ETV Bharat / state

ଅପହରଣ ପରେ ପରିବାର ଲୋକଙ୍କୁ ଧମକ, 3 ଅଭିଯୁକ୍ତ ଆନ୍ଧ୍ରପ୍ରଦେଶରୁ ଗିରଫ

ଅପହରଣ ପରେ ଟଙ୍କା ମାଗି ଧମକ ଦେଉଥିବା 3 ଅଭିଯୁକ୍ତ ଗିରଫ । ଆନ୍ଧ୍ରପ୍ରଦେଶର ଦୁର୍ବୃତ୍ତ ବ୍ରହ୍ମପୁରର ଯୁବକଙ୍କୁ କରିଥିଲେ ଅପହରଣ । ଅଧିକ ପଢନ୍ତୁ...

ଅପହରଣ ପରେ ପରିବାର ଲୋକଙ୍କୁ ଧମକ, 3 ଅଭିଯୁକ୍ତ ଆନ୍ଧ୍ରପ୍ରଦେଶରୁ ଗିରଫ
ଅପହରଣ ପରେ ପରିବାର ଲୋକଙ୍କୁ ଧମକ, 3 ଅଭିଯୁକ୍ତ ଆନ୍ଧ୍ରପ୍ରଦେଶରୁ ଗିରଫ
author img

By

Published : May 30, 2021, 6:52 AM IST

ବ୍ରହ୍ମପୁର:ଅପହରଣ ପରେ ଟଙ୍କା ମାଗି ଧମକ ଦେଉଥିବା 3 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏଥିସହ ବ୍ରହ୍ମପୁର ସହରରୁ ଅପହରଣ ହୋଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇଛି । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ବଡ ବଜାର ଥାନା ଅଞ୍ଚଳର ଠାକୁରାଣୀ ମନ୍ଦିର ସାହିର ଏମ ରଞ୍ଜିତ କୁମାର(37) ନାମକ ଜଣେ ଯୁବକଙ୍କୁ ଆମ୍ବ ମାର୍କେଟ ନିକଟରୁ 3 ଜଣ ଯୁବକ ଅପହରଣ କରି ନେଇ ଯାଇଥିଲେ । ଏଥିସହ ଯୁବକଙ୍କୁ ଛାଡିବା ବାବଦକୁ 3 ଲକ୍ଷ ଟଙ୍କା ଦେବାକୁ ପରିବାର ଲୋକଙ୍କୁ ଧମକ ଦେଉଥିଲେ । ଏନେଇ ଗୋଷାଣିନୂଆଗାଁ ଥାନାରେ ଏତଲା ହେବା ପରେ ପୋଲିସ ତଦନ୍ତ କରି ଆନ୍ଧ୍ରପ୍ରଦେଶରୁ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଗିରଫ ସମସ୍ତ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶର ବୋଲି ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ଏକ ନମ୍ବର ବିହୀନ ନୀଳ ରଙ୍ଗର ବୋଲେରୋରେ ଯୁବକଙ୍କୁ ଅପହରଣ ହୋଇଥିବା ଏସପି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.