ETV Bharat / state

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାଦଶାହରେ ଶ୍ରଦ୍ଧାଞ୍ଜଳି, ଝୁରିଲେ ନେତା କର୍ମୀ - ସୂର୍ଯ୍ୟ ନାରାୟଣ ପାତ୍ର

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗକୁ ଏହାରି ଭିତରେ 12ଦିନ ବିତିଛି । ଦ୍ବାଦଶାହରେ ଗଞ୍ଜାମ ଜିଲ୍ଲାରେ ନେତା ଓ କର୍ମୀମାନେ ଏକ ଶ୍ରଦ୍ଧାଞ୍ଜଳି ସଭା କରି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଅଧିକ ପଢନ୍ତୁ

sradhhanjali sabha on 12days of surjya patra
ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାଦଶାହରେ ଶ୍ରଦ୍ଧାଞ୍ଜଳି
author img

By ETV Bharat Odisha Team

Published : Sep 14, 2023, 8:19 AM IST

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାଦଶାହରେ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର: ଚାହୁଁ ଚାହୁଁ ବାର ଦିନ ବିତି ଗଲାଣି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗକୁ ଇତି ମଧ୍ୟରେ 12 ଦିନ ହୋଇଛି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାଦଶାହରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଛି । ଦ୍ବାଦଶାହରେ ନିଜ ପ୍ରିୟ ନେତାଙ୍କୁ ଝୁରିଛନ୍ତି ନିର୍ବାଚନମଣ୍ଡଳୀ ବାସିନ୍ଦା । ସାତ ଥର ବିଧାୟକ, ବିଭିନ୍ନ ବିଭାଗର ମନ୍ତ୍ରୀ, ବାଚସ୍ପତି ଭାବେ ସୂର୍ଯ୍ୟ ନାରାୟଣ ପାତ୍ର ରାଜନୀତିରେ ଏକ ସ୍ବତନ୍ତ୍ର ଛାପ ଛାଡି ଯାଇଛନ୍ତି । ରାଜନୀତିରେ ତାଙ୍କ ଛାପକୁ ମନେ ପକାଇଛନ୍ତି ନେତା କର୍ମୀ ।

ଓଡିଶା ରାଜନୀତିର ଜଣେ ଟାଣୁଆ ନେତା ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରେ ଦ୍ବାଦଶ ଦିବସରେ ତାଙ୍କ ଆତ୍ମାର ସଦଗତି କାମନା ପାଇଁ ନିର୍ବାଚନ ମଣ୍ଡଳୀର ଅନେକ ପ୍ରମୁଖ ନେତାମାନେ ଗଞ୍ଜାମ ଟାଇଗର ଟାଣୁଆ ନେତାଙ୍କୁ ହରାଇଥିବା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅନେକ ନେତା ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କୁ ମନେ ପକାଇ ଭାବ ବିହ୍ବଳ ହୋଇଛନ୍ତି । ନିର୍ବାଚନ ମଣ୍ଡଳୀର ସେ ଜଣେ ପିତୃତୂଲ୍ୟ ଲୋକ । ତାଙ୍କୁ କେବେ ବି ଭୁଲି ପାରିବୁ ନାହିଁ ବୋଲି କହିଛନ୍ତି ନେତା । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ସହିତ ସେ ବ୍ୟକ୍ତିଗତ ଭାବରେ ସୁଖ ଦୁଃଖରେ ସାମିଲ ହେଉଥିବା ବିଷୟକୁ ସମସ୍ତେ ମନେ ପକାଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଏହି ଅପରାଜେୟ ଅଦ୍ଵିତୀୟ ନେତା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଗତ ସାଧାରଣ ନିର୍ବାଚନ ପରେ ଓଡ଼ିଶାର ବାଚସ୍ପତି ଦାୟିତ୍ବ ଦିଆଯାଇଥିଲା ।

ଏହା ବି ପଢନ୍ତୁ...MLA Surjya Narayana Patro Passes Away: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଏହା ବି ପଢନ୍ତୁ...Surjya patra demise: ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ, ପୁଅ ବିପ୍ଳବ ପାତ୍ର ଦେଲେ ମୁଖାଗ୍ନୀ

ପ୍ରକାଶ ଥାଉ କି, ଗତ ସେପ୍ଟମ୍ବର 2 ତାରିଖରେ ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଥିଲା । ଦୀର୍ଘଦିନ ଧରି କିଡନୀ ଜନିତ ରୋଗରେ ପୀଡିତ ଥିଲେ । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । 74 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସୂର୍ଯ୍ୟ । ୧୯୯୦ ମସିହାରେ ପ୍ରଥମ ଥର ବିଧାୟକ ଭାବେ ବିଧାନସଭାକୁ ହୋଇଥିଲେ ନିର୍ବାଚିତ । ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକଟରୁ ନିର୍ବାଚନ ଲଢି ହୋଇଥିଲେ ବିଧାୟକ । ରାଜନୀତି ଜୀବନରେ ମୋହନାରୁ 4 ଥର ଦିଗପହଣ୍ଡିରୁ 3 ଥର ବିଧାନସଭାକୁ ହୋଇଥିଲେ ନିର୍ବାଚିତ । 1990 ମସିହାରୁ 2019 ଯାଏଁ ଲଗାତାର 7 ଥର ବିଧାୟକ ହୋଇଥିଲେ ।

ଇଟିଭି ଭାରତ, ଗଞ୍ଜାମ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.