ETV Bharat / state

ରେଶମ ସହରରେ ଧରାପଡିଲେ ଚୋର ଗ୍ୟାଙ୍ଗ, ସୁନା ଅଳଙ୍କାର ଫେରିପାଇଲେ ଲୋକେ

author img

By ETV Bharat Odisha Team

Published : Dec 16, 2023, 7:04 AM IST

Berhampur police returned looted gold and silver ornaments: ଲୋକଙ୍କ ମୁହଁରେ ଫୁଟିଲା ହସ । ଫେରି ପାଇଛନ୍ତି ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାର । ୧୬ ଗୋଟି ମାମଲାରେ ସଂପୃକ୍ତ ରହିଥିବା ଅପରାଧି ଗ୍ୟାଙ୍ଗର ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୋଲିସ । ଅଧିକ ପଢ଼ନ୍ତୁ

ସୁନା ଓ ରୂପା ଅଳଙ୍କାର ଫେରିପାଇ ଖୁସିରେ ପରିବାର ବର୍ଗ

ବ୍ରହ୍ମପୁର: ପୋଲିସ କବ୍ଜାରେ କୁଖ୍ୟାତ ଲୁଟେରା । ୧୬ ଗୋଟି ମାମଲାରେ ସଂପୃକ୍ତ ରହିଥିବା ଅପରାଧି ଗ୍ୟାଙ୍ଗର ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୋଲିସ । ଅଭିଯୁକ୍ତଙ୍କ ଠାରୁ ୧୩୨୦ ଗ୍ରାମ ସୁନା ସମେତ ୪୦୦ ଗ୍ରାମ ରୂପା ଜବତ । ଚୋରି ହୋଇଥିବା ଅଭିଯୋଗ କରିଥିବା ପରିବାର ବର୍ଗଙ୍କୁ ଡାକି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଫେରସ୍ତ ଚୋରି ହୋଇଥିବା ଅଳଙ୍କାର । ସୁନା ଓ ରୂପା ଫେରିପାଇଥିବା ନେଇ ପୋଲିସ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ପରିବାର ବର୍ଗ ।

ବ୍ରହ୍ମପୁର ସହର ସମେତ ଆଖପାଖ ଥାନା ଅଞ୍ଚଳରେ ଗତ କିଛି ମାସ ଧରି ଲଗାତାର ଭାବରେ ଘର ମଧ୍ୟରେ ପଶି ସୁନା ଓ ଟଙ୍କା ସମେତ ମୂଲ୍ୟବାନ ସାମଗ୍ରୀ ଚୋରି ହେଉଥିବା ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇ ଆସୁଥିଲା । ଆଉ ଏଭଳି ଗୋଟିଏ ପରେ ଗୋଟିଏ ମାମଲା ମଧ୍ୟରେ ସହରର ନିମଖଣ୍ଡି ଥାନା ଅଞ୍ଚଳରେ ଗତ ସେପ୍ଟେମ୍ୱର ୨୧ ତାରିଖରେ ରୁଜ ହୋଇଥିବା ଏକ ମାମଲାର ତଦନ୍ତ କରି ଥାନା ଅଧିକାରୀ ସମେତ ସଦର ଏସଡିପିଓଙ୍କ ଟିମ୍ ଏହି ଘଟଣାରେ ସଂପୃକ୍ତ ରହିଥିବା ଜଣେ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ମିଶାଇ ମୋଟ ଚାରି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ମୋଟ ୧୩୨୦.୦୫ ଗ୍ରାମ ଓଜନର ସୁନା ଏବଂ ୪୦୦ ଗ୍ରାମର ରୂପାକୁ ଜବତ କରିଛି ପୋଲିସ । ଏହି ଗ୍ୟାଙ୍ଗର ସଦସ୍ୟମାନେ ବ୍ରହ୍ମପୁର ପୋଲିସ ଜିଲ୍ଲାର ୧୬ ଗୋଟି ମାମଲାରେ ସଂପୃକ୍ତ ରହିଥିବା ଜଣାପଡିଥିଲା । ସିନ୍ଧି ଚୋରି ମାମଲାରେ ଘରେ ମଧ୍ୟରେ କେହି ନଥିବାର ସୁଯୋଗ ନେଇ ଘରରେ ପଶି ଚୋରି କରିବା ଘଟଣାର ଗ୍ୟାଙ୍ଗରର ମୁଖ୍ୟ ସନିଆ ଗୌଡ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ତେବେ ସନିଆ ପୂର୍ବରୁ ଜେଲରେ ରହି ଗତ ଛଅ ମାସ ତଳେ ଫେରିଥିବା ବେଳେ ପୁଣି ନିଜର ପୁରୁଣା ଅପରାଧ ଆରମ୍ଭ କରିଥିଲା । ସନିଆକୁ ମହାରାଷ୍ଟ୍ରରୁ ଆସି ଦୁଇ ଜଣ ଚୋରିରେ ସହାୟତା କରି ଆସୁଥିବା ପୋଲିସ ତଦନ୍ତରୁ ଜଣାପଡିଛି । ପୋଲିସ ସନିଆକୁ ଗିରଫ କରିଥିବା ବେଳେ ତାର ଦୁଇ ସହଯୋଗୀ ଫେରାର ଅଛନ୍ତି । ତେବେ ସେପ୍ଟେମ୍ୱର ୨୧ ତାରିଖରେ ବ୍ରହ୍ମପୁର ସହରର ନିମଖଣ୍ଡି ଥାନା ଅନ୍ତର୍ଗତ ବିଜୟବିହାର ତୃତୀୟ ଲାଇନରେ ରହୁଥିବା କାଳୀଚରଣ ପଣ୍ଡାଙ୍କ ଘରେ କେହିନଥିବାର ସୁଯୋଗ ନେଇ ରାତି ଦୁଇଟାରେ କେତେକ ଦୁର୍ବୃତ୍ତ ଘରେ ପଶି ସୁନା ଓ ରୂପା ସହିତ ଟଙ୍କା ନେଇ ଯାଇଥିଲେ । ଏହାପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ କାଳୀଚରଣ । ଏହାପରେ ଅଭିଯୁକ୍ତ ଧରାପଡିବା ଏବଂ ଘଟଣାର ତିନି ମାସ ପରେ ପୋଲିସ ତାଙ୍କର ୪୦୦ ଗ୍ରାମ ଲେଖାଏଁ ସୁନା ଓ ରୂପା ଫେରାଇଥିବା ଯୋଗୁଁ ସେ ବେଶ ଖୁସି ରହିଥିବା ପ୍ରକାଶ କରିବା ସହିତ ବଏଭଳି କାର୍ଯ୍ୟ ଯୋଗୁଁ ସେ ଓଡିଶା ପୋଲିସ ଓ ବ୍ରହ୍ମପୁର ପୋଲିସକୁ ସାଧୁବାଦ ଜଣାଇଛନ୍ତି ।

ସେହିପରି ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ହରିଡାଖଣଅଡି ଲକ୍ଷ୍ମୀନୃସିଂହ ସାହି ପ୍ରଥମ ଲାଇନରେ ରହୁଥିବା ବରିଷ୍ଠ ନାଗରିକ ସି.ଏଚ୍.ଶ୍ୱେତପଦ୍ମା ପାତ୍ର ଗତ ଜୁନ୍ ୨୯ ତାରିଖରେ ରଥଯାତ୍ରା ସମୟରେ ବଡ ଏକାଦଶୀ ଦିନ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ନିଜର ୨୦ ଗ୍ରାମ ଓଜନର ସୁନା ଚେନକୁ କେହି ଦୁର୍ବୃତ୍ତ ଗହଳିର ସୁଯୋଗ ନେଇ ଯାଇଥିଲେ । ଯାହାକୁ ନେଇ ଶ୍ୱେତପଦ୍ମା ଥାନାରେ ଏତଲା ଦେଇଥିଲେ । ତେବେ ସେମଧ୍ୟ ତାଙ୍କର ଚୋରି ହୋଇଥିବା ଅଳଙ୍କାର ଫେରି ପଇଛନ୍ତି । ନିଜର ସୁନା ଫେରିପାଇଥିବା ନେଇ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ଜମି କିଣି ଠକାମୀର ଶିକାର ପୋଲିସ ଆଇଜି, ଅଭିଯୁକ୍ତକୁ ବାନ୍ଧିଲେ ଆଇଆଇସି

ତେବେ ଚୋରି ଘଟଣାକୁ ନେଇ ନିମଖଣ୍ଡି ଥାନା ଅଞ୍ଚଳର ଗୋଟିଏ ମାମଲା, ବ୍ରହ୍ମପୁର ସଦର ଥାନା ଅଞ୍ଚଳର ତିନୋଟି ମାମଲା, ଗୋଳନ୍ଥରା ଥାନା ଅଞ୍ଚଳର ପାଞ୍ଚୋଟି ମାମଲା, ଗୋପାଳପୁର ଥାନା ଅଞ୍ଚଳର ଗୋଟିଏ ମାମଲା, ବ୍ରହ୍ମପୁର ଟାଉନ୍ ଥାନାର ଗୋଟିଏ ମାମଲା, ବୈଦ୍ୟନାଥପୁର ଥାନା ଅଞ୍ଚଳର ଦୁଇଟି ମାମଲା, ବଡବଜାର ଥାନା ଅଞ୍ଚଳର ଦୁଇଟି ମାମଲା ଏବଂ ସହରର ଗୋଷାଣିନୂଆଗାଁ ଥାନା ଅଞ୍ଚଳର ଗୋଟିଏ ମାମଲାରେ ଚୋରି ହୋଇଥିବା ସୁନାକୁ ଫେରିପାଇଛନ୍ତି ପୂର୍ବରୁ ଏତଲା ଦେଇଥିବା ବ୍ୟକ୍ତିବିଶେଷ । ଏନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେବା ସହିତ ବ୍ରହ୍ମପୁର ପୋଲିସର ଅଧିକାରୀ ମାନଙ୍କ ଉଦ୍ୟମ ଯୋଗୁଁ ଏଭଳି ସଫଳତା ମିଳିଥିବା କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.