ETV Bharat / state

ବିଜେପି ଜିଲ୍ଲା କାର୍ଯ୍ୟକାରଣୀ ବୈଠକ, 9 ବର୍ଷ ସଫଳତାର ଗାଥାକୁ ଘରେ ଘରେ ପହଞ୍ଚାଇବାକୁ ଫୋକସ

author img

By

Published : May 24, 2023, 1:21 PM IST

Updated : May 24, 2023, 1:30 PM IST

ବ୍ରହ୍ମପୁର ଠାରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ଅଧିକ ପଢନ୍ତୁ

bjp district executive meeting
ବିଜେପି ଜିଲ୍ଲା କାର୍ଯ୍ୟକାରଣୀ ବୈଠକ
ବିଜେପି ଜିଲ୍ଲା କାର୍ଯ୍ୟକାରଣୀ ବୈଠକ

ବ୍ରହ୍ମପୁର: ବିଜେପି ସରକାର ୯ ବର୍ଷ କାର୍ଯ୍ୟକାଳର ସଫଳତାର ଗାଥାକୁ ନେଇ ପ୍ରତି ଘରେ ପହଞ୍ଚାଇବେ କର୍ମୀ । ଆସନ୍ତା ମେ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରେ ବିଜେପି ସରକାର ଏହି ୯ ବର୍ଷ କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛି । ଏହାକୁ ନେଇ ପ୍ରତ୍ୟେକ ବୁଥ ସ୍ତରରେ ପହଞ୍ଚି ଲୋକଙ୍କୁ ବାର୍ତ୍ତା ପହଞ୍ଚାଇବ ବିଜେପି । ବ୍ରହ୍ମପୁର ଠାରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି ।

ବୈଠକରେ ମେ ୩୦ରୁ ଜୁନ୍-୩୦ ପର୍ଯ୍ୟନ୍ତ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ସମସ୍ତ ମଣ୍ଡଳ, ଶକ୍ତିକେନ୍ଦ୍ର ଏବଂ ବୁଥ୍ ସ୍ତରରେ ଆୟୋଜନ କରାଯିବା ସହିତ ଜନସମ୍ପର୍କ ଅଭିଯାନ ଜାରି ରହିବ । ବ୍ରହ୍ମପୁର ସହରର ଗିରି ରୋଡ଼ ସ୍ଥିତ ପାଢ଼ୀ ସେଲିବ୍ରେସନ୍ ଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗ ଦେଇ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିଲା । ଏହା ପରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ପ୍ରତ୍ୟେକ ଜିଲ୍ଲାରେ କରାଯାଉଥିବା କହିଥିଲେ ।

ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ପ୍ରାରମ୍ଭିକ ଭାଷଣରେ ଦେଶର ଗୌରବ ବିଶ୍ଵ ସ୍ତରରେ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଦେଶ ପୁରାତନ ସାଂସ୍କୃତିକ ପରମ୍ପରା ଆଧାରରେ ପ୍ରତିଷ୍ଠିତ ହେବାରେ ଲାଗିଛି ଯାହା ଦେଶବାସୀ ଦେଖୁଛନ୍ତି । ଏହା ଦେଶର ଆଧାରଭୁତ ସରଞ୍ଚନାକୁ ମଜବୁତ୍ କରି ନୂଆ ଭାରତର ସପ୍ନକୁ ସାକାର କରୁଛି ବୋଲି କହିଥିଲେ । ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ ତାଙ୍କ ଅଭିଭାଷଣରେ ଏହି ଅଭିଯାନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଜନସମ୍ପର୍କ, ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ସମ୍ପର୍କ, ବରିଷ୍ଠ କାର୍ଯ୍ୟକର୍ତ୍ତା ସମ୍ପର୍କ ଯେପରି ବିଧାନସଭା, ମଣ୍ଡଳ ଏବଂ ବୁଥସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ ହେବ ସେ ଦିଗରେ ଆଲୋଚନା କରିଥିଲେ ।

ଏହା ସହିତ ମୋଦି ସରକାରଙ୍କ ଲୋକ କଲ୍ୟାଣ ପଦକ୍ଷେପ ଓ ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଥିବା ରାଜ୍ୟରେ ଶାସନାଧୀନ ବିଜେଡ଼ି ସରକାରର ବିଫଳତା ବିଷୟରେ ଲୋକଙ୍କୁ ଜଣେଇବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି । ଏହା ସହ ବୁଥ୍ ସ୍ତରରେ ଦଳ କିଭଳି ସୁଦୃଢ଼ ହେଇପାରିବ ତାହା ଉପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ଗୁରୁମନ୍ତ୍ର ଦେଇଥିଲେ । ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ମିଳିମିଶି ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ । ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ବ୍ରହ୍ମପୁର ବିଧାନସଭା ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଗଞ୍ଜାମ

Last Updated : May 24, 2023, 1:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.