ETV Bharat / state

ମହିଳା ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ, ସୁନା ସହ ରକ୍ତଭିଜା ପୋଷାକ ଜବତ - କେ . ନୂଆଗାଁ ଥାନା ଅର୍ନ୍ତଗତ ଗଡ଼ଗୋବିନ୍ଦପୁର ଗ୍ରାମ

କେ. ନୂଆଗାଁ ଥାନା ଅର୍ନ୍ତଗତ ଗଡ଼ଗୋବିନ୍ଦପୁର ଗ୍ରାମରେ ହୋଇଥିବା ମହିଳାଙ୍କୁ ଆକ୍ରମଣ ଓ ହତ୍ୟା ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହା ସହ ଦୁର୍ବୃତ୍ତ ଲୁଟି ନେଇଥିବା ସୁନା ଅଳଙ୍କାର ସହିତ ରକ୍ତଭିଜା ପୋଷାକ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ମହିଳାଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ, ସୁନା ସହ ରକ୍ତଭିଜା ପୋଷାକ ଜବତ

author img

By

Published : Dec 20, 2020, 1:59 PM IST

ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅର୍ନ୍ତଗତ ଗଡ଼ଗୋବିନ୍ଦପୁର ଗ୍ରାମରେ ହୋଇଥିବା ମହିଳାଙ୍କୁ ଆକ୍ରମଣ ଓ ହତ୍ୟା ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ପୋଲିସ ମହିଳାଙ୍କଠାରୁ ଦୁର୍ବୃତ୍ତ ଲୁଟି ନେଇଥିବା ସୁନା ଅଳଙ୍କାର ସହିତ ରକ୍ତଭିଜା ପୋଷାକ ଜବତ କରିଛି । ଗତ ସୋମବାର ମଧ୍ୟାହ୍ନରେ ଗ୍ରାମର କେଦାର ବେହେରାଙ୍କ ସ୍ତ୍ରୀ ସୁଜାତା ବେହେରାଙ୍କୁ ଆକ୍ରମଣ ଓ ହତ୍ୟା ମାମଲାରେ କେ.ନୂଆଗାଁ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶେଷରେ ଜରଡ଼ା ଥାନା ଅନ୍ତର୍ଗତ ତଣ୍ଡିପୁର ଗ୍ରାମର ହେମନ୍ତ ବେହେରା ହିଁ ଅଭିଯୁକ୍ତ ବୋଲି ଜାଣିପାରି ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଘଟଣାଦିନ ମହିଳା ସୁଜାତା ଘରେ ଏକାକୀ ରହିଥିବା ବେଳେ ପରିବାର ଲୋକେ ଚାଷ ଜମିକୁ ଚାଲି ଯାଇଥିଲେ । ତେବେ ଏହାରି ସୁଯୋଗ ନେଇ ଅଭିଯୁକ୍ତ ହେମନ୍ତ ଘରେ ଧସେଇ ପଶି ସୁଜାତାଙ୍କୁ ମାରଣାତ୍ମକ ଆକ୍ରମଣ କରି ହତ୍ୟା କରିଥିଲେ । ଏହାପରେ ମହିଳାଙ୍କ ବେକରୁ ସୁନାଗହଣା ଲୁଟି ନେଇଥିବା ଜଣାପଡିଛି । ଏହି ଘଟଣା ପରେ ସୁଜାତାଙ୍କ ଦେଢଶୁର ପବିତ୍ର ବେହେରା କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ ।

ଅଭିଯୁକ୍ତ ହେମନ୍ତଙ୍କ ସୂଚନାକୁ ଭିତ୍ତି କରି ପୋଲିସ ଗଡ଼ଗୋବିନ୍ଦପୁର ଗ୍ରାମର ପୋଖରୀ ନିକଟସ୍ଥ ଏକ ପଥର ଖୋଲରୁ ପ୍ରାୟ ୫୦ ଗ୍ରାମ ଓଜନର ସୁନା ଗହଣା ସମେତ ଅଭିଯୁକ୍ତଙ୍କ ରକ୍ତଭିଜା ସାର୍ଟକୁ ଜବତ କରିଥିବା ବେଳେ ଅଭିଯୁକ୍ତ ହେମନ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.