ETV Bharat / state

ବାପୁଙ୍କ ଓଡିଶା ଆଗମନ ଇତିହାସର ମୁକସାକ୍ଷୀ ମଧୁ ମନ୍ଦିର, ଏଇଠି ୩ଦିନ ରହିଥିଲେ ଗାନ୍ଧିଜୀ - ମଧୁ ମନ୍ଦିରର ଇତିହାସ

ଆଜି ବି ରେଶମ ସହରବାସୀ ମଧୁ ମନ୍ଦିରକୁ ଦେଖିଲେ ମନ ପକାଇଥାନ୍ତି ବାପୁଙ୍କୁ । ବାପୁଙ୍କ ଓଡିଶା ଆଗମନ ଇତିହାସର ମୁକସାକ୍ଷୀ ବ୍ରହ୍ମପୁରର ମଧୁ ମନ୍ଦିର । ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଦେଖିବା ବ୍ରହ୍ମପୁରର ଐତିହାସିକ ପୀଠ ମଧୁମନ୍ଦିର ଓ ବାପୁଙ୍କ ସମ୍ପର୍କରେ ଏହି ସ୍ୱତନ୍ତ୍ର ରିପୋର୍ଟ

Berhampur Madhu Mandir
Berhampur Madhu Mandir
author img

By

Published : Aug 14, 2023, 10:20 PM IST

Updated : Aug 15, 2023, 12:11 PM IST

ବାପୁଙ୍କ ଓଡିଶା ଆଗମନ ଇତିହାସର ମୁକସାକ୍ଷୀ ମଧୁ ମନ୍ଦିର

ବ୍ରହ୍ମପୁର: ବାପୁଙ୍କ ଓଡିଶା ଆଗମନ ଇତିହାସର ମୁକସାକ୍ଷୀ ବ୍ରହ୍ମପୁରର ମଧୁ ମନ୍ଦିର । ୧୦୦ ବର୍ଷ ତଳର ଊର୍ଦ୍ଧ୍ୱ ଇତିହାସ ପୃଷ୍ଠାକୁ ଓଲଟାଇଲେ ଜଣାପଡେ ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀ ପ୍ରଥମ କରି ପାଦ ପଡ଼ିଥିଲା ଓଡ଼ିଶା ମାଟିରେ । ଆଉ ସେହି ସମୟରେ ବ୍ରହ୍ମପୁର ସହରର ବାରାକ୍ସ ପଡ଼ିଆରେ ବିଶାଳ ସାଧାରଣ ସଭା କରି ହଜାର ହଜାର ସାଧାରଣ ଜନତାଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହେବାକୁ ବାର୍ତ୍ତା ଦେଇଥିଲେ ବାପୁ । ସେତେବେଳେ ବାପୁଙ୍କ ଆହ୍ୱାନରେ କେବଳ ବ୍ରହ୍ମପୁର ସହର କାହିଁକି ବିଭିନ୍ନ ଦୂର ଦୂରଦୂରାନ୍ତରୁ ସାଧାରଣ ଜନତାଙ୍କ ସୁଅ ଛୁଟିଥିଲା । ଏପରିକି ବ୍ରହ୍ମପୁରରେ ସହରର ମଧୁମନ୍ଦିର ୧୯୨୧ ମସିହାର ମାର୍ଚ୍ଚ ମାସରେ ୨୭ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅବସ୍ଥାନ କରିଥିଲେ ବ୍ରହ୍ମପୁର ସହରର ମଧୁମନ୍ଦିରରେ । ଆଜି ବି ରେଶମ ସହରବାସୀ ମଧୁ ମନ୍ଦିରକୁ ଦେଖିଲେ ମନ ପକାଇଥାନ୍ତି ବାପୁଙ୍କୁ ।

ଦେଶରୁ ଇଂରାଜୀ ଗୋରା ସରକାରଙ୍କୁ ହଟାଇ ସ୍ୱାଧୀନତା ଆଣିବା କ୍ଷେତ୍ରରେ ସ୍ୱାଧିନତା ସଂଗ୍ରାମରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଭୂମିକା ରହିଥିଲେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପାଦରେ ଚାଲି ଚାଲି ବାପୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଜାରି ରଖୁଥିଲେ ନିଜର ସଂଗ୍ରାମ । ଏଭଳି ସମୟରେ ବାପୁଙ୍କ ସହ ଓଡ଼ିଶାବାସୀଙ୍କ ସଂପର୍କ ମଧ୍ଯ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଜାତିର ପିତା ମହାତ୍ମାଗାନ୍ଧୀ ଏହି ସମୟରେ ଓଡ଼ିଶାକୁ ମୋଟ ୮ ଥର ଗସ୍ତ କରିଥିବା ବେଳେ ସେହି ସମୟରେ ୧୯୨୧ ମାର୍ଚ୍ଚ ମାସ ୨୭ ତାରିଖଠାରୁ ୨୯ ତାରିଖ ପର୍ୟ୍ଯନ୍ତ ତିନି ଦିନ ଧରି ବ୍ରହ୍ମପୁର ସହରର ମଧୁମନ୍ଦିରରେ ଅବସ୍ଥାନ କରିଥିଲେ ବାପୁ ।

ଏହା ବି ପଢନ୍ତୁ- ସ୍ବାଧୀନତା ସଂଗ୍ରାମୀ ଗାଁ ବନପାଲି: ଦେଶ ପାଇଁ ଜୀବନ ଦେଇଥିଲେ ପୂର୍ବଜ, ବଂଶଧରଙ୍କୁ ମିଳୁନି ମୌଳିକ ସୁବିଧା

ସହରର ରେଳଷ୍ଟେସନରେ ଓହ୍ଲାଇ ସ୍ଥାନୀୟ ବାରାକ୍ସ ପଡ଼ିଆରେ ସମବେତ ଜନତାଙ୍କୁ ଉଦବୋଧନ ଦେବା ଏବଂ ପୁରୁଣା ଆମ୍ବ ବଜାର ନିକଟରେ ରହିଥିବା ଆଇନଜୀବୀ ସ୍ୱର୍ଗତ ମଧୁସୂଦନ ପାଣିଗ୍ରାହୀଙ୍କ ବାସଭବନ ମଧୁ ମନ୍ଦିରରେ ସାଙ୍ଗରେ ଆସିଥିବା ଜାତୀୟ ସ୍ତରରୁ କିଛି ନେତାଙ୍କ ସହିତ ରହଣୀ ସମୟରେ ମଧୁମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହେଉଥିବା କର୍ମୀଙ୍କ ସହିତ ଆଲୋଚନା କରିଥିବା ଇତିହାସ ପୃଷ୍ଠାରୁ ଜଣାପଡେ । ଗୋଟିଏ ପଟେ ଗାନ୍ଧିଜୀ ପ୍ରତ୍ୟେକ ଦିନ ସଂଗଠନ ସମ୍ପର୍କରେ ଉଦବୋଧନ ଦେବା ଏବଂ ଅନ୍ୟପଟେ ଗଞ୍ଜାମର ତତକାଳୀନ ସମୟର ମହାନ ନେତାଙ୍କୁ ସାକ୍ଷାତ କରିବା ଭଳି ଅନେକ କାର୍ଯ୍ୟ ରହିଥିଲା ସେହି ସମୟରେ ଗୁରୁତ୍ୱପୂର୍ଣ୍ଣ । ଯାହାକି ଏବେବି ଇତିହାସର ମୁକସାକ୍ଷୀ ପାଲଟିଛି ଐତିହାସିକ ପୀଠ ମଧୁମନ୍ଦିର । ଏପରିକି ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ମଧ୍ଯ ମଧୁ ମନ୍ଦିରରେ ବହୁ ତର୍କ ବିତର୍କ କରାଯାଇ ଏଠାରେ ଆଲୋଚନା ହୋଇଥିବା କୁହାଯାଏ ।

ଇତିହାସ କଥା ମନେ ପକାଇ ସ୍ବର୍ଗତ ଆଇନଜୀବୀ ମଧୁସୂଦନ ପାଣିଗ୍ରାହୀଙ୍କ ପୁଅ ରବି ପାଣିଗ୍ରାହୀ କହିଛନ୍ତି, "ଆସିକା ଅଞ୍ଚଳରେ ରହିଥିବା ମିଚିନ୍ ସାହେବ ଏକ ଖଟ ମହାତ୍ମାଗାନ୍ଧୀଙ୍କ ଶୋଇବା ପାଇଁ ପଠାଇଥିଲେ । ତାହା ଆଜି ବି ମୋ କୋଠରୀରେ ରହିଛି । ଏହା ବାପୁଜୀଙ୍କ ପ୍ରଥମ ପରିଦର୍ଶନର ସନ୍ତକ । ଅନ୍ୟ କିଛି ସାମଗ୍ରୀକୁ ରାଜ୍ୟ ସଂଗ୍ରାହଳୟକୁ ପଠାଇ ଦିଆଯାଇଛି । ମୋତେ ଗର୍ବ ଲାଗେ ଗାନ୍ଧିଜୀ ଆସି ଆମ ଘରେ ରହିଥିଲେ । ମଧୁସୂଦନ ପାଣିଗ୍ରାହୀଙ୍କ ବଂଶଧର ଭାବେ ମୁଁ ବହୁ ଗର୍ବିତ ।"

ଇତି ମଧ୍ୟରେ ଡାକବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକ ଲଫାପା ପ୍ରସ୍ତୁତ କରି ସେଥିରେ ମଧୁମନ୍ଦିରକୁ ସ୍ଥାନିତ କରାଯାଇଛି । ମୁଖ୍ୟତଃ ୧୯୧୮ ମସିହାରେ ଏହି ମଧୁମନ୍ଦିର କୋଠାକୁ ସ୍ୱର୍ଗତଃ ମଧୁସୂଦନ ପାଣିଗ୍ରାହୀ ତିଆରି କରିଥିଲେ । ସେପଟେ ବାପୁଙ୍କ ବ୍ରହ୍ମପୁର ଗ୍ରସ୍ତ ସହିତ ଗଞ୍ଜାମ ଜିଲ୍ଲାର ରମ୍ଭା ରାଜପ୍ରସାଦରେ ବହୁ ବାର ଆଗମନ କଥାକୁ ଆଜି ବି ମନେ ପକାନ୍ତି ବ୍ରହ୍ମପୁରବାସୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 15, 2023, 12:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.