ETV Bharat / state

ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବା ଘଟଣା : ବ୍ରହ୍ମପୁର ମହାନଗର ଦଳିତ ମହାସଂଘର ପ୍ରତିବାଦ

author img

By ETV Bharat Odisha Team

Published : Oct 2, 2023, 7:36 AM IST

Updated : Oct 2, 2023, 7:59 AM IST

ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମ ଘଟଣାକୁ ଡାଲି ଫିଙ୍ଗା ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ । ବ୍ରହ୍ମପୁର ମହାନଗର ନିଗମ ଦଳିତ ମହାସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ସହ 2 ବିଜେପି ନେତାଙ୍କ ଗିରଫ ଦାବି କରାଯାଇଛି । ଅଧିକ ପଢନ୍ତୁ..

ବ୍ରହ୍ମପୁର ମହାନଗର ଦଳିତ ମହାସଂଘର ପ୍ରତିବାଦ
ବ୍ରହ୍ମପୁର ମହାନଗର ଦଳିତ ମହାସଂଘର ପ୍ରତିବାଦ

ବ୍ରହ୍ମପୁର ମହାନଗର ଦଳିତ ମହାସଂଘର ପ୍ରତିବାଦ

ବ୍ରହ୍ମପୁର: ବିଧାନସଭା ଗୃହରେ ବାଚସ୍ପତିଙ୍କ ପ୍ରତି ହୋଇଥିବା ଅସମ୍ମାନ ଜନକ ଘଟଣାକୁ କଡ଼ା ନିନ୍ଦା କଲା ବ୍ରହ୍ମପୁର ମହାନଗର ଦଳିତ ମହାସଂଘ । ଏହାର ପ୍ରତିବାଦରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି । ରାଜ୍ୟର 2 ବିଜେପି ବିଧାୟକଙ୍କ ବାଚସ୍ପତିଙ୍କ ଏଭଳି ଆଚରଣକୁ ଦୃଢ଼ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏଭଳି ଆଚରଣ ଦ୍ବାରା ଗୃହର ଗାରିମା କ୍ଷୁର୍ଣ୍ଣ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି ।

ବିଧାନସଭା ମୌସୁମୀ ଅଧିବେଶନରେ ଗୃହରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗା ଘଟଣାକୁ ନେଇ ବିରୋଧ ତେଜିବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ଦିନ ବ୍ରହ୍ମପୁର ମହାନଗର ଦଳିତ ମହାସଂଘ ପକ୍ଷରୁ ଏଭଳି ଘଟଣାକୁ କଡ଼ା ନିନ୍ଦା କରାଯିବା ସହ ବିରୋଧ ପ୍ରଦର୍ଶନ କରାଯାଇଛି । ମହାସଂଘ ପକ୍ଷରୁ ଏହି ଅବସରରେ ଏକ ଶୋଭାଯାତ୍ରା ସହରର ହିଲ ପାଟଣା ନିକଟରୁ ବାହାରି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ରାଜ୍ୟରେ ଜଣେ ମହିଳା ବାଚସ୍ପତିଙ୍କ ପ୍ରତି ବିଜେପି ଦଳର ଦୁଇ ବିଧାୟକଙ୍କ ଏପରି ଆଚାରଣକୁ ଦୃଢ଼ ବିରୋଧ କରିବା ସହ ଦୁଇ ବିଧାୟକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲା ସଂଘ । ଏନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ତେବେ ବିଧାନସଭାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଡ଼ାଲି ପୁଡ଼ିଆ ଫିଙ୍ଗାଯାଇ ଯେଉଁ ଅପମାନଜନକ କାର୍ଯ୍ୟ କରାଯାଇଛି ତାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଗଣତନ୍ତ୍ରର ଗାରିମାକୁ ନଷ୍ଟ କରାଯାଇଥିବା ଅଭିଯୋଗ କରାଯିବା ସହ ବିଜେପି ଦଳର ବିଧାୟକଙ୍କର ଏପରି କାର୍ଯ୍ୟକୁ ସମାଲୋଚନା କରାଯାଇଛି । ତେବେ ଦୁଇ ବିଜେପି ବିଧାୟକ ମୋହନ ଚରଣ ମାଝୀ, ମୁକେଶ ମହାଲିଙ୍ଗଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. Assembly Session: ବାଚସ୍ପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ

ସେପ୍ଚେମ୍ବର 28 ତାରିଖ ଦିନ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିରୋଧୀ ନେତା ମୁକେଶ ମହାଲିଙ୍ଗ ଓ ମୋହନ ମାଝୀ ତାଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ । ଏଭଳି ଘଟଣାକୁ ନିନ୍ଦା କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ବିରୋଧୀ ଦଳ ସଦସ୍ୟ ମୁକେଶ ମହାଲିଙ୍ଗ ଓ ମୋହନ ମାଝୀଙ୍କୁ ଚଳିତ ଅଧିବେଶନରୁ ନିଲମ୍ୱିତ କରାଯାଇଛି । ଚଳିତ ଅଧିବେଶନର ଅବଶିଷ୍ଟ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିପାରିବେନି ଏହି 2 ନେତା ।

ତେବେ 2011ରେ ମନ୍ତ୍ରୀ ପଦରେ ଥିବା ବେଳେ ଡାଲି ଦୁର୍ନୀତିରେ ଫସିଥିଲେ ବର୍ତ୍ତମାନର ବାଚସ୍ପତି ପ୍ରମିଳା ମଲ୍ଲିକ । ଯେଉଁଥିପାଇଁ ତାଙ୍କ ମନ୍ତ୍ରୀ ପଦ ବି ଚାଲିଯାଇଥିଲା । ତେବେ 12 ବର୍ଷ ପରେ ପୁଣି ବିଧାନସଭା ଗୃହକୁ ଫେରିଥିଲା ଡାଲି ଦୁର୍ନୀତି ପ୍ରସଙ୍ଗ । ଗୃହରେ ତାଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ପୂର୍ବ ଘଟଣାକୁ ମନେପକାଇ ଦେଇଥିଲେ ବିରୋଧି ନେତା । ତେବେ ଏହି ଡାଲି ଫିଙ୍ଗା ଘଟଣାକୁ ନେଇ ମଧ୍ୟ ସଂଘ ପକ୍ଷରୁ ବିରୋଧ ମଧ୍ୟ ଦେଖିବାକୁ ମିଳିଛି । ବ୍ରହ୍ମପୁର ମହାନଗର ଦଳିତ ମହାସଂଘ 2 ବିରୋଧୀ ନେତାଙ୍କ ଗିରଫ ଦାବି କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Oct 2, 2023, 7:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.