ETV Bharat / state

ରାଷ୍ଟ୍ରୀୟ ଯୁବ ଦିବସ: ସ୍ୟାଣ୍ଡ ଆନିମେସନରେ ଶୁଭେଚ୍ଛା ଦେଲେ ସତ୍ୟ

ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ବ୍ରହ୍ମପୁର ବାଲୁକା ଶିଳ୍ପୀ ସତ୍ୟଙ୍କ ସ୍ୟାଣ୍ଡ ଆନିମେସନ । ସମସ୍ତେ ମିଳିମିଶି କାର୍ଯ୍ୟ କଲେ ଦେଶର ଉନ୍ନତି କରିବାକୁ କଲେ ଆହ୍ବାନ । ଅଧିକ ପଢନ୍ତୁ...

ଯୁବ ଦିବସରେ ସତ୍ୟଙ୍କ ସ୍ୟାଣ୍ଡ ଆନିମେସନ
ଯୁବ ଦିବସରେ ସତ୍ୟଙ୍କ ସ୍ୟାଣ୍ଡ ଆନିମେସନ
author img

By

Published : Jan 12, 2021, 8:44 AM IST

ବ୍ରହ୍ମପୁର: ଆଜି ଦେଶବ୍ୟାପୀ ରାଷ୍ଟ୍ରୀୟ ଯୁବ ଦିବସ ପାଳନ କରାଯାଉଛି । ଏହି ଅବସରରେ ଯୁବବର୍ଗକୁ ସ୍ୟାଣ୍ଡ ଆନିମେନସ କରି ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ।

ଯୁବ ଦିବସରେ ସତ୍ୟଙ୍କ ସ୍ୟାଣ୍ଡ ଆନିମେସନ

ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ସ୍ୟାଣ୍ଡ ଆନିମେସନ କଳାକୃତି ମାଧ୍ୟମରେ ଯୁବପୀଢିଙ୍କୁ ରାଷ୍ଟ୍ରର ଶକ୍ତି କହିଛନ୍ତି । ସମସ୍ତେ ମିଳିମିଶି କାର୍ଯ୍ୟ କଲେ ଦେଶର ଉନ୍ନତି ହେବ ବୋଲି ସେ ଆହ୍ବାନ କରିଛନ୍ତି । ମହାମାରୀ କୋଭିଡ-19 କୁ ନେଇ ସମସ୍ତେ ସୁରକ୍ଷିତ ରହିବାକୁ ସେ କହିଛନ୍ତି । ସମସ୍ତେ ମାସ୍କ ପରିଧାନ, ପରସ୍ପର ଠାରୁ ଦୂରତା ରଖିବାକୁ ଆହ୍ବାନ କରିଛନ୍ତି ସତ୍ୟ ।

ଏପରିକି ଯୁବ ଦିବସରେ ସମସ୍ତେ ମିଳିତ ଭାବରେ ସମାଜ ମଙ୍ଗଳ କାର୍ଯ୍ୟ କରିବା , ନାରୀ ମାନଙ୍କୁ ସମ୍ମାନ ଦେବା , ଅନ୍ୟାୟ ବିରୋଦ୍ଧରେ ଜନ ଜାଗରଣ ସୃଷ୍ଟି କରିବା ସହିତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ କୋରୋନା ବିରୋଦ୍ଧରେ ଲଢିବା କୁ ଆହ୍ବାନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.