ETV Bharat / state

ସୀମା ଟପିଲା ଶାଶୁ ଶ୍ବଶୁରଙ୍କ ନିର୍ଯାତନା: ହାତ-ଗୋଡ ବନ୍ଧା ଅବସ୍ଥାରେ ବୋହୂ ଉଦ୍ଧାର

ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ମଙ୍ଗରାଜପୁର ଡାଙ୍ଗି ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯୌତୁକ ପାଇଁ ବୋହୂର ହାତ ଗୋଡ ବାନ୍ଧି ରାତି ସାରା ଡୋଲିରେ ପକାଇଲେ ଶାଶୁ, ଶ୍ବଶୁର। ଅଧିକ ପଢନ୍ତୁ...

author img

By

Published : Dec 28, 2020, 8:29 PM IST

ଗଞ୍ଜାମ ଯୌତୁକ ପାଇଁ ବୋହୂକୁ ହତ୍ୟା ଉଦ୍ୟମ
ଗଞ୍ଜାମ ଯୌତୁକ ପାଇଁ ବୋହୂକୁ ହତ୍ୟା ଉଦ୍ୟମ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ମଙ୍ଗରାଜପୁର ଡାଙ୍ଗି ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶାଶୁ ଘର ଲୋକଙ୍କ ନୃଶଂସତାର ଶିକାର ହୋଇଛି ଜଣେ ନବବଧୂ । ଅତି ନିର୍ଦ୍ଦୟ ଭାବେ ତାଙ୍କ ଉପରେ ହୋଇଛି ଅତ୍ୟାଚାର ।

ବୁଗୁଡା ଥାନା ମାଣିତରା ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଶାଶୁ, ଶ୍ବଶୁର ମିଶି ବୋହୂର ହାତ, ଗୋଡ଼ ବାନ୍ଧି ପାଟିରେ କନା ଚୁଣ୍ଟା ଦେଇ ଘର ବାହାରେ ଥିବା ଏକ ଡୋଲିରେ ଗତକାଲି ରାତିରେ ପକାଇ ଦେଇଥିଲେ । ରାତି ସାରା ଥଣ୍ଡା କାକରରେ ପଡି ରହିଥିବାବେଳେ ଗ୍ରାମର ଲୋକମାନେ କୌଣସି ସୂତ୍ରରୁ ଖବର ପାଇ ଆଜି(ସୋମବାର) ସକାଳୁ ମହିଳାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ମାଧ୍ୟମରେ ବୁଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେ ଅଧିକ ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି ।

ଗଞ୍ଜାମ ଯୌତୁକ ପାଇଁ ବୋହୂକୁ ହତ୍ୟା ଉଦ୍ୟମ

ସେହି ନବ ବଧୂଙ୍କ ବାପାଘର ମଧ୍ୟ କରଡାବାଡି ହୋଇଥିବାବେଳେ ଗତ 16.02.20 ତାରିଖରେ ବିବାହ କରିଥିଲେ । ଶ୍ରମିକ କାର୍ଯ୍ୟରେ ସ୍ୱାମୀ ଗତ 5 ଦିନ ହେଲା ହାଇଦ୍ରାବାଦ ଚାଲି ଯାଇଛନ୍ତି । ଆଜି(ସୋମବାର) ସକାଳୁ ପୁଅର ବାପା ଝିଅର ବାପ ଘରକୁ ଆସି ଝିଅର ମା'କୁ କହିଥିଲେ ‘‘ତୁମ ଝିଅ କାଲି ରାତିରୁ କୁଆଡେ ଚାଲି ଯାଇଛି କିନ୍ତୁ, ଗାଁ ଲୋକେ ଫୋନ କରି ଜଣାଇଲେ ତୁମ ଝିଅ ହାତ ଗୋଡ଼ ବାନ୍ଧି ଡୋଲିରେ ପଡିଛି’’।

ସୂଚନା ଅନୁସାରେ ଲିଲିର ଶାଶୁଘର ଲୋକେ ଅଧିକ ଯୌତୁକ ମାଗୁଥିଲେ । ଯାହାକୁ ନେଇ ଶାଶୁ ଓ ବୋହୂଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ବର୍ତ୍ତମାନ ଲିଲି ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଶାଶୁ ଓ ଶ୍ବଶୁରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.