ETV Bharat / state

ଦୁର୍ନୀତି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଜିଲ୍ଲାପାଳଙ୍କୁ ବିଜେପିର ଦାବିପତ୍ର

ଚିକିଟି ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆଣି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି । ଅଧିକ ପଢନ୍ତୁ...

ପପ
ଫଟୋ ସୌଜନ୍ୟ :ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Nov 26, 2019, 9:29 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆଣି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ବ୍ରହ୍ମପୁର

ଗତ ଜୁଲାଇ ମାସରେ ଚିକିଟି ବ୍ଲକରେ ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ଚିକିଟି ନୂଆପଡା ଗ୍ରାମର ହୃଷିକେଶ ନାୟକ । ଏଥିସହିତ ଗତ ଅକ୍ଟୋବର ମାସରେ ଏନେଇ ନୂଆପଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଥିଲେ । ତେବେ ସେ ସମୟରେ ପ୍ରଶାସନର ଅଧିକାରୀମାନେ ଗାଁରେ ପହଞ୍ଚି ଏହାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା କାର୍ଯ୍ୟକାରୀ ହୋଇନଥିବାରୁ ପୁଣି ଥରେ ସୋମବାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଅବଗତ କରି ଘଟଣା ସମ୍ପର୍କରେ ଅବଗତ କରାଯାଇଛି ।

ତିତିଲି ବାତ୍ୟା ପର ଠାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାନଯାଇ ଅର୍ଥ ଆତ୍ମସାତ କରାଯାଇଛି । ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ମୋ କୁଡିଆ ଓ ସ୍ବଚ୍ଛ ଭାରତ ମିଶନ ଏବଂ ପାନୀୟ ଜଳ ଯୋଗାଣ ପାଇପ ଲାଇନରେ ଆଦି ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାନଗଲେ ଆନ୍ଦୋଳନକୁ ଓଲ୍ଲାଇବେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେପିର କର୍ମକର୍ତ୍ତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:()-ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକରେ ବିଭିନ୍ନ କାର୍ଯ୍ୟରେ ଦୁର୍ନିତୀ ହେଉଥିବା ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରି ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛି ବିଜେପି । ଏହି ବ୍ଲକର ବିଭିନ୍ନ ଦୁର୍ନତୀ ନେଇ ଗତ ଜୁଲାଇ ମାସରେ ଚିକିଟି ନୂଆପଡା ଗ୍ରାମର ହୃଷିକେଶ ନାୟକ ଅଭିଯୋଗ କରିବା ସହ ଗତ ଅକ୍ଟୋବର ମାସରେ ଏ ନେଇ ନୂଆପଡା ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଆମରଣ ଅନଶନ କରିଥିଲେ । ସେହି ମୟରେ ପ୍ରଶାସନର ଅଧିକାରୀ ମାନେ ପହଞ୍ଚି ଏହାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ତାହା କାର୍ଯ୍ୟକାରୀ ହୋଇନଥିବା ନେଇ ଶେଷରେ ପୁଣି ଥରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ଅବଗତ କରି ଘଟଣା ସଂପର୍କରେ ଅବଗତ କରାଯାଇଛି । ତିତିଲି ବାତ୍ୟା ପର ଠାରୁ ବିଭିନ୍ନ କାର୍ଯ୍ୟ କରାନଯାଇ ଅର୍ଥ ଆସ୍ମସାତ କରିବା , ଇନ୍ଦିରା ଆବାସ ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କାଘର , ମୋକୁଡିଆ ଓ ସ୍ୱଚ୍ଛଭାରତ ମିଶନ ଓ ପାନୀୟ ଜଳ ଯୋଗାଣ ପାଇପ ଲାଇନ୍ ରେ ଦୁର୍ନତୀ ହୋଇଥିବା ଅଭିଯୋଗ କରିବା ସହ ପ୍ରଶାସନ ପକ୍ଷରୁ ତଦନ୍ତ ନହେଲେ ଆନ୍ଦୋଳନ କୁ ଓଲ୍ଲାଇବେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେପିର କର୍ମକର୍ତ୍ତା ।
Body:ବାଇଟ୍-କାହ୍ମୁ ଚରଣ ପତି(ଜିଲ୍ଲା ବିଜେପି ସଭାପତି, ବ୍ରହ୍ମପୁର)
ବାଇଟ୍-ମନୋରଞ୍ଜନ ଦ୍ୟାନ ସାମନ୍ତରାୟ(ବିଜେପି ନେତା, ଚିକିଟି)
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.