ଭଞ୍ଜନଗର: ସାବିତ୍ରୀ ଅମାବାସ୍ୟାକୁ ନେଇ ଗ୍ରାମାଞ୍ଚଳରୁ ସହର ସବୁଠି ଚଳଚଞ୍ଚଳ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କଳିଙ୍ଗ ପରିବାର ସେବା ତରଫରୁ ସାବିତ୍ରୀ ଆମବ୍ୟାସ ଉପଲକ୍ଷେ ଭଞ୍ଜନଗର କିନ୍ନର ମାନଙ୍କୁ ଅମାବାସ୍ୟା ଯୋଗାଡ ସହ ପୂଜା ସାମଗ୍ରୀ ପ୍ରଦାନ କରାଯାଇଛି ।
ମହିଳାମାନେ ଯେମିତି ନିଜ ସ୍ବାମୀର ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି, ସେହିପରି କିନ୍ନର ମାନେ ମଧ୍ୟ ମନରେ ଭଲପାଉଥିବା ମଣିଷଟିର ଦୀଘାୟୁ କାମନା କରି ଏହି ବ୍ରତ କରିଥାନ୍ତି । ଏଣୁ କଳିଙ୍ଗ ପରିବାର ସେବା ତରଫରୁ ସେମାନଙ୍କୁ ଶାଢୀ, ଶଙ୍ଖା, ସିନ୍ଦୁର ପ୍ରଦାନ କରାଯାଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ