ETV Bharat / state

ଅଟୋ ଡ୍ରାଇଭରଙ୍କ ମହାନତା: ଫେରାଇଲେ ଟଙ୍କା ଭର୍ତ୍ତି ବ୍ୟାଗ୍‌ - ଅଟୋ ଡ୍ରାଇଭରଙ୍କ ମହାନତା

ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅଞ୍ଚଳରେ ଜଣେ ଅଟୋ ଡ୍ରାଇଭର ବୟସ୍କ ବ୍ୟକ୍ତିଙ୍କ ଟଙ୍କା ବ୍ୟାଗ ଭର୍ତ୍ତି ଫେରାଇ ମହାନତା ଦେଖାଇଛନ୍ତି । ଅଧିକ ପଢନ୍ତୁ...

ଅଟୋ ଡ୍ରାଇଭରଙ୍କ ମହାନତା: ଫେରାଇଲେ ଟଙ୍କା ଭର୍ତ୍ତି ବ୍ୟାଗ୍‌

author img

By

Published : Mar 4, 2021, 7:08 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅନ୍ତର୍ଗତ କୃଷ୍ଣଶରଣପୁର ପଞ୍ଚାୟତର ଲୋଙ୍ଘର ଗ୍ରାମର ଜଣେ ଅଟୋ ଚାଳକ ଯାତ୍ରୀଙ୍କ ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ନିଜର ସଚ୍ଚୋଟ ପଣିଆକୁ ପ୍ରମାଣିତ କରିଛନ୍ତି । ଅଟୋ ଚାଳକଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ଖଲ୍ଲିକୋଟ ଥାନାଧିକାରୀଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ତାଙ୍କୁ ପ୍ରଶଂସା କରିଛନ୍ତି ।

ଅଟୋ ଡ୍ରାଇଭରଙ୍କ ମହାନତା: ଫେରାଇଲେ ଟଙ୍କା ଭର୍ତ୍ତି ବ୍ୟାଗ୍‌

ଅଟୋ ଚାଳକ ନାରାୟଣ ବେହେରାଙ୍କ ଅଟୋରେ ବସି ଆସିଥିବା କୋରାପୁଟର ଜଣେ ଯାତ୍ରୀ ଭୁଲବଶତଃ ଲକ୍ଷାଧିକ ଟଙ୍କା ରହିଥିବା ଏକ ବ୍ୟାଗ ଅଟୋରେ ଛାଡି ଚାଲିଯାଇଥିଲେ। ପରେ ଚାଳକ ନାରାୟଣଙ୍କ ଏହି ବ୍ୟାଗଟିକୁ ଦେଖିବା ପରେ ଯାତ୍ରୀଟି ଓହ୍ଲାଇଥିବା ଅଟୋ ଷ୍ଟାଣ୍ଡକୁ ଖବର ଦେଇଥିଲେ । ସ୍ଥାନୀୟ କୈରାଶି ଅଟୋଷ୍ଟାଣ୍ଡରେ ଜଣେ ବୟସ୍କ ବ୍ୟକ୍ତି କାନ୍ଦୁଥିବା ଦେଖି ସେଠାକାର ଅଟୋ ଚାଳକକୁ ଖବର ଦେଇଥିଲେ । ନାରାୟଣ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇ ଦେଇଥିଲେ ।

ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବା ବେଳେ ଏପରି କାର୍ଯ୍ୟକୁ ସ୍ଥାନୀୟ ଖଲ୍ଲିକୋଟ ଥାନାଧିକାରୀଙ୍କ ସମେତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଟୋ ଚାଳକଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ଆମ ପୋଲିସ ସମିତିର ଜଣେ ସଦସ୍ୟ ଭାବରେ ସାମିଲ କରାଯିବ ବୋଲି କହିଛନ୍ତି ଖଲ୍ଲିକୋଟ ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.