ETV Bharat / state

ଭଞ୍ଜବିହାରର ୨୪ ତମ ସମାବର୍ତ୍ତନ ଉତ୍ସବ, ଯୋଗଦେଲେ ରାଜ୍ୟପାଳ

ଭଞ୍ଜବିହାରର ୨୪ ତମ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ । ଅଧିକ ପଢନ୍ତୁ

author img

By

Published : Mar 30, 2023, 10:55 AM IST

ଭଞ୍ଜବିହାରର ୨୪ ତମ ସମାବର୍ତ୍ତନ ଉତ୍ସବ
ଭଞ୍ଜବିହାରର ୨୪ ତମ ସମାବର୍ତ୍ତନ ଉତ୍ସବ
ଭଞ୍ଜବିହାରର ୨୪ ତମ ସମାବର୍ତ୍ତନ ଉତ୍ସବ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ(ଭଞ୍ଜବିହାର)ର ୨୪ ତମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟର କୁଳାଧିପତି ତଥା ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ମୁଖ୍ୟ ଅତିଥି ଭାବେ ଓଡିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାରୀ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେଇଥିଲେ ।

ଏହି ଅବସରରେ ୨୦୨୨ବର୍ଷ ପାଇଁ ରେକର୍ଡ ଅଫ ଡିଗ୍ରୀରେ ଦସ୍ତଖତ ପାଇଁ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳସଚିବ ସଚ୍ଚିଦାନନ୍ଦ ନାୟକ ରାଜ୍ୟପାଳଙ୍କ ସମ୍ମୁଖର ସ୍ଥାନିତ କରିଥିବା ବେଳେ ବିଶ୍ୱବିଦ୍ୟାଳୟରେ ୮ ଡିଲିଟ୍, ୨ ଟି.ଡି.ଏସ.ସି ଏଵଂ ୭୦ ପି.ଏଚଡି. ଉପାଧି ସହ ବିଭିନ୍ନ ବିଷୟର ଛାତ୍ର ଛାତ୍ରୀ ମାନଙ୍କୁ ୪୫ଟି ସର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା ।

ଏହି ସମାବେଶକୁ କୁଳାଧିପତି ତଥା ରାଜ୍ୟପାଳ ସମାବେଶକୁ ସମ୍ବୋଧିତ କରି କହିଛନ୍ତି, "୨୦୨୪-୨୫ ସୁଦ୍ଧା ଭାରତ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତି ହେବାକୁ ଚେଷ୍ଟା କରୁଛି ଏବଂ କାର୍ଯ୍ୟ କରୁଛି । ଏହି ଲକ୍ଷ୍ୟର ବାସ୍ତବତା ଏହାର ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ ଗୁଡ଼ିକର ସାମର୍ଥ୍ୟ ଉପରେ ନିର୍ଭର କରେ । ଏହା ଗୁଣବତ୍ତା, ଉତ୍କର୍ଷ, ନବସୃଜନ ଏବଂ କ୍ରମାଗତ ଉନ୍ନୟନ ଆବଶ୍ୟକ କରେ । NEP-୨୦୨୦ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହା ଉଭୟ ସମବେଶିତା ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ।’’

‘‘ଏକ ମହାନ ଦର୍ଶନ ସହିତ ଏହି ନୀତି ପ୍ରସ୍ତୁତ କରାଯାଇଛି । ଏହା ଆମର ଶିକ୍ଷା ବ୍ୟବସ୍ଥାରେ ସମୁଦାୟ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି । ଅନ୍ତର୍ନିବେଶ, ଭାଗିଦାରୀ, ଗୁଣବତ୍ତା, ସୁଲଭତା ଏବଂ ଉତ୍ତରଦାୟିତ୍ୱର ମୂଳ ସ୍ତମ୍ଭ ଉପରେ ଏହି ନୀତି ନିର୍ମିତ । ଏହି ନୀତି ମାଧ୍ୟମରେ ଏହା ଆଶା କରାଯାଏ ଏହା ଆମର ଐତିହ୍ୟ ଏବଂ ମୂଲ୍ୟବୋଧରେ ଅଭିମନ୍ତ୍ରିତ ଛାତ୍ରମାନଙ୍କୁ ବିଶ୍ୱ ନାଗରିକ ଭାବରେ ନୃତନ ଆକୃତି ପ୍ରଦାନ କରିବ । ଏହି ନୀତି ଏକ ନୂତନ ବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯାହା ଏକବିଂଶ ଶତାବ୍ଦୀର ଶିକ୍ଷାର ବିଶ୍ଵସ୍ତରୀୟ ଆକାଂକ୍ଷା ଲକ୍ଷ୍ୟ ସହିତ ସମାନ, ଯାହାକି କି ଭାରତର ପରମ୍ପରା ଏବଂ ମୂଲ୍ୟବୋଧ ପ୍ରଣାଳୀ ସହିତ ସମାନ ଅଟେ।"

ସେହିପରି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ନିଜର ବକ୍ତବ୍ୟରେ କହିଥିଲେ, "୫୭ ବର୍ଷ ମଧ୍ୟରେ ଏହି ଅନୁଷ୍ଠାନ ମହାନ ଆଲୁମିନି ଉତ୍ପାଦନ କରିଛି । ଯେଉଁମାନେ ବିଶ୍ୱବ୍ୟାପୀ ସଫଳତା ହାସଲ କରିଛନ୍ତି । ଆମେ ବସୁଧୈବ କୁଟୁମ୍ବକମ୍ ଉପରେ ଭରସା ରଖୁ ଏବଂ ଏକ ବୈଶ୍ଵିକ ନାଗରିକ ଆଚରଣ (ଜିସିବି)କୁ ପ୍ରୋତ୍ସାହିତ କରିବା ଏବଂ ଆମର ଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା । ଯାହା ସେମାନଙ୍କୁ ବହୁମୁଖୀ କର୍ପୋରେଟ୍ ଆଥଲେଟ୍ ହେବାକୁ ସକ୍ଷମ କରାଇବ । ସୂଚନା ସଶକ୍ତିକରଣ ଯୁଗରେ ଆମେ ସହନଶୀଳତା ଏବଂ ପ୍ରତିଦ୍ୱନ୍ଦ୍ୱିତା ପ୍ରଦର୍ଶନ କରିବାପାଇଁ ଯୁବ ମାନସିକତା ପ୍ରତିପୋଷଣ କରିବାର ଆପ୍ରାଣ ଉଦ୍ୟମ ଜାରି ରଖିଛୁ। "

କାର୍ଯ୍ୟକ୍ରମରେ ସିଣ୍ଡିକେଟ୍ ଓ ଏକୋଡେମିକ୍ କାଉନସିଲର କର୍ମକର୍ତ୍ତାଙ୍କ ସହିତ ଡିନ୍ ଅଫ୍ ଫ୍ୟାକଲଟି, ପ୍ରଫେସର, ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା, ବିଶ୍ୱବିଦ୍ୟାଳୟର ଅଧିକାରୀ, ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ବିଭିନ୍ନ ବିଭାଗର ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏହି ସମାରୋହ ଅବସରରେ ରାଜ୍ୟପାଳ ନୂତନ ଭାବେ ନିର୍ମିତ ମହିଳା ଛାତ୍ରାବାସ, ସାମ୍ବାଦିକତା ଏବଂ ଗଣ ଯୋଗାଯୋଗର ପି.ଜି ବିଭାଗକୁ ପ୍ରଦାନ କରାଯାଇଥିବା ନୂତନ କୋଠା ଏବଂ ବିଭିନ୍ନ ନୂତନ ଭାବେ ସମ୍ପ୍ରସାରିତ ପ୍ରଶାସନିକ ଅଟ୍ଟାଳିକାର ଉଦଘାଟନ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.