ETV Bharat / state

2024 ନେଇ BJPର ପ୍ରସ୍ତୁତି, ପଦାଧିକାରୀ ବୈଠକରେ ସ୍ଥିତି ପରଖିଲେ କର୍ମକର୍ତ୍ତା

author img

By ETV Bharat Odisha Team

Published : Nov 8, 2023, 10:10 AM IST

ବ୍ରହ୍ମପୁର ଲୋକସଭା କ୍ଷେତ୍ର କୋର୍ କମିଟି ବୈଠକରେ ବିଧାନସଭାର ସାଙ୍ଗଠନିକ ସ୍ଥିତି ପରଖିଲେ ଭାଜପା କର୍ମକର୍ତ୍ତା । ଅଧିକ ପଢ଼ନ୍ତୁ

bjp official meeting
BJP ପଦାଧିକାରୀ ବୈଠକ
ବିଜେପି ପଦାଧିକାରୀ ବୈଠକ

ବ୍ରହ୍ମପୁର: 2024 ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ଦଳକୁ ସୃଦୁଢ କରିବାକୁ ବ୍ରହ୍ମପୁରରେ ଏକ ପଦାଧିକାରୀ ବୈଠକ ବସିଛି । ଭାଜପା ବ୍ରହ୍ମପୁର ଲୋକସଭା କ୍ଷେତ୍ର କୋର୍ କମିଟି ବୈଠକରେ ବିଧାନସଭାର ସାଙ୍ଗଠନିକ ସ୍ଥିତି ପରଖିଛନ୍ତି କର୍ମକର୍ତ୍ତା ।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ନେଇ ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ଲୋକସଭା କ୍ଷେତ୍ର କୋର୍ କମିଟି ବୈଠକରେ ଏହାର ଅଧିନରେ ରହିଥିବା ସମସ୍ତ ବିଧାନସଭାର ସାଙ୍ଗଠନିକ ସ୍ଥିତି ପରିଖିଛନ୍ତି ଏହାର କର୍ମକର୍ତ୍ତା । ଦଳ ପକ୍ଷରୁ ବ୍ରହ୍ମପୁର ଲୋକସଭା କ୍ଷେତ୍ରର କୋର୍ କମିଟି ବୈଠକରେ ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି,ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭାର ସଂଯୋଜକ ଏବଂ ପ୍ରଭାରୀ ମାନଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସଂଯୋଜକ ସରୋଜ ସାବତଙ୍କ ନେତୃତ୍ବରେ ପଦାଧିକାରୀ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇଛି ।

ଏହା ବି ପଢନ୍ତୁ...ଦିଗପହଣ୍ଡି ବିଧାନସଭା ଆସନ ପାଇଁ କାହାକୁ ବିଜେଡି ଟିକେଟ୍‌ ? ଗୋପାଳ ସମାଜରୁ ପ୍ରାର୍ଥୀ କରିବାକୁ ଦାବି

ବୈଠକରେ ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିନେଶାନନ୍ଦ ଗୋସ୍ୱାମୀ ଯୋଗ ଦେଇ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପ୍ରଭାରୀ ଏବଂ ସଂଯୋଜକ ମାନଙ୍କ‌ ସହିତ ବିଧାନସଭାର ସାମ୍ପ୍ରତିକ ପରିସ୍ଥିତି ଏବଂ ଦଳର ସାଙ୍ଗଠନିକ ସ୍ଥିତିକୁ ପରିଖିଥିଲେ । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଖସଡ଼ା ପ୍ରସ୍ତୁତି କରାଯାଇଥିଲା । ଦଳକୁ ତୃଣମୂଳସ୍ତରରେ କିଭଳି ଆହୁରି ଅଧିକ ସୁଦୃଢ଼ ହୋଇପାରିବ ଗୋସ୍ୱାମୀ ପ୍ରଭାରୀ ଏବଂ ସଂଯୋଜକ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏଥିରେ ନୂଆ କରି ଦାୟିତ୍ବ ପ୍ରଦାନ କରାଯାଇଥିବା ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁ , ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ବିଧାନସଭା ନେତା ପ୍ରଶାନ୍ତ କର, ଦିଗପହଣ୍ଡି ବିଧାନସଭା ନେତା ମହନ୍ତ ଚିନ୍ମୟାନନ୍ଦ ଦାସ, ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ ଓ ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ, ଗୋପାଳପୁର ବିଧାନସଭା ପ୍ରଭାରୀ ବାଳକୃଷ୍ଣ ସାମନ୍ତରା ଓ ସଂଯୋଜକ ଗଙ୍ଗାଧର ଶତପଥି, ଦିଗପହଣ୍ଡି ବିଧାନସଭା ପ୍ରଭାରୀ ରାଜେଶ କୁମାର ସାହୁ ଓ ପ୍ରଭାରୀ ବାପି ପ୍ରଧାନ, ଛତ୍ରପୁର ବିଧାନସଭା ସଂଯୋଜକ ବସନ୍ତ ବେହେରା ପ୍ରମୁଖଙ୍କ ସମେତ ବ୍ରହ୍ମପୁର ଲୋକସଭା ଏବଂ ସମସ୍ତ ବିଧାନସଭା ବିସ୍ଥାରକ ଏହି ବୈଠକରେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ...ବିଜେପି ଜିଲ୍ଲା କାର୍ଯ୍ୟକାରଣୀ ବୈଠକ, 9 ବର୍ଷ ସଫଳତାର ଗାଥାକୁ ଘରେ ଘରେ ପହଞ୍ଚାଇବାକୁ ଫୋକସ

ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ଚରଣ ପଣ୍ଡା, ଏଲ୍.ମହୋନ ଦାସ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବୈଠକ ପ୍ରାରମ୍ଭରେ ନୂତନ ଭାବେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିବା ଡ଼ା.ସୁବାଷ ସାହୁଙ୍କୁ ଉପଢ଼ୌକନ ସହ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.