ETV Bharat / state

Naba Das Shot At: ASIଙ୍କ ମୁଣ୍ଡ ଖରାପ ଥିବା କହିଲେ ପତ୍ନୀ, ଝାରସୁଗୁଡାରେ ଅରୁଣ ବୋଥ୍ରା - ଗୁଳିମାଡ଼ କରିଥିବା ASIଙ୍କ ମାନସିକ ସ୍ଥିତି ଠିକ ନଥିଲା

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ମାନସିକ ସ୍ଥିତି ଠିକ ନଥିଲା । ଏନେଇ ତାଙ୍କ ପତ୍ନୀ ଓ ପୁଅ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି । ଏହି କାରଣରୁ ସେ ନିୟମିତ ଔଷଧ ସେବନ କରୁଥିଲେ ବୋଲି କହିଛନ୍ତି । ତେବେ ଏନେଇ ଅଭିଯୁକ୍ତ ଏଏସ୍‌ଆଇଙ୍କ ପରିବାର ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ । ଅଧିକ ପଢ଼ନ୍ତୁ

ଗୁଳିମାଡ଼ କରିଥିବା ASIଙ୍କ ମାନସିକ ସ୍ଥିତି ଠିକ ନଥିବା କହିଲେ ପତ୍ନୀ

author img

By

Published : Jan 29, 2023, 6:03 PM IST

ଗୁଳିମାଡ଼ କରିଥିବା ASIଙ୍କ ମାନସିକ ସ୍ଥିତି ଠିକ ନଥିବା କହିଲେ ପତ୍ନୀ

ବ୍ରହ୍ମପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଜଣେ ଏଏସ୍‌ଆଇ ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିଚାଳନା କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଛନ୍ତି । 9 ଜଣିଆ ସ୍ବତନ୍ତ୍ର କ୍ରାଇମବ୍ରାଞ୍ଚ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଗସ୍ତ କରିଛନ୍ତି । ତାଙ୍କ ସହିତ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଝାରସୁଗୁଡାରେ ପହଞ୍ଚିଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଅତି ନିକଟରୁ ଗୁଳି କରିଥିବା ଅଭିଯୁକ୍ତ ପୋଲିସ ASI ଗୋପାଳକୃଷ୍ଣ ଦାସ ଗତ କିଛି ବର୍ଷ ଧରି ମାନସିକ ରୋଗରେ ଚିକିତ୍ସିତ ହେଉଥିଲେ ବୋଲି କହିଛନ୍ତି ତାଙ୍କ ପରିବାର । ବ୍ରହ୍ମପୁର ସହରରେ ପୋଲିସ କନେଷ୍ଟବଳ ଭାବରେ କାର୍ଯ୍ୟ କରିବା ପରେ ତାଙ୍କୁ ପଦୋନ୍ନତି ପରେ ଝାରସୁଗୁଡ଼ା ଜିଲ୍ଲାକୁ ବଦଳି କରାଯାଇଥିଲା । ତାଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ସେ ନିୟମିତ ଔଷଧ ସେବନ କରୁଥିଲେ । ଏପରିକି ଗତ କିଛିଦିନ ତଳେ ତାଙ୍କୁ ଛୁଟିରେ ଛାଡ଼ିବା ପାଇଁ ଥାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ପରିବାର ବର୍ଗ । ଆଜି ଘଟଣା ଘଟିବା ପୂର୍ବରୁ ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଜଣଙ୍କ ତାଙ୍କ ପରିବାର ସହିତ ଫୋନରେ କଥା ହୋଇଥିଲେ ମଧ୍ୟ ସେଭଳି କୌଣସି ଘଟଣା ବିଷୟରେ କହିନଥିଲେ ବୋଲି କହିଛନ୍ତି ତାଙ୍କ ପତ୍ନୀ ଓ ପରିବାର ବର୍ଗ ।

ଅଭିଯୁକ୍ତ ଏଏସ୍‌ଆଇଙ୍କ ପତ୍ନୀ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଏହି ବିଷୟରେ କିଛି ଜାଣିନଥିବା କହିଛନ୍ତି । ସେ କହିଛନ୍ତି, "ସକାଳୁ ସେ ଝିଅ ସହ କଥା ହୋଇଥିଲେ । ଏହାପରେ ହଠାତ କିଛି ଗୁରୁତ୍ବପୂର୍ଣ୍ଣ କାମ ଥିବା କହି ଫୋନ ରଖିଦେଇଥିଲେ । ମୁଁ ତାଙ୍କ ସହ କଥା ହୋଇପାରିନାହିଁ । ତେବେ ତାଙ୍କର ମାନସିକ ସ୍ଥିତି ଠିକ ନଥିଲା । 7-8 ବର୍ଷ ହେବ ସେ ଏଥିପାଇଁ ମେଡିସିନ ଖାଉଥିଲେ ।" ତେବେ ଘଟଣା ସମ୍ପର୍କରେ ଅଭିଯୁକ୍ତ ଏଏସ୍‌ଆଇଙ୍କ ପତ୍ନୀ ଜୟନ୍ତୀ ଦାସ ଓ ତାଙ୍କ ପୁଅଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.