ETV Bharat / state

ଭଞ୍ଜନଗର ପୋଲିସକୁ ବଡ ସଫଳତା: ୧୯ ଚୋରି ବାଇକ ଜବତ, ୭ ଗିରଫ

author img

By

Published : Nov 16, 2021, 7:10 AM IST

ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟ ଠାବ କରିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୋଲିସ । ୧୯ଟି ଚୋରି ବାଇକ ଜବତ କରିବା ସହ ୭ ଅଭିଯୁକ୍ତକୁ ଗିରଫ କରାଯାଇଛି । ଭଞ୍ଜନଗର ଥାନା କେସ ନମ୍ବର ୪୮୫ ମାମଲାର ତଦନ୍ତ କରି ପୋଲିସ ଏଭଳି ସଫଳତା ପାଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଭଞ୍ଜନଗର ପୋଲିସକୁ ବଡ ସଫଳତା: ୧୯ ଚୋରି ବାଇକ ଜବତ, ୭ ଗିରଫ
ଭଞ୍ଜନଗର ପୋଲିସକୁ ବଡ ସଫଳତା: ୧୯ ଚୋରି ବାଇକ ଜବତ, ୭ ଗିରଫ

ଭଞ୍ଜନଗର: ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟ ଠାବ କରିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୋଲିସ । ୧୯ ଚୋରି ବାଇକ ଜବତ କରିବା ସହ ୭ ଅଭିଯୁକ୍ତକୁ ଗିରଫ କରାଯାଇଛି । ଭଞ୍ଜନଗର ଥାନା କେସ ନମ୍ବର ୪୮୫ ମାମଲାର ତଦନ୍ତ କରି ପୋଲିସ ଏଭଳି ସଫଳତା ପାଇଥିବା ଜଣାପଡିଛି । ଗତ ପାର୍ବଣ ସମୟରେ ଗଞ୍ଜାମ ଜିଲ୍ଲା ସମେତ କନ୍ଧମାଳ ଓ ରାୟଗଡା ଜିଲ୍ଲାରୁ ବହୁ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସ ବାଇକ ଚୋରଙ୍କୁ କାବୁ କରିବାରେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲା ।

ଗତ ୩ ତାରିଖରେ ଭଞ୍ଜନଗର ଥାନା ଅଧୀନ ବେଲଗୁଣ୍ଠା ରୋଡ଼ ଝାଙ୍କରେଇ ମନ୍ଦିର ନିକଟରୁ ବାଇକ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଦୁଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ଏହା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଭଞ୍ଜନଗର ପୋଲିସ ସହ ବେଲଗୁଣ୍ଠା ଓ ବୁଗୁଡା ଥାନାର ବଛା ବଛା ଅଧିକାରୀଙ୍କୁ ନେଇ ଏକ ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ୧୯ଟି ମୋଟର ସାଇକେଲ ଉଦ୍ଧାର କରିବା ସହ ୭ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଯାହା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ମାନେ ବିଭିନ୍ନ ଇଲାକାରୁ ଗାଡି ଚୋରି କରିବା ପରେ ବୁଗୁଡା ଓ ଭଞ୍ଜନଗର ଅଞ୍ଚଳରେ କିଛି ଗ୍ୟାରେଜ ମାଲିକଙ୍କୁ ଏହା ବିକ୍ରି କରି ଦେଉଥିଲେ । ସେହି ଦିଗରେ ପୋଲିସ ତଦନ୍ତ କରି ଗାଡି ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଥିବାବେଳେ ପାଞ୍ଚ ଜଣ ଚୋରି ଗାଡି କିଣିବା ଅଭିଯୋଗରେ ଗିରଫ କରାଯାଇଥିବା ମଲିକ ସୂଚନା ଦେଇଛନ୍ତି ।

ଅଭିଯୁକ୍ତଙ୍କ ଠାରୁ ୧୭ ଗୋଟି ବାଇକ, ୨ଟି ସ୍କୁଟି ଜବତ ହୋଇଥିବାବେଳେ ସେଗୁଡିକ ଭଞ୍ଜନଗର, ବେଲଗୁଣ୍ଠା, ବୁଗୁଡା, ବ୍ରହ୍ମପୁର ବଡ ବଜାର ଥାନା, କନ୍ଧମାଳ ଜିଲ୍ଲାର ରାଇକିଆ ଥାନା, ସାରଙ୍ଗଗଡ଼ ଥାନା, ସୋନପୁର ଏବଂ ରାୟଗଡା ଜିଲ୍ଲାର ଚୋରି ଗାଡି ରହିଥିବା ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଏହି ବାଇକ ଚୋରି ଘଟଣାରେ ଅନ୍ୟ କିଛି ଅଭିଯୁକ୍ତ ରହିଥିବାବେଳେ ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.