ETV Bharat / state

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ଭଞ୍ଜନଗର କଂଗ୍ରେସର ବିରୋଧ - Bhanjanagar Congress

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ବିରୋଧ କରାଯାଇଛି । କଂଗ୍ରେସ ଦଳ ପକ୍ଷକୁ ଏକ ଶୋଭାଯାତ୍ରା କରାଯିବା ସହ ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ବିରୋଧ କଲା ଭଞ୍ଜନଗର କଂଗ୍ରେସ

author img

By

Published : Jun 29, 2020, 4:52 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ବିରୋଧ କରାଯାଇଛି । କଂଗ୍ରେସ ଦଳ ପକ୍ଷକୁ ଏକ ଶୋଭାଯାତ୍ରା କରାଯିବା ସହ ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ଭଞ୍ଜନଗର କଂଗ୍ରେସର ବିରୋଧ

ଚଳିତ କୋରୋନା ମହାମାରୀରେ ଦେଶ ଆଜି ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଥିବାବେଳେ ସାଧାରଣ ଲୋକ ରୋଜଗାର ହରାଇଥିବା ବେଳେ ଅନେକ ଲୋକ କାମଧନ୍ଦା ନ ପାଇ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି । ଠିକ ଏହିସମୟରେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲ ଉପରେ ଅହେତୁକ ମୂଲ୍ୟ ବୃଦ୍ଧି କରିଚାଲିଛନ୍ତି ।

ତୈଳ ମନ୍ତ୍ରାଳୟର ନିୟମ ମୁତାବକ ଆନ୍ତର୍ଜାତିକ ବଜାରରେ ତୈଳଦର ବୃଦ୍ଧି ହେଲେ ଆମ ଦେଶରେ ମଧ୍ୟ ତୈଳ ଦର ବୃଦ୍ଧି ହେବା କଥା । କିନ୍ତୁ ଆନ୍ତର୍ଜାତିକ ବଜାରରେ ତୈଳ ଦର ଯଥେଷ୍ଟ କମ ଥିବାବେଳେ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟେ ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ପଚାଶ ଟଙ୍କାରୁ ଅଧିକ ଉତ୍ପାଦ ଶୁକ୍ଳ ଓ ଭାଟ ଆକାରରେ ସଂଗ୍ରହ କରୁଛନ୍ତି, ଯାହା ଫଳରେ ସାଧାରଣ ଖାଉଟି ଉପରେ ଏହାର କୁପ୍ରଭାବ ପଡୁଛି । ତୈଳଦର ବୃଦ୍ଧି କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ତେଣୁ ତୁରନ୍ତ ତୈଳ ଉପରୁ ଟିକସ କମାଇବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବିହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.