ବ୍ରହ୍ମପୁର: ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୮ଟି କଳାକୃତି ହେଲା ପ୍ରଦର୍ଶିତ ହୋଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ ଓଡ଼ିଶା ଲଳିତ କଳା ଏକାଡେମୀର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଛତ୍ରପୁର ଠାରେ ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଉଦଘାଟିତ ହୋଇଯାଇଥିବା ବେଳେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ହୋଇଛି ।

ଏହା ବି ପଢନ୍ତୁ...ଭୁବନେଶ୍ୱରରେ ପ୍ରଦର୍ଶିତ ହେବ ଆଦିବାସୀ ମହିଳାଙ୍କ କଳାକୃତି
ପ୍ରଦର୍ଶନୀରେ ଓଡ଼ିଶାର ୨୮ ଜଣ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ଦ୍ବାରା ଅଙ୍କିତ ସୁନ୍ଦର ସୁନ୍ଦର ଚିତ୍ରଗୁଡ଼ିକ ସ୍ଥାନ ପାଇଛି । ଯାହା ସ୍ଥାନୀୟ କଳାପ୍ରେମୀଙ୍କୁ ବେଶ ଉତ୍ସାହିତ କରିବ । ଏହି ପ୍ରଦର୍ଶନୀରେ ଜଗନ୍ନାଥ ଓ ରଥଯାତ୍ରା ଉପରେ ଆଧାରିତ ଛବି ସହ ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ଚିତ୍ର, ସ୍ବାଧିନତା ସଂଗ୍ରାମୀଙ୍କ ବୀରତ୍ଵର ଚିତ୍ର, ଓଡ଼ିଶାର ସଂସ୍କୃତି, ପରମ୍ପରା, ଆଦିବାସୀ ସଂସ୍କୃତି ସହ ଅନେକ ସୃଜନଶୀଳ ଚିତ୍ରକଳା ଗୁଡିକ ଦର୍ଶକଙ୍କ ମନକୁ ବେଶ ସ୍ପର୍ଶ କରୁଥିଲା । ଏହି ପ୍ରଦର୍ଶନୀ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରହିବ ବୋଲି କୁହାଯାଇଛି । ଚିତ୍ରଗୁଡ଼ିକ ଓଡ଼ିଶାର କଳା ଓ ସଂସ୍କୃତି ଉପରେ ଆଧାରିତ ହୋଇଛି । ଚିତ୍ର ବିଭିନ୍ନ କଳା ସଂସ୍କୃତି ବିଷୟରେ ବଖାଣିଛି । ଚିତ୍ରକଳାକୁ ଦେଖି କଳାପ୍ରେମୀ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ଏହା ବି ପଢନ୍ତୁ...ବିକାଶ ଆଢୁଆଳରେ ଅଘୋରୀ ମଠ; ୩୦୦ ବର୍ଷ ପୂର୍ବେ ସ୍ଥାପନ ହୋଇଥିଲେ ଶ୍ରୀଜିଉ, ଓଳିଏ ଖାଇଲେ ଓଳିଏ ଉପାସରେ ମହାପ୍ରଭୁ
ଏହା କଳାକୃତି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଯୋଗ ଦେଇ ଉଦଘାଟନ କରିବା ସହିତ ପ୍ରଦର୍ଶିତ ଚିତ୍ରଗୁଡିକର ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥି ପରିଚୟ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥିଙ୍କୁ ସ୍ଵାଗତ କରିବା ସହ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ପ୍ରଦର୍ଶନୀ ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ, ଖଲିକୋଟ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ କୁମାର ମଲ୍ଲିକ, ଅଧ୍ୟାପକ ପ୍ରମୋଦ କୁମାର ମଲ୍ଲିକ, ପୂର୍ଣ୍ଣ ଚନ୍ଦ୍ର ଦାଶ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର