ବ୍ରହ୍ମପୁର: କିଛି ଦିନ ଧରି ଆତଙ୍କ ଖେଳାଇ ଆସୁଥିବା ଦୁର୍ଦ୍ଧାନ୍ତ ଅପରାଧୀ ଶିବରାମ ଗ୍ୟାଙ୍ଗକୁ ଶେଷରେ କାବୁ କରିଛି ବ୍ରହ୍ମପୁର ପୋଲିସର ସ୍ବତନ୍ତ୍ର ଟିମ୍ । ଶିବରାମ ଓରଫ ଶିବ ସେଠୀ ଛତ୍ରପୁର ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଏବଂ ଆଖପାଖ ଅଞ୍ଚଳରେ ମାରଣାସ୍ତ୍ର ଦେଖାଇ ଆତଙ୍କିତ କିଛିଦିନ ହେବ ଆତଙ୍କିତ କରିଆସୁଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏକତ୍ରିତ ହୋଇ ଶିବରାମ ଓ ତାର ଗ୍ୟାଙ୍ଗକୁ ଧରିବାକୁ ଦାବି କରିଥିଲେ ।
ଏ ନେଇ ବ୍ରହ୍ମପୁର ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ଶିବରାମ କୁ ଧରିବାକୁ ଚଢ଼ାଉ ଜାରି ରଖିଥିବା ବେଳେ ଗତକାଲି ରାତିରେ ଏହି ଗ୍ୟାଙ୍ଗର ସଦସ୍ୟ ମାନେ ଏକ ପରିତ୍ୟକ୍ତ ସ୍ଥାନରେ ଏକତ୍ରିତ ହୋଇ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ଦୁବୁର୍ତ୍ତ ମାନେ ପୋଲିସ ଉପରକୁ ବୋମାମାଡ ମଧ୍ୟ କରିଥିଲେ । କିନ୍ତୁ ପୋଲିସ ଶିବରାମ ସହିତ ତାର ସହଯୋଗୀ ଆଠ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଅଭିଯୁକ୍ତଙ୍କ ନିକଟରୁ ପିସ୍ତଲ, ଦୁଇ ରାଉଣ୍ଡ ଅଫୁଟା ଗୁଳି, ଛଅଟି ବୋମା, ଦୁଇଟି ଖଣ୍ଡା ଓ ମୋବାଇଲକୁ ମଧ୍ୟ ଜବତ କରିଛି । ଗିରଫ ଶିବରାମ ନାମରେ ପୂର୍ବରୁ ଆଠଟି ମାମଲା ରହିଥିବା ବେଳେ ଅନ୍ୟ କେଉଁ ଥାନାରେ ମାମଲା ରହିଛି ତାହାକୁ ନେଇ ସ୍ଥାନୀୟ ପୋଲିସ ଅନୁଧ୍ୟାନ ଜାରି ରଖିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ