ETV Bharat / state

ଗଞ୍ଜାମ ଜିଲ୍ଲା ବାଲିସିରାକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା - 1ରୁ 5 ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା

ବଢୁଛି ସଂକ୍ରମଣ ବଢୁଛି ଭୟ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଲିସିରାରେ ଲାଗୁହେଲା ମିନି କଣ୍ଟେନମେଣ୍ଟ ଜୋନ । ଅଧିକ ପଢନ୍ତୁ...

େ୍ି
ମିନି କଣ୍ଟେନମେଣ୍ଟ ଜୋନ
author img

By

Published : May 2, 2021, 1:02 PM IST

ଗଞ୍ଜାମ: ଦିନକୁ ଦିନ ଭୟଙ୍କର ହେଉଛି କୋରୋନାର ଦ୍ବିତୀୟ ଲହର । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଲିସିରାରେ ଲାଗୁହେଲା ମିନି କଣ୍ଟେନମେଣ୍ଟ ଜୋନ । 1ରୁ 5 ତାରିଖ ଯାଏଁ ବାଲିସିରାକୁ ମିନି କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

ବାଲିସିରାକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଲିସିରା ଏମଇ ସ୍କୁଲଠାରୁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପର୍ଯ୍ୟନ୍ତ ଗତ 1 ତାରିଖ ଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ମିନି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ ଜନସାଧାରଣଙ୍କୁ ସଚେତନ କରିବା ସହିତ ମିନି କଣ୍ଟେନମେଣ୍ଟ ଅଞ୍ଚଳକୁ ନ ଆସିବା ନିମନ୍ତେ ଅନୁରୋଧ କରିଛନ୍ତି । ମିନି କଣ୍ଟେନମେଣ୍ଟ ଅଞ୍ଚଳ ପରିସରରେ ୧୪୪ ଧାରା ଲାଗୁହୋଇଥିବା ନେଇ ସୂଚନା ଦେଇଛନ୍ତି ସରପଞ୍ଚ ପ୍ରତିନିଧି । ମିନି କଣ୍ଟେନମେଣ୍ଟ ଅଞ୍ଚଳରେ ସବୁ ଅଞ୍ଚଳରେ ଦୋକାନ ବନ୍ଦ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀକୁ ହୋମ ଡେଲିଭରିରେ ଯୋଗାଇ ଦୋବକୁ ନିଷ୍ପତି ନିଆଯାଇଛି । କୋରୋନାର ଏହି ଦ୍ଵିତୀୟ ଲହର ଚେନକୁ ଭାଙ୍ଗିବା ପାଇଁ ସରପଞ୍ଚଙ୍କ ଏହି ନିଷ୍ପତିକୁ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀ ସଂଘ ସ୍ବାଗତ କରାଯାଇଛି ।

ପ୍ରକାଶ ଥାଉ କି, ରାଜ୍ୟ ଆଜି 8015 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଓଡିଶାରେ 14ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନରେ ସ୍ବାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ରଖାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.