ବ୍ରହ୍ମପୁର: ପୌରାଣିକ ନାଟକରେ ଆଧୁନିକ ଗୀତରେ ନୃତ୍ୟ କରି କ୍ଷମା ମାଗିଲେ ଯୁବକ । ଗଞ୍ଜାମ ଜିଲ୍ଲାର କୌଣସି ଏକ ଗ୍ରାମରେ ପୌରାଣିକ ନାଟକ ଚାଲିଥିବାବେଳେ ଆଧୁନିକ ଗୀତ ବାଜିଥିଲା । ଏପରିକି ରାମ ଓ ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୁଇ କଳାକାର ଏହି ଗୀତରେ ନୃତ୍ୟ କରିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ଯୁବକ ଜଣକ କ୍ଷମା ପ୍ରାର୍ଥନା କରି ଦୁଃଖ ପ୍ରକାଶ କରିଛନ୍ତି ।
ପୌରାଣିକ ନାଟକରେ ଏଭଳି ନୃତ୍ୟ ପରିବେଷଣ କରି ସେ ନିଜକୁ ଲଜ୍ଜିତ ଅନୁଭବ କରୁଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି, ହିନ୍ଦୁ ସମାଜ ଓ କଳା ସଂସ୍କୃତିକୁ ଆଘାତ ଦେଇଥିବାରୁ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ଏବଂ ଆଗକୁ ଏଭଳି ଭୁଲ ହେବନାହିଁ ବୋଲି ସୋସିଆଲ ମିଡିଆ ଯୋଗେ ଉକ୍ତ କଳାକାର ଜଣକ ନିଜ ଭୁଲକୁ ସ୍ବୀକାର କରି ଏଭଳି କହିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର