ETV Bharat / state

'ବିଜେପି କ୍ଷମତାକୁ ଆସିଲେ ହସିବେ ଚାଷୀ'

ଗଞ୍ଜାମ ଜିଲ୍ଲା ସୋରଡା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ତେବେ ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସୋରଡା ନିର୍ବାଚନ ମଣ୍ଡଳୀ ବିଜେପି ଚଳଚଞ୍ଚଳ ହୋଇପଡିଛି ।

author img

By

Published : Feb 27, 2019, 9:47 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଆଗାମୀ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ଜୋରସୋର ପ୍ରଚାର । ଏନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଗଞ୍ଜାମ ଜିଲ୍ଲା ସୋରଡା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ତେବେ ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସୋରଡା ନିର୍ବାଚନ ମଣ୍ଡଳୀ ବିଜେପି ଚଳଚଞ୍ଚଳ ହୋଇପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁଯାୟୀ ରବିବାର ଦିନ ଗୋଟାଏ ବେଳେ ଓରାମ ସୋରଡା ମିନି ଷ୍ଟାଡିୟମ ହେଲିପ୍ୟାଡରେ ଓଲ୍ଲାଇଥିଲେ । ଏହାପରେ ସେ ସଡକ ପଥରେ ବଡଦାଣ୍ଡ ସଭାସ୍ଥଳୀରେ ପହଁଞ୍ଚିଥିଲେ । ତେବେ ଏହି ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ସିନେ ଅଭିନେତ୍ରୀ ଅପରଜିତା ମହାନ୍ତି ଓ ବହୁ ବିଜେପି ନେତା ଯୋଗ ଦେଇଥିଲେ ।

ତେବେ ସଭାରେ ଉପସ୍ଥିତ ସମସ୍ତ କର୍ମୀଙ୍କର ଥିଲା ଗୋଟିଏ ନାରା । ସେ ପୁଣି ବିଜେଡି ବିରୋଧୀ ନାରା । ବିଜେଡି ସରକାରଙ୍କ ସମସ୍ତ ଜନହିତକାରୀ ଯୋଜନାକୁ ସଭାରେ ସମାଲୋଚନା ମଧ୍ୟ କରିଥିଲେ ବିଜେପି କର୍ମୀ । ଏଥିସହ ମଞ୍ଚରେ ଉପସ୍ଥିତ ବିଜେପି ନେତାମାନେ ଭାଷଣ ଦେଇ କହିଥିଲେ କି ଏଥର ବିଜେଡି ନୁହେଁ ବିଜେପି ସରକାର ଗଠନ କରିବ ଏବଂ ବିଜେପି ସରକାର ଶାସନ ଗାଦିକୁ ଆସିଲେ ପ୍ରଥମେ ଚାଷୀ ସମସ୍ୟାର ସମାଧାନ କରିବ ।

ଏଥିସହ ରାଜ୍ୟରେ ଥିବା ବେକାରୀ ସମସ୍ୟା ହଟାଇବା ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ମଞ୍ଚସ୍ଥ ବିଜେପି କର୍ମୀ । ତେବେ ଆୟୋଜିତ ସମାବେଶରେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଯୋଗ ଦେଇଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.