ETV Bharat / state

ବିନା ଗୁଳିରେ ଖସିବ ଶତ୍ରୁ ଡ୍ରୋନ ! ଦେଖନ୍ତୁ ସେନାର କାଉଣ୍ଟର ଡ୍ରୋନ୍ ଟେକ୍ନୋଲୋଜି - ଶତ୍ରୁ ପକ୍ଷର ଡ୍ରୋନକୁ ପ୍ରତିରୋଧ ନେଇ ତାଲିମ

ଶତ୍ରୁ ପକ୍ଷର ଡ୍ରୋନକୁ କିପରି କରିବେ ଭାରତୀୟ ସେନା କାଉଣ୍ଟର । ଜଳପଥ, ଆକାଶପଥ ଓ ସ୍ଥଳପଥର ଯବାନ ମାନେ ବର୍ତ୍ତମାନର ଅତ୍ୟାଧୁନିକ ଡ୍ରୋନ୍ ଟେକ୍ନୋଲୋଜିକୁ କିପରି କରିପାରିବେ ପ୍ରତିରୋଧ । ଗୋଳାବନ୍ଧ ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୌଶଳ ବିଷୟରେ ଶିକ୍ଷା ଦିଆଯାଇଛି । ଅଧିକ ପଢ଼ନ୍ତୁ

ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜର କର୍ମଶାଳା
army ad collage hold seminar on anti drone system
author img

By

Published : Jul 11, 2023, 10:28 PM IST

Updated : Jul 12, 2023, 11:54 AM IST

army ad collage hold seminar on anti drone system

ବ୍ରହ୍ମପୁର: ମାନବ ବିହୀନ ଡ୍ରୋନକୁ ବ୍ୟବହାର କରି ଶତ୍ରୁ ପକ୍ଷର ଡ୍ରୋନକୁ ପ୍ରତିରୋଧ କରିବା ଲାଗି ପ୍ରଶିକ୍ଷଣ ନେଇଛନ୍ତି ଭାରତୀୟ ସେନା ବାହିନୀ । ଗୋପାଳପୁର ନିକଟବର୍ତ୍ତୀ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପରିସରରେ ଜଳ, ସ୍ଥଳ ଓ ଆକାଶପଥଠାରୁ ଆରମ୍ଭ କରି ଦେଶର ସୁରକ୍ଷାରେ ନିୟୋଜିତ ହେଉଥିବା ବେସାମରିକ ସୁରକ୍ଷା ଅଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କାଉଣ୍ଟର ଡ୍ରୋନ ଟେକ୍ନୋଲୋଜିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଦିଆଯାଇଛି । ଭାରତୀୟ ସୈନାବାହିନୀ ଆହୁରୀ ସଶକ୍ତ କରିବା କ୍ଷେତ୍ରରେ ଏହା ସହାୟକ ହେବ ବୋଲି କୁହାଯାଇଛି ।

ବିଶ୍ୱର ପ୍ରମୁଖ ଦେଶମାନେ ଡ୍ରୋନର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆତ୍ୟାଧୁନିକ ଜ୍ଞାନ କୌଶଳ ବଳରେ ଡ୍ରୋନ ସାହାଯ୍ୟରେ ଶତ୍ରୁ ଦେଶକୁ ଆକ୍ରମଣ କରୁଛନ୍ତି । ଏହି କ୍ରମରେ ଅନେକ ସମୟରେ କିଛି ଶତ୍ରୁ ଦେଶର ଡ୍ରୋନ ଭାରତ ଆକାଶରେ ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ ସେହି ଡ୍ରୋନକୁ ସହଜରେ ଖସାଇବା ପାଇଁ ବେସାମରିକ ସୁରକ୍ଷା ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ଦେଶର ଯବାନମାନେ ଏହାକୁ ଆକାଶମାର୍ଗରେ ହିଁ କିପରି ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଚିହ୍ନଟ କରି ବହୁ କିଲୋମିଟର ଉଚ୍ଚ ଦୂରରେ ଥିବା ଡ୍ରୋନକୁ ଅଚଳ କରିପାରିବେ ସେ ସମ୍ପର୍କରେ ତିନି ସେନାର ଅଧିକାରୀ ସେମାନଙ୍କୁ ତାଲିମ ଦେଇଥିଲେ । ସେନାକୁ ଯୋଗାଉଥିବା ରାଷ୍ଟ୍ରୀୟ କମ୍ପାନୀର ଅଧିକାରୀମାନେ ଏହାର ବ୍ୟବହାର ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଭାରତରେ ପ୍ରସ୍ତୁତ Droni Drone ଲଞ୍ଚ୍ କଲେ ଧୋନି

ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶର ତିନି ବାହିନୀର ଅଧିକାରୀ ସମେତ ସେଣ୍ଟ୍ରାଲ୍ ଆର୍ମିଡ୍ ପୋଲିସ ଫୋର୍ସ, ଇଣ୍ଡିଆନ୍ କୋଷ୍ଟ ଗାର୍ଡ ଏବଂ ସି.ଆଇ.ଏସ୍.ଏଫର ଅଧିକାରୀଙ୍କ ସମେତ ମିତ୍ର ରାଷ୍ଟ୍ରର ସେନା ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ । ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଦେଶରେ ସୁରକ୍ଷା କ୍ଷେତ୍ରରେ ସେନା ବାହିନୀ ନିମନ୍ତେ କାଉଣ୍ଟର ଡ୍ରୋନ୍‌ ଟେକ୍ନୋଲୋଜିର ଗୁରୁତ୍ୱ ଏବଂ ଶତ୍ରୁ ପକ୍ଷର ଡ୍ରୋନକୁ କଡା ମୁକାବିଲା କରିବାକୁ ଭାରତୀୟ ସେନା ଆଉ ଏକ ପାଦ ଆଗରେ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jul 12, 2023, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.