ETV Bharat / state

ଲୋହରାଖଣ୍ଡି ପୋଲ ପରିଦର୍ଶନ କଲେ ବିକ୍ରମ କେଶରୀ ଆରୁଖ

author img

By

Published : Feb 14, 2021, 7:19 PM IST

ଭଞ୍ଜନଗର ଗସ୍ତ କରିଛନ୍ତି ଗ୍ରାମ୍ୟଉନ୍ନୟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହି ଅବସରରେ ସେ ଭଞ୍ଜନଗର ସହର ଲୋହରାଖଣ୍ଡି ନଦୀ ପୋଲ ପରିଦର୍ଶନ କରିଥିଲେ। ଅଧିକ ପଢ଼ନ୍ତୁ...

bhanjanagar visit of minister bikram keshari arukh
ଲୋହରାଖଣ୍ଡି ପୋଲ ପରିଦର୍ଶନ କଲେ ବିକ୍ରମ କେଶରୀ ଆରୁଖ

ଭଞ୍ଜନଗର: ଭଞ୍ଜନଗର ଗସ୍ତ କରିଛନ୍ତି ଗ୍ରାମ୍ୟଉନ୍ନୟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହି ଅବସରରେ ସେ ଭଞ୍ଜନଗର ସହର ଲୋହରାଖଣ୍ଡି ନଦୀ ପୋଲ ପରିଦର୍ଶନ କରିଥିଲେ। ନବ ନିର୍ମିତ ପୋଲର ପ୍ଳାନିଂରେ ତୃଟି ଯୋଗୁଁ ପୋଲ ତଳେ ପାଣି ପ୍ରବାହରେ ବାଧକ ସୃଷ୍ଟି ହୋଇଛି । ସଦାସର୍ବଦା ପାଣି ଜମା ହୋଇ ରହୁଛି। ଏଭଳି ଅଭିଯୋଗ ପାଇବାରେ ମନ୍ତ୍ରୀ ଏହି ସ୍ଥାନକୁ ପରିଦର୍ଶନ କରି ଫେରିଛନ୍ତି।

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ଭୁବନେଶ୍ବର ଜଳସେଚନ ଉଚ୍ଚ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତ୍ତିମୟ ରଥ ମଧ୍ୟ ଲୋହରାଖଣ୍ଡି ନଦୀ ପୋଲ ପରିଦର୍ଶନ କରିଛନ୍ତି। ଏହାର ପୁନଃଉଦ୍ଧାର ଦିଗରେ କାର୍ଯ୍ୟ କରାଯିବ ବୋଲି ଉଭୟ କହିଛନ୍ତି। ଗଞ୍ଜାମ ଜିଲ୍ଲା ଘୁମୁଷର ମାଟିର ଏକ ପ୍ରମୁଖ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ହେଉଛି ଲୋହରାଖଣ୍ଡି ନଦୀ ଅଞ୍ଚଳ। ପୂର୍ବରୁ ଅନେକ ଲୋକ ଏଠାରେ ସ୍ନାନ କରୁଥିଲେ। ଏଥି ସହିତ ନଦୀତଟରେ ଥିବା ଜମିମାନଙ୍କରେ ମଧ୍ୟ ବାରମାସି ସୁନ୍ଦର ଫସଲ ଉତ୍ପାଦ ହେଉଥିଲା।

ତେବେ କିଛିବର୍ଷ ହେଲା ଏହି ନଦୀ ଅବହେଳିତ ହୋଇ ପଡ଼ିଛି। ନବନିର୍ମିତ ପୋଲର ପ୍ଳାନିଂରେ ତୃଟି ଏହି ପୋଲରେ ନଦୀ ଜଳ ପ୍ରଭାହିତ ହୋଇ ପାରୁନାହିଁ। ପାଣି ଜମା ହୋଇ କାଶତଣ୍ଡୀ ଘାସର ଜଙ୍ଗଲ ସୃଷ୍ଟି ହେଉଛି। ଫଳରେ ଏହି ନଦୀ ନିଜର ସୌନ୍ଦର୍ଯ୍ୟ ହରାଇ ବସିଛି। ଏହାର ନିରାକରଣ କରିବାକୁ ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ବିଧାୟକ ବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.