ଭଞ୍ଜନଗର: ଜଙ୍ଗଲର ଅସୁରକ୍ଷିତ ବନ୍ୟଜନ୍ତୁ । ଗଞ୍ଜାମ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି କୃଷ୍ଣସାର ମୃଗର ମୃତଦେହ । ପୋଲସରା ବନାଞ୍ଚଳ ନୂଆଁ ଖରିଡା ଗ୍ରାମ ନିକଟରେ ଥିବା ଏକ ଜମିରେ କ୍ଷତବିକ୍ଷତ ଅବସ୍ଥାରେ କୃଷ୍ଣସାର ମୃଗର ମୃତଦେହ ପଡିରହିଛି । ସେପଟେ ମୃଗଟିର ମୃତ୍ୟୁର କାରଣ ଜଣାପଡିନାହିଁ ।
ତେବେ ଉକ୍ତ ବନାଞ୍ଚଳରେ କୁକୁର ଏବଂ କାଉ ମୃଗଟିର ମରଶରୀରକୁ ଭିଣି ଖାଉଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏସମ୍ପର୍କରେ ବନ ବିଭାଗ ପାଖରେ କୌଣସି ସୂଚନା ନାହିଁ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ