର୍ବାଚିତ ହେଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ । ତେବେ ରାଜ୍ୟର ପ୍ରଥମ ମହିଳା ଭାବେ ପ୍ରଫେସର ଗୀତାଞ୍ଜଳୀ ଦାଶ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ସେପ୍ଟେମ୍ୱର 9 ଓ 10 ତାରିଖରେ ମହାରାଷ୍ଟ୍ରର ଓ୍ବାର୍ଦ୍ଧା ସ୍ଥିତ ମହାତ୍ମା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଭାରତୀୟ ରାଜନୀତି ପରିଷଦର ୬୦ ତମ ବାର୍ଷିକ ଅଧିବେଶନରେ ପ୍ରଫେସର ଗୀତାଞ୍ଜଳୀ ଦାଶ ନିର୍ଦ୍ଵନ୍ଦୀୟ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ରାଜ୍ୟର ପ୍ରଥମ ମହିଳା ଭାବେ ପ୍ରଫେସର ଗୀତାଞ୍ଜଳୀ ଦାଶ ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ତାଙ୍କ ପୂର୍ବରୁ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ, ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପ୍ରଫେସର ଯୁଗଳ କିଶୋର ମିଶ୍ର ଓଡ଼ିଶାରୁ ମନୋନୀତ ହୋଇଥିଲେ । 1 ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ ଗୀତାଞ୍ଜଳୀ ଦାଶ । ଅନ୍ୟପଟେ 59 ତମ ରାଜନୀତି ବିଜ୍ଞାନ ପରିଷଦର ବାର୍ଷିକ ଅଧିବେଶନରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ଶାନ୍ତିଶ୍ରୀ ପଣ୍ଡିତଙ୍କୁ ସଭାପତି ଭାବେ ନିର୍ବାଚୀତ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ.. କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୂଳପତିଙ୍କୁ ଏହି ଦାୟିତ୍ୱ ମିଳିବା ପରେ ବିଶ୍ୱବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ବିଶ୍ୱବିଦ୍ୟାଳୟ ପରିସରରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ବିଭିନ୍ନ ମହଲରୁ କୁଳପତି ଗୀତାଞ୍ଜଳୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଛାତ୍ରଛାତ୍ରୀ ତଥା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।ଏହି ସର୍ବୋଚ୍ଚ ପଦ ପାଇଁ ମନୋନୀତ ହେବା ପରେ ଗୀତାଞ୍ଜଳୀ ଦାଶଙ୍କ ନିକଟକୁ ସମଗ୍ର ଓଡ଼ିଶାରେ ବିଭିନ୍ନ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ରାଜନୈତିକ ମହଲରୁ ଶୁଭେଚ୍ଛାର ସୂଅ ଛୁଟିଛି । ପ୍ରଫେସର ଦାଶ ଏହି ପଦ ପାଇଁ ଭାରତୀୟ ରାଜନୀତି ପରିଷଦର ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଭବିଷ୍ୟତରେ ପରିଷଦର ଉନ୍ନତି ତଥା ରାଜନୀତି ବିଜ୍ଞାନ କ୍ଷେତ୍ରରେ ଗବେଷଣା କୁ ପ୍ରମୁଖ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି।
ତେବେ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦ ଭାରତର ରାଜନୀତି ବିଜ୍ଞାନ କ୍ଷେତ୍ରରେ ଅଧ୍ୟୟନରତ ତଥା ଗବେଷଣାରତ ସମସ୍ତ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକ ମାନଙ୍କର ସର୍ବୋଚ୍ଚ ଅନୁଷ୍ଠାନ ଅଟେ । ୧୯୩୮ ମସିହାରେ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ ପଣ୍ଡିତ ମଦନ ମୋହନ ମାଲଭିୟଙ୍କ ତତ୍ୱାବଧାନରେ ଏହି ପରିଷଦ ଗଠନ ହୋଇଥିବା ବେଳେ ଦୀର୍ଘ ୮୫ ବର୍ଷ ଧରି ଏହି ପରିଷଦ ଐତିହାସିକ ଯାତ୍ରା ସଫଳତାର ସହିତ ପୂରଣ କରିସାରିଛି ।
ବ୍ରହ୍ମପୁର, ଇଟିଭି ଭାରତ